Advertisment

South Korea Plane Crash: ଦକ୍ଷିଣ କୋରିଆରେ ପ୍ଲେନ୍ କ୍ରାସ୍; ରନ୍‌ୱେରୁ ଗଡ଼ିଯାଇ ପାଚେରିରେ ଧକ୍କା ହେଲା, ୬୨ ମୃତ

ରନୱେରୁ ଖସିଯିବା ପରେ ବିମାନଟି ପାଚେରି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ଏଥିରେ ନିଆଁ ଲାଗିଯାଇଥିଲା। କେଇ ସେକେଣ୍ଡରେ ବିମାନଟି ପୁରା ଜଳିଯାଇଥିଲା ଓ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Plane Crash

Plane Crash

ଦକ୍ଷିଣ କୋରିଆରେ ବଡ଼ ଧରଣର ବିମାନ ଦୁର୍ଘଟଣା। ଲ୍ୟାଣ୍ଡିଂ ବେଳେ ରନୱେରୁ ଗଡିଗଲା ବିମାନ। ପରେ ବିମାନବନ୍ଦର ପାଚେରିକୁ ଧକ୍କା ଦେଲା। ଏଥିରେ ୬୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ଦକ୍ଷିଣ କୋରିଆର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

Advertisment

ଜେଜୁ ଏୟାରର ଏହି ବିମାନଟି ବ୍ୟାଙ୍କକରୁ ଫେରୁଥିଲା। ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି। ବିମାନରେ ମୋଟ୍ ୧୮୧ଜଣ ଯାତ୍ରୀ ଥିଲେ। ଯେଉଁଥିରେ ୧୭୫ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ମେମ୍ବର ରହିଥିଲେ। ଅବତରଣ କରିବା ସମୟରେ ରନୱେରୁ ଖସିଯିବା ପରେ ବିମାନଟି ପାଚେରିକୁ ଧକ୍କା ଦେଇଥିଲା।

ୟୋନହାପ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ରନୱେରୁ ଖସିଯିବା ପରେ ବିମାନଟି ପାଚେରି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ଏଥିରେ ନିଆଁ ଲାଗିଯାଇଥିଲା। କେଇ ସେକେଣ୍ଡରେ ବିମାନଟି ପୁରା ଜଳିଯାଇଥିଲା ଓ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏହି ବିମାନ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment


ଅଧିକ ପଢ଼ନ୍ତୁ:  ଉଡ଼ାଣର କିଛି ସମୟ ପରେ କ୍ରାସ୍‌ ହୋଇଗଲା ବିମାନ, ଗୋଟିଏ ପରିବାରର ୧୦ ମୃତ

ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ୯:୦୭ ରେ ଦକ୍ଷିଣ-ପଶ୍ଚିମ ତଟ ବିମାନ ବନ୍ଦରରେ ଏହି ଘଟଣା ଘଟିଛି। ଦକ୍ଷିଣ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସଙ୍ଗ-ମୋକ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଜରୁରୀକାଳୀନ କାର୍ଯ୍ୟାଳୟ ଆସୋସିଏଟେଡ୍ ପ୍ରେସ୍‌କୁ କହିଛି ଯେ ଲ୍ୟାଣ୍ଡିଂ ଗିଅର କାମ ନକରିବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏହାପୂର୍ବରୁ ଡିସେମ୍ବର ୨୫ରେ କାଜାଖସ୍ତାନର ଅକଟାଉ ନିକଟରେ ଆଜେରବାଇଜାନ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ୬୭ଜଣଙ୍କ ମଧ୍ୟରୁ ୩୮ ଜଣଙ୍କର ମୃତ୍ୟୁ ଘଟିଥିଲା।

South Korea Plane Crash
Advertisment
Advertisment