Los Angeles Wildfire: ସର୍ବଗ୍ରାସୀ ନିଆଁରେ ଛାରଖାର ଆମେରିକା; ତ୍ରାହି ତ୍ରାହି ଡାକିଲେଣି ଲୋକେ

ଦୁନିଆର ଏକ ପ୍ରମୁଖ ସୁନ୍ଦର ସହର ଭିତରେ ଆସୁଥିବା ଲସ୍ ଆଞ୍ଜେଲସ ନିଜର ବରବାଦୀ ଦେଖୁଛି । ଜଙ୍ଗଲ ନିଆଁକୁ କାବୁ କରିବାକୁ ଅଗ୍ନିଶମ ବାହିନୀ ଅହରହ ଲାଗି ରହିଛି । ହେଲେ କୌଣସି ସୁଫଳ ମିଳିପାରୁନାହିଁ । ସରକାର ମଧ୍ୟ ଏଦିଗରେ ବ୍ୟାପକ ପଦକ୍ଷେପ ନେଉଛନ୍ତି ।

ଆମେରିକାରେ ହାହାକାର ସ୍ଥିତି

ଆମେରିକାରେ ତାଣ୍ଡବ ରଚୁଛି ଜଙ୍ଗଲ ନିଆଁ । ଜଳିଗଲାଣି ୧୨ ହଜାରରୁ ଅଧିକ ଘର । ରାସ୍ତାଘାଟଠୁ ଆରମ୍ଭ କରି ପାହାଡ଼ ପର୍ବତ ସବୁ ହୁତୁହୁତୁ ହୋଇ ଜଳୁଛି । ଲସ୍ ଆଞ୍ଜେଲସରେ ଏବେ ହାହାକାର ସ୍ଥିତି । କେମିତି ନିଆଁର ଆଁରେ ସବୁ କିଛି ଛାରଖାର ହୋଇଗଲାଣି। କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଏ ରାକ୍ଷସ ରୂପୀ ନିଆଁ ତା’ ପାଟିରେ ପୂରାଇ ଅଙ୍ଗାର କରିସାରିଲାଣି ।

କାର୍ଲିଫର୍ଣ୍ଣିଆରେ ଜଙ୍ଗଲରୁ ଲାଗିଥିବା ନିଆଁ ସବୁ କିଛି ସ୍ବାହା କରି ଦେଲାଣି । ମୁଣ୍ଡ ଗୁଞ୍ଜିବାକୁ ଚାଳ ନାହିଁ । କିଛି ଏମିତି ସ୍ଥିତିରେ ତ୍ରାହି ତ୍ରାହି ଡାକ ଛାଡୁଛନ୍ତି ଲସ୍ ଆଞ୍ଜେଲସର ଲୋକେ । ଆଉ ସେଠାରେ ବହୁଥିବା ବିନାଶକାରୀ ପବନ ଏହାକୁ ଅଧିକ ଜ୍ୱଳନଶୀଳ କରିଦେଉଛି। ବନାଗ୍ନିକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି । ହେଲେ ପବନ ଏହି ନିଆଁକୁ ଆହୁରି ବଳଶାଳୀ କରୁଛି ।

ଅଗ୍ନିଶମ ବାହିନୀର ଅହରହ କସରତ ପରେ ବି କାବୁ ହୋଇପାରୁନି । ଲସ୍ ଆଞ୍ଜେଲସରେ ଦେଢ ଲକ୍ଷେରୁ ଅଧିକ ଲୋକ ଘର ଛାଡି ସାରିଲେଣି । ଆଉ ଏହି ନିଆଁରେ ଫସି ୨୬ ଜଣକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ କିଛି ଲୋକ ଗୁରୁତର ହୋଇଛନ୍ତି । ଯେତେ ଲିଭାଇଲେ ସେତେ ମାଡୁଛି ନିଆଁ । ଉଗ୍ର ରୂପ ଧାରଣ କରି ଜନବସତିକୁ ଗିଳୁଛି । ହଲିଉଡ୍ ଷ୍ଟାର ଓ ନାମୀଦାମୀ ଖେଳାଳିଙ୍କ ସମ୍ପତ୍ତିକୁ ବି ଛାରଖାର କରିସାରିଲାଣି ଏ ନିଆଁ ।

ଅଧିକ ପଢ଼ନ୍ତୁ: କାନାଡ଼ା ପିଏମ୍‌ ରେସ୍‌ରୁ ଓହରିଲେ ଅନୀତା ଆନନ୍ଦ; କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ?

ସାଟେଲାଇଟ୍ ଚିତ୍ରରୁ ବର୍ତ୍ତମାନ ଆମେରିକାର ଚିତ୍ର ଦେଖିଲେ ଏହାକୁ ସହଜରେ ବିଶ୍ୱାସ କରିହେବନି। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲାଗିଥିବା ଅଞ୍ଚଳରେ ପକାଯାଉଛି ଗୋଲାପୀ ରଙ୍ଗର ପଦାର୍ଥ। ଯେଉଁଥିରେ ନିଆଁ ଶୀଘ୍ର ଲିଭିଥାଏ । ତଥାପି ବନାଗ୍ନିରେ ବ୍ରେକ ଲାଗି ପାରୁନି । ଆଗକୁ ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି ହୋଇପାରେ । ବର୍ତ୍ତମାନ ସୁଦ୍ଧା ବନାଗ୍ନିରେ ଆମେରିକାରେ ୧୪୦ ମିଲିୟନ ଡଲାର କ୍ଷତି ଆକଳନ କରାଯାଉଛି ।

୫୦ହଜାରୁ ଅଧିକ ଲୋକ ଅନ୍ଧାରରେ ରହିଛନ୍ତି । ଆଗକୁ ଧନଜୀବନ କ୍ଷତି ପରିମାଣ ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ଦୁନିଆର ଏକ ପ୍ରମୁଖ ସୁନ୍ଦର ସହର ଭିତରେ ଆସୁଥିବା ଲସ୍ ଆଞ୍ଜେଲସ ନିଜର ବରବାଦୀ ଦେଖୁଛି । ଜଙ୍ଗଲ ନିଆଁକୁ କାବୁ କରିବାକୁ ଅଗ୍ନିଶମ ବାହିନୀ ଅହରହ ଲାଗିରହିଛି । ହେଲେ କୌଣସି ସୁଫଳ ମିଳିପାରୁନାହିଁ । ସରକାର ମଧ୍ୟ ଏଦିଗରେ ବ୍ୟାପକ ପଦକ୍ଷେପ ନେଉଛନ୍ତି । 

ଅଧିକ ପଢ଼ନ୍ତୁ: ନିଆଁ ଆଁରେ ଲସ୍ ଆଞ୍ଜେଲସ୍; ୧୦ହଜାର ଘର ପାଉଁଶ, ଗଲାଣି ୧୦ ଜୀବନ