• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ୱାନ୍ ଗସ୍ତକୁ ନେଇ ରକ୍ତଚାଉଳ ଚୋବାଉଛି ବେଜିଂ। ଯେଉଁମାନେ ଚୀନକୁ ଅପମାନିତ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ଘୋଷଣା ପରେ ଅଧିକ ଘନେଇଛି ଯୁଦ୍ଧ ସ୍ଥିତି। ତାଇଓ୍ୱାନ୍ ଚାରିପାଖେ ଚୀନର ବିଶାଳ ସମରାଭ୍ୟାସ ଚାଲିଥିବାବେଳେ ଏହା ଉପରେ ତୀକ୍ଷ୍ମ ନଜର ରଖାଯାଇଥିବା କହିଛି ତାଇଓ୍ୱାନ୍ ପ୍ରତିରକ୍ଷା ବିଭାଗ। ସେପଟେ ଚୀନ୍ ଦୁଃସାହସର ଜବାବ ଦେବାକୁ ଫିଲିପାଇନ୍ସ ସାଗର ପଟୁ ତୟାର ହେଲାଣି ଆମେରିକା। 

ନୌସେନା ଜାହାଜରୁ ସମୁଦ୍ର ଭିତରକୁ ଘନ ଘନ କ୍ଷେପଣାସ୍ତ୍ର ବି ମାଡ କରୁଛି ଡ୍ରାଗନ୍ ସେନା ଅଦ୍ୟାବଧି ତାଇଓ୍ୱାନ୍। ଚାରିପାଖେ ୬ଟି ସ୍ଥାନରେ ଚାଲିଛି ଚୀନର ସମରାଭ୍ୟାସ। ତେଣେ ୭ ଶିଳ୍ପ ସମୃଦ୍ଧ ଦେଶଙ୍କୁ ନେଇ ଗଠିତ ଜି-୭, ଚୀନର ଏଭଳି ସମରାଭ୍ୟାସକୁ ନାପସନ୍ଦ କରିଛି ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି। ପେଲୋସିଙ୍କ ଗସ୍ତକୁ ବିରୋଧ ଆଳରେ ଏଭଳି ସାମରିକ କାର୍ଯ୍ୟକଳାପ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି। ତେବେ ସମରାଭ୍ୟାସ ଯଥାର୍ଥ ଓ ଏହାର ଆବଶ୍ୟକତା ରହିଥିବା କହିଛି ବେଜିଂ।

ତାସହ ଉତ୍ତେଜନା ସୃଷ୍ଟି ପଛରେ ଆମେରିକାକୁ ଦାୟୀ କରିଛି। ଏମିତିକି ଯେଉଁମାନେ ଚୀନକୁ ଅପମାନିତ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଘୋଷଣା କରିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ଓ୍ୱି। ଗଣତନ୍ତ୍ର ନାଁରେ ଆମେରିକା ତାମସା କରୁଛି ଓ ପେଲୋସିଙ୍କ ତାଇଓ୍ୱାନ୍ ଗସ୍ତ ସିଧାସଳଖ ଚୀନର ସାର୍ବଭୌମତ୍ୱର ଉଲ୍ଲଙ୍ଘନ ବୋଲି କହିଛନ୍ତି ଓ୍ୱାଙ୍ଗ୍। ସେପଟେ ଚୀନର ସମରାଭ୍ୟାସ ଉପରେ ତୀକ୍ଷ୍ମ ନଜର ରଖାଯାଇଥିବା କହିଛି ତାଇଓ୍ୱାନ୍ ପ୍ରତିରକ୍ଷା ବିଭାଗ। ବେଜିଂ ଦ୍ୱାରା ସୃଷ୍ଟି କରାଯାଇଥିବା ଚ୍ୟାଲେଞ୍ଜର ମୁକାବିଲା ଲାଗି ବି ପ୍ରସ୍ତୁତ ରହିଛି ଆମେରିକା।

ତାଇଓ୍ୱାନର ପୂର୍ବ ଫିଲିପାଇନସ ସାଗରରେ ମୁତୟନ ହୋଇଛି ଆମେରିକା ନୌସେନାର ବିଶାଳକାୟ ଏୟାରକ୍ରାଫ୍ଟ କ୍ୟାରିୟର ଜାହାଜ ୟୁଏସଏସ୍ ରୋନାଲ୍ଡ ରେଗାନ। କ୍ଷେପଣାସ୍ତ୍ର ମାଡ଼କାରୀ ଆଣ୍ଟିଟାମ୍ ଓ ବିଧ୍ୱଂସକାରୀ ଜାହାଜ ହିଙ୍ଗିସ୍ ବି ରୋନାଲ୍ଡ ରେଗାନକୁ ସହାୟତା ଲାଗି ରହିଛନ୍ତି। ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଆମେରିକା ପ୍ରସ୍ତୁତ ଥିବା ଓ୍ୱାଶିଂଟନ ସ୍ପଷ୍ଟ କରିଛି ଚୀନ୍। ଯେଉଁଠାରେ ସମରାଭ୍ୟାସ କରୁଛି ସେସବୁ ଅଞ୍ଚଳକୁ ନଯିବା ଲାଗି ତାଇଓ୍ୱାନ୍‌ର ବେସାମରିକ ଜାହାଜ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛିି ଚୀନ୍ ସେନା କ୍ଷେପଣାସ୍ତ୍ର ମାଡ଼ କରୁଥିବାରୁ ବହୁ ଦେଶ ତାଇଓ୍ୱାନ୍ ବାୟୁସୀମା ଦେଇ ବିମାନ ଚଳାଚଳ ବନ୍ଦ ରଖିଛନ୍ତି।

ଚୀନ୍-ତାଇଓ୍ୱାନ୍ ମୁହାଁମୁହିଁ ସ୍ଥିତିରେ ଏବେ ପ୍ରଶ୍ନ ମହାଶକ୍ତି ଆମେରିକା ସହ ଯୁଦ୍ଧକ୍ଷେତ୍ରରେ ସିଧାସଳଖ ସାମ୍ନାସାମ୍ନି ହେବାକୁ ସାହସ କରିପାରିବେ କି ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ? ଯେହେତୁ କୌଣସି ପ୍ରକାରେ ତାଇଓ୍ୱାନର ସର୍ବଭୌମତ୍ୱ ରକ୍ଷା କରାଯିବ ବୋଲି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍। ତେଣୁ ଆବଶ୍ୟକ ହେଲେ ଆମେରିକା ସାମରିକ ଶକ୍ତିର ବ୍ୟବହାର କରିବାକୁ ପଛେଇବ ନାହିଁ ବୋଲି ବି ସେ ସ୍ପଷ୍ଟ କରିଛନ୍ତି। ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ, ତାଇଓ୍ୱାନ୍ ବିରୁଦ୍ଧରେ ବଳ ପ୍ରୟୋଗ କରିବାକୁ ଚୀନ୍ ଉଦ୍ୟମ କଲେ। ଏହାକୁ ପ୍ରଥମେ ଆମେରିକାକୁ ସାମ୍ନା କରିବାକୁ ପଡିବ। ଯେହେତୁ ୟୁକ୍ରେନ ଯୁଦ୍ଧ ବେଳେ ଋଷିଆକୁ ନୈତିକ ସମର୍ଥନ ଦେଇଥିଲା ବେଜିଂ, ତେଣୁ ସେ ଦୃଷ୍ଟିରୁ ପୁତିନ ବି ଜିନପିଙ୍ଗକୁ ସମର୍ଥନ କରିପାରନ୍ତି। ସେହିପରି ମିତ୍ର ରାଷ୍ଟ୍ର ପାକିସ୍ତାନ ମଧ୍ୟ ବେଜିଂ ସହ ଠିଆ ହୋଇପାରେ।

ତେବେ ଏତେସବୁ ସତ୍ତ୍ୱେ ଆମେରିକାର ପ୍ରଚଣ୍ଡ ଶକ୍ତି ଆଗରେ ତିଷ୍ଠିବା ବେଜିଂ ପାଇଁ ଏତେ ସହଜ ମନେ ହେଉନି ତେଣୁ ବେଜିଂ କେବଳ ଗର୍ଜିବ ନା ବର୍ଷିବ ତାହା ଦେଖିବା କଥା।