Advertisment

ମାନିଲେ ନୱାଜ ! ଭାରତ ସହ ୧୯୯୯ ଲାହୋର ଶାନ୍ତି ଚୁକ୍ତିକୁ ପାକିସ୍ତାନ ଉଲ୍ଲଙ୍ଘନ କରିଛି

ପାକିସ୍ତାନ ମୁସଲିମ ଲିଗର ବୈଠକରେ ସରିଫ କରିଛନ୍ତି ଯେ “ପାକିସ୍ତାନ ୧୯୯୮ ମେ’ ୨୮ରେ ୫ଟି ଆଣବିକ ଅସ୍ତ୍ରର ପରୀକ୍ଷା କରିଥିଲା। ଏହାପରେ ବାଜପେୟୀ ସାହେବ ପାକିସ୍ତାନ ଆସିଥିଲେ ଓ ଆମ ସହ ଗୋଟିଏ ଚୁକ୍ତି କରିଥିଲେ। କିନ୍ତୁ ଆମେ ଉକ୍ତ ଚୁକ୍ତିକୁ ଉଲ୍ଲଙ୍ଘନ କରିଥିଲୁ। ସେଇଟା ଆମର ଭୁଲ ଥିଲା।”

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Pakistan “violated” agreement with India: Nawaj Sharif

Nawaj Sharif

ଭାରତ ସହ ହୋଇଥିବା ୧୯୯୯ ମସିହା ଲାହୋର ଶାନ୍ତି ଚୁକ୍ତିକୁ ପାକିସ୍ତାନ ଉଲ୍ଲଙ୍ଘନ କରିଥିଲା ବୋଲି ଶେଷରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସ୍ୱୀକାର କରିଛନ୍ତି। ୧୯୯୯ ଲାହୋର ଚୁକ୍ତିରେ ସରିଫ ନିଜେ ଦସ୍ତଖତ କରିଥିଲେ। ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ପାକିସ୍ତାନର ତତ୍କାଳୀନ ସେନା ମୁଖ୍ୟ ଜେନେରାଲ ପରଭେଜ ମୁସାରଫ କାର୍ଗିଲରେ ଭୁଲ କରିଥିଲେ ବୋଲି ସେ ପରୋକ୍ଷରେ କହିଛନ୍ତି। କାର୍ଗିଲରେ ଦୁଃସାହସ ଦେଖାଇବା ପାକିସ୍ତାନର ଭୁଲ ଥିଲା ବୋଲି ସରିଫ କହିଛନ୍ତି।

Advertisment

ପାକିସ୍ତାନ ମୁସଲିମ ଲିଗର ବୈଠକରେ ସରିଫ କରିଛନ୍ତି ଯେ “ପାକିସ୍ତାନ ୧୯୯୮ ମେ’ ୨୮ରେ ୫ଟି ଆଣବିକ ଅସ୍ତ୍ରର ପରୀକ୍ଷା କରିଥିଲା। ଏହାପରେ ବାଜପେୟୀ ସାହେବ ପାକିସ୍ତାନ ଆସିଥିଲେ ଓ ଆମ ସହ ଗୋଟିଏ ଚୁକ୍ତି କରିଥିଲେ। କିନ୍ତୁ ଆମେ ଉକ୍ତ ଚୁକ୍ତିକୁ ଉଲ୍ଲଙ୍ଘନ କରିଥିଲୁ। ସେଇଟା ଆମର ଭୁଲ ଥିଲା।”

ଅଧିକ ପଢ଼ନ୍ତୁ: ମାଉଣ୍ଟ ଏଭରେଷ୍ଟରେ ଟ୍ରାଫିକ୍‌ ଜାମ୍, ଲମ୍ବିଛି ପର୍ବତାରୋହୀଙ୍କ ଲମ୍ବା ଲାଇନ୍‌ ! ଦେଖନ୍ତୁ ଭିଡିଓ...

Advertisment

ଲାହୋର ଘୋଷଣାପତ୍ର ଗୋଟିଏ ଶାନ୍ତି ଚୁକ୍ତି ଥିଲା। ଶାନ୍ତି ପ୍ରତିଷ୍ଠା କରିବା ଓ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଚୁକ୍ତିର ଲକ୍ଷ୍ୟ ଥିଲା। କିନ୍ତୁ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଉଲ୍ଲଙ୍ଘନ ହୋଇଥିଲା। ପାକିସ୍ତାନ ଚୁକ୍ତିର କିଛି ମାସ ପରେ ହିଁ ଜମ୍ମୁ-କଶ୍ମୀରର କାର୍ଗିଲ ଜିଲ୍ଲାରେ ଅନୁପ୍ରବେଶ କରିଥିଲା। ଫଳରେ ଭାରତ ଓ ପାକିସ୍ତାନ ମଧ୍ୟରେ କାର୍ଗିଲ ଯୁଦ୍ଧ ହୋଇଥିଲା।

ଲଦାଖରେ ଥିବା କାର୍ଗିଲ ଭିତରକୁ ପାକିସ୍ତାନ ସେନାକୁ ପଠାଇଥିଲେ ମୁସାରଫ। ୧୯୯୯ ମସିହା ମାର୍ଚ୍ଚରେ ପାକିସ୍ତାନର ଅନୁପ୍ରବେଶ ହୋଇଥିଲା। ଭାରତ ଏକଥା ଜାଣିବା ପରେ ଯୁଦ୍ଧ ଘୋଷଣା କରିଥିଲା। ଭାରତ ଏହି ଯୁଦ୍ଧରେ ଜିତିଥିବା ବେଳେ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିଥିଲେ। ଆଜି ପାକିସ୍ତାନ ପ୍ରଥମ ଆଣବିକ ପରୀକ୍ଷଣର ୨୬ତମ ବାର୍ଷିକ ଉତ୍ସବ ପାଳନ କରିଛି। ଏହି ଅବସରରେ ସରିଫ କହିଛନ୍ତି, “ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ଆଣବିକ ଯୁଦ୍ଧାସ୍ତ୍ରର ପରୀକ୍ଷା ନ କରିବାକୁ ପାକିସ୍ତାନକୁ ୫ ବିଲିୟନ ଡଲାର ଅଫର କରିଥିଲେ। କିନ୍ତୁ ମୁଁ ମନା କରି ଦେଇଥିଲି । ଯଦି ମୋ ସ୍ଥାନରେ ଇମ୍ରାନ ଖାନ ରହିଥାଆନ୍ତେ, ତା’ହେଲେ ସେ ନିଶ୍ଚିତ ଭାବେ କ୍ଲିଣ୍ଟନଙ୍କ ଅଫରକୁ ଗ୍ରହଣ କରି ନେଇଥାଆନ୍ତେ।”

ସରିଫ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲାକୁ ମିଛ ବୋଲି କହିଛନ୍ତି । ଏହା ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥାର ହାତ ଥିଲା। ସେମାନେ ଇମ୍ରାନ ଖାନଙ୍କୁ କ୍ଷମତାରେ ବସାଇବାକୁ ଚାହୁଁଥିବାରୁ ମିଛ ମାମଲାର ଷଡ଼ଯନ୍ତ୍ର କରିଥିଲେ ବୋଲି ସରିଫ କହିଛନ୍ତି।

ଅଧିକ ପଢ଼ନ୍ତୁ: ଜ୍ୟୋତିଷଙ୍କ ବଡ଼ ଭବିଷ୍ୟବାଣୀ; ଏହି ଦିନ ହେବ ତୃତୀୟ ବିଶ୍ୱଯୁଦ୍ଧ !

Nawaz Sharif
Advertisment
Advertisment