Advertisment

Green Card Holder Deportation: ଗ୍ରୀନ କାର୍ଡ ଧାରୀଙ୍କ ଟେନସନ ବଢିଲା, ଆମେରିକା ନ ଛାଡିଲେ ଜେଲରେ ଭର୍ତ୍ତି କରିବାକୁ ଟ୍ରମ୍ପଙ୍କ ଧମକ

ଆମେରିକାରେ ବସବାସ କରୁଥିବା ଗ୍ରୀନ କାର୍ଡ ଧାରୀ ବ୍ୟକ୍ତିବିଶେଷଙ୍କ ପାଇଁ ଚିନ୍ତା ବଢିବାରେ ଲାଗିଛି। ଆମେରିକୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି। ଯାହା ଫଳରେ ଗ୍ରୀନ କାର୍ଡ ଧାରୀ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଦେଶରୁ ପ୍ରତ୍ୟର୍ପଣ କରାଯାଇପାରିବ। ଖାସ କରି ଏହି ନୂଆ ନିୟମ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ କରାଯାଇଛି।

ଅଦ୍ୟତନ ହୋଇଛି
trump

trump

Advertisment

ଆମେରିକାରେ ବସବାସ କରୁଥିବା ଗ୍ରୀନ କାର୍ଡ ଧାରୀ ବ୍ୟକ୍ତିବିଶେଷଙ୍କ ପାଇଁ ଚିନ୍ତା ବଢିବାରେ ଲାଗିଛି। ଆମେରିକୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି। ଯାହା ଫଳରେ ଗ୍ରୀନ କାର୍ଡ ଧାରୀ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଦେଶରୁ ପ୍ରତ୍ୟର୍ପଣ କରାଯାଇପାରିବ। ଖାସ କରି ଏହି ନୂଆ ନିୟମ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ କରାଯାଇଛି। ଟ୍ରମ୍ପଙ୍କ ଏହି ନୂତନ ନିୟମ ଫଳରେ କୋଟି କୋଟି ଭାରତୀୟ ଛାତ୍ରଛାତ୍ରୀ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀ ତଥା ଗ୍ରୀନ କାର୍ଡ ଧାରୀଙ୍କୁ ଟ୍ରମ୍ପ ସରକାର ସିଧାସଳଖ ଚେତାବନୀ ଦେଇ କହିଛନ୍ତି ଆମେରିକା ଛାଡ ନ ହେଲେ ଜେଲ ଯିବା ପାଇଁ ପ୍ରସ୍ତୁତ ରୁହ।

Advertisment

ଅଧିକ ପଢ଼ନ୍ତୁ : ଜାତୀୟ ରାଜପଥ ନିର୍ମାଣ ହେଲେ ବିଦେଶୀ ପକ୍ଷୀଙ୍କ ଭୂ-ସ୍ୱର୍ଗ ଚିଲିକା ଉପରେ ପଡ଼ିବ କି ଚଡ଼କ ?

ଆମେରିକାରେ ରହି ପାଠ ପଢୁଥିବା ଅନେକ ବିଦେଶୀ ଛାତ୍ରଛାତ୍ରୀ ରାଜନୀତିରେ ଲିପ୍ତ ରହୁଛନ୍ତି। ବିଶ୍ବ ବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀ ପାଲେଷ୍ଟାଇନକୁ ସମର୍ଥନ କରିବା ସହିତ ଇସ୍ରାଏଲକୁ ବିରୋଧ କରୁଛନ୍ତି। ଏମିତି କରିଲେ ଛାତ୍ର ଛାତ୍ରୀଙ୍କ ସେମାନଙ୍କ ଦେଶକୁ ପ୍ରତ୍ୟର୍ପଣ କରାଯିବ। ଛାତ୍ରଛାତ୍ରୀ ମାନରେ ନିଜ ଦେଶକୁ ନ ଫେରିଲେ ସେମାନେ ଜେଲ ଯିବେ ବୋଲି ଟ୍ରମ୍ପ କହିଛନ୍ତି। ପଲିଟିକାଲ ଆକ୍ଟିଭିଜମରେ ଲିପ୍ତ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆମେରିକା ସରକାର କଡା ନିୟମ ପ୍ରଣୟନ କରିଛନ୍ତି।

Advertisment

ହମାସ ପରି ଆତଙ୍କବାଦୀ ସଙ୍ଗଠନକୁ କିଛି ଛାତ୍ରଛାତ୍ରୀ ସମର୍ଥନ ଦେବା ପରେ ଏଭଳି ନିୟମ ଅଣାଯାଇଛି। ହ୍ବାଇଟ ହାଉସର ଚିଫ ଅଫ ଷ୍ଟାଫ ପଲିସି ଓ ହୋମଲାଣ୍ଡ ସିକ୍ୟୁରିଟି ଉପମୁଖ୍ୟ ଷ୍ଟିଫେନ ମିଲର ଏହି ନୂଆ ନିୟମ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଭଳି ଛାତ୍ରଛାତ୍ରୀଙ୍କ ପାଇଁ ଟ୍ରମ୍ପ ପ୍ରଶାସନର ନିୟମ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ। ଆତଙ୍କବାଦକୁ ସମର୍ଥନ କରୁଥିବା କୌଣସି ବ୍ୟକ୍ତିଙ୍କ ପାଖରେ ଭିସା ବା ଗ୍ରୀନ କାର୍ଡର ଅଧିକାର ନାହିଁ। ଯଦି କୌଣସି ଛାତ୍ରଛାତ୍ରୀଙ୍କୁ ଆତଙ୍କବାଦ ପ୍ରତି ସମର୍ଥନ ରହିଛି, ତେବେ ତୁମର ଏଠାରେ କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମିଲର।

କଲମ୍ବିଆ ୟୁନିଭରସିଟିର ଜଣେ ସ୍ନାତକ ଛାତ୍ର ମହମ୍ମଦ ଖଲିଲଙ୍କ ପ୍ରତ୍ୟର୍ପଣ ସମୟରେ ଆମେରିକା ସରକାର ଏଭଳି କହିଛନ୍ତି। କ୍ୟାମ୍ପସ ପ୍ରୋଟେଷ୍ଟ ସମୟରେ ଖଲିଲ ହମାସ ସମର୍ଥନରେ ନାରାବାଜି କରିଥିଲେ। ନ୍ୟୁୟର୍କର ଜଣେ ବିଚାରପତି ଖଲିଲଙ୍କ ପ୍ରତ୍ୟର୍ପଣ ନିଷ୍ପତ୍ତି ଉପରେ ରୋକ ଲଗାଇଥିବା ବେଳେ ଆମେରିକା ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏହା ସହିତ ଖଲିଲଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛି ହୋମଲାଣ୍ଡ ସିକ୍ୟୁରିଟି। ଖଲିଲଙ୍କୁ ପ୍ରତ୍ୟର୍ପଣ କରାଯିବା ଦ୍ବାରା ୟୁଏସ ଇମିଗ୍ରେସନ ଆକ୍ଟ ଅଫ ୧୯୫୨ର କ୍ଷୁର୍ଣ୍ଣ ହେ‍ବ ବୋଲି ବିଚାରପତି ଜେସେ ଫରମାନ କହିଥିଲେ। ତେବେ ଏହି ନିୟମରେ ତୁରନ୍ତ ପରିବର୍ତ୍ତନ କରାଯିବ। ଏହା ସହିତ ଖଲିଲଙ୍କ ଗିରଫ ପ୍ରଥମ ହୋଇଥିବା ବେଳେ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅନେକଙ୍କୁ ଗିରଫ କରାଯିବ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି।

Advertisment

କ୍ଷମତାକୁ ଫେରିବା ପରେ ଟ୍ରମ୍ପ ଅବୈଧ ଭାବେ ଆମେରିକାରେ ବାସ କରୁଥିବା ନାଗରିକଙ୍କୁ ବିଦା କରୁଛନ୍ତି। ଫେବୃଆରୀ ୫ ତାରିଖରେ ୧୦୪ ଜଣ ଭାରତୀୟଙ୍କୁ ନେଇ ଏକ ଆମେରିକୀୟ ସେନାର ସି-୧୭ ଗ୍ଲୋବମାଷ୍ଟର ସାମରିକ ପରିବହନ ବିମାନ ଭାରତ ଆସିଥିଲା। ଏହି ବିମାନରେ ୨୩ ମହିଳା, ୧୨ ଶିଶୁ, ୭୯ ଜଣ ପୁରୁଷ ଥିଲେ। ତେବେ ଏମାନଙ୍କୁ ବେଡି ପିନ୍ଧାଇ ଅଣାଯିବାକୁ ବିରୋଧ କରାଯାଇଥିଲା।

ଅଧିକ ପଢ଼ନ୍ତୁ : 'ଶିକ୍ଷା ନାଁ ରେ ଟଙ୍କା ଲୁଟିବା ସହ ଛାତ୍ର ଛାତ୍ରୀଙ୍କୁ ନିର୍ଯାତନା ଦେଉଛି କିଟ୍'

Donald Trump Anti-Terrorism Exercise Green Cards
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ