/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697267947.jpg)
Israel Palestine Conflict
ଘମାଘୋଟ ଯୁଦ୍ଧ ମଧ୍ୟରେ ଟଳି ପଡ଼ିଲେ ସାମ୍ବାଦିକ । ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧର ଖବର ସଂଗ୍ରହ ବେଳେ ରକେଟ୍ ମାଡ଼ରେ ପ୍ରାଣ ହରାଇଛନ୍ତି ରଏଟର୍ସ ଭିଡିଓ ସାମ୍ୱାଦିକ । ଗ୍ରାଉଣ୍ତ ଜିରୋରୁ ଯୁଦ୍ଧର ଟିକିନିକି ଖବର ଦେଉଥିବା ବେଳେ ତାଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଥିବା ଆଉ ୬ ଜଣ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି ।
ଶୁକ୍ରବାର ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ ଆଡୁ ଆସିଥିବା ଗୋଟାଏ କ୍ଷେପଣାସ୍ତ୍ର ପଡ଼ିବାରୁ ଏହି ସାମ୍ବାଦିକମାନେ ମୃତାହତ ହୋଇଛନ୍ତି। ଘଟଣାସ୍ଥଳରେ ଥିବା ‘ରଏଟର୍ସ’ର ଜଣେ ଭିଡିଓଗ୍ରାଫର୍ ଏ ନେଇ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ ଅଲ୍ ଜଜିରା ଏବଂ ଏଜେନ୍ସି ଫ୍ରାନ୍ସ-ପ୍ରେସ ସମେତ ସାମ୍ବାଦିକଙ୍କ ଗୋଷ୍ଠୀ ଇସ୍ରାଏଲ ସୀମା ନିକଟ ଆଲମା ଅଲ-ଶାବ ନିକଟରେ କାମ କରୁଥିଲେ। ଏହି ସ୍ଥାନରେ ଇସ୍ରାଏଲ ସେନା ଏବଂ ଲେବାନନ୍ ମିଲିସିଆ ହିଜବୁଲ୍ହା ମଧ୍ୟରେ ସଙ୍ଘର୍ଷ ଚାଲିଥିଲା । ହଠାତ୍ ରକେଟ୍ ମାଡରେ ସାମ୍ୱାଦିକଙ୍କ ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ: ଗାଜାରୁ ଆସୁଛି ଛାତିଥରା କାହାଣୀ: ପିଇବାକୁ ପାଣି ନାହିଁ, ଗାଧୋଇବା କଥା ପଚାରେ କିଏ...
ଏହି ଘଟଣା ଲାଗି ଲେବାନନ୍ର ପ୍ରଧାନମନ୍ତ୍ରୀ ନାଜିବ୍ ମିକାତି ଓ ଜଣେ ହେଜ୍ବୋଲ୍ଲା ସାଂସଦ ଇସ୍ରାଏଲ୍କୁ ଦାୟୀ କରିଛନ୍ତି । ଗତକାଲି ମଧ୍ୟ ଇସ୍ରାଏଲ ରକେର୍ଟ ମାଡରେ ହମାସ ବନ୍ଧକ ରଖିଥିବା ୧୩ ଜଣ ଇସ୍ରାଏଲ ନାଗରିକଙ୍କ ସମେତ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଥିବା ଦାବି କରାଯାଇଥିଲା । ଆମେରିକା ଏହି ଘଟଣାର ତଦନ୍ତ କରିବ କହି, ଇସ୍ରାଲ୍ର ଜାତିସଂଘ ଦୂତ ଜିଲାଡ୍ ଏର୍ଡାନ୍ ଶୁକ୍ରବାର ଦିନ କହିଛନ୍ତି, କର୍ତ୍ତବ୍ୟ ସମ୍ପନ୍ନ କରୁଥିବା କୌଣସି ସାମ୍ବାଦିକଙ୍କୁ ଆକ୍ରମଣ କରିବା କି, ମାରିବାକୁ ଆମେ ଚାହୁଁନା । କିନ୍ତୁ, ଆପଣମାନେ ତ ଜାଣନ୍ତି, ଆମେ ଯୁଦ୍ଧ କରୁଛୁ। ଏମିତି ଅଘଟଣ ଘଟିପାରେ ।
ସେପଟେ, ରଏଟର୍ସ ଏକ ବିବୃତ୍ତିରେ କହିଛି ଯେ, ଲାଇଭ ଭିଡିଓ ସିଗନାଲ ଯୋଗାଉଥିବା ବେଳେ ସାମ୍ବାଦିକ ଇସାମ ଅବଦାଲ୍ଲାଙ୍କ ମୃତ୍ୟୁ ଘଟିଛି । ଏକ ପାହାଡ ଉପରେ କ୍ୟାମେରା ପଡିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ଆମ କ୍ୟାମେରା ଥରି ଉଠିଥିଲା, ହଠାତ୍ ପରିବେଶ ଧୂଆଁମୟ ହୋଇଯାଇ ଥିବାବେଳେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା ।
ଆମ ଭିଡିଓଗ୍ରାଫର ଇସାମ ଅବଦୁଲ୍ହାଙ୍କ ମୃତ୍ୟୁ ଖବର ଶୁଣି ଆମେ ଦୁଃଖରେ ମ୍ରିୟମାଣ ହୋଇପଡିଛୁ । ଇସାମର ପରିବାର ସହ ଆମେ ଅଛୁ ବୋଲି ରଏଟର୍ସ କହିଛି । ସେହିପରି ରଏଟର୍ସର ଅନ୍ୟ ଦୁଇ ଜଣ ସାମ୍ୱାଦିକ ମଧ୍ୟ ଯୁଦ୍ଧରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେବା ପରେ ଘରକୁ ଫେରିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)