• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁଟ୍ୟୁବ୍‌ ପରି ପରି ଟ୍ୱିଟର ଦେବ ଇନକମ୍‌ । କଣ୍ଟେଣ୍ଟ୍‌ କ୍ରିଏଟର୍‌ଙ୍କ ପାଇଁ ନୂଆ ସୁଯୋଗ ଆଣିବ ମାଇକ୍ରୋବ୍ଲଗିଂ କମ୍ପାନୀ । ଟ୍ୱିଟରକୁ ନେଇ ଏଲୋନ୍ ମସ୍କ (Elon Musk )ଙ୍କ ଯୋଜନା ଧୀରେ ଧୀରେ ସ୍ପଷ୍ଟ ହେଉଛି । ନିଜେ କମ୍ପାନୀର ସର୍ବେସର୍ବା ଏଲନ୍ ମସ୍କ ଏସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଆଗାମୀ ସମୟରେ ୟୁଜରମାନେ ଏହି ସୋସିଆଲ ମିଡିଆ ସାଇଟରେ ଲମ୍ବା ଭିଡିଓ ପୋଷ୍ଟ କରିବାକୁ ସମର୍ଥ ହୋଇପାରିବେ ।

ଟ୍ୱିଟରର ମନିଟାଇଜେସନ୍ ଯୋଜନା ୟୁଟ୍ୟୁବକୁ ବି ପଛରେ ପକାଇଦେବ। ସମସ୍ତ ପ୍ରକାର କଣ୍ଟେଣ୍ଟ୍‌ ପାଇଁ ୟୁଜରଙ୍କୁ ଟଙ୍କା ରୋଜଗାର କରିବାର ସୁଯୋଗ ଦେବ ଟ୍ୱିଟର୍‌ । ୟୁଟ୍ୟୁବ୍‌ ଓ ଇନଷ୍ଟାଗ୍ରାମ୍‌ ପରି ଭିଡିଓ ବ୍ୟତୀତ ୟୁଜରମାନେ ଅନ୍ୟ କଣ୍ଟେଣ୍ଟ୍‌ ଦେଇ ଟ୍ୱିଟରରେ ମଧ୍ୟ ଟଙ୍କା ରୋଜଗାର କରିପାରିବେ ।

ଅଧିକ ପଢ଼ନ୍ତୁ:ଏଲୋନ୍‌ଙ୍କ ୟୁ-ଟର୍ଣ୍ଣ ! ପ୍ରଥମେ ଚାକିରିରୁ ବିଦା କଲେ, ଏବେ କର୍ମଚାରୀଙ୍କୁ ପୁଣି ଡାକିଲେ

ଜଣେ ୟୁଜର୍‌ ଏନେଇ ଏଲୋନ୍‌ଙ୍କୁ ଲକ୍ଷ୍ୟ କରି ଏକ ଟ୍ୱିଟ୍ କରିଥିଲେ । କଣ୍ଟେଣ୍ଟ୍ କ୍ରିଏଟରଙ୍କୁ ୟୁଟ୍ୟୁବ୍ ୫୫% ବିଜ୍ଞାପନ ଆଡ୍ ରେଭେନ୍ୟୁ ଦେଉଛି । ଆଉ ଏହାର ଉତ୍ତରରେ ମସ୍କ କହିଛନ୍ତି, ଆଗାମୀ ସମୟରେ ଟ୍ୱିଟରରେ ବହୁତ କିଛି ହେବ । ଏହାପୂର୍ବରୁ ଜଣେ କ୍ରିଏଟର୍‌ କହିଥିଲେ, ଟଙ୍କା ମିଳିଲେ ହିଁ ଟ୍ୱିଟରରେ ପୂରା ଭିଡିଓ ପୋଷ୍ଟ କରିବେ । ବିନା ଟଙ୍କାରେ ପୂରା ଭିଡିଓ ପୋଷ୍ଟ କରିବାର ମାନେ କିଛି ନାହିଁ ।

ଅନ୍ୟପଟେ ମସ୍କ ଆଗାମୀ ସମୟରେ ମନିଟାଇଜେସନ୍ ବିଷୟରେ ଅଧିକ ସୂଚନା ଦେଇପାରନ୍ତି ବୋଲି କୁହାଯାଉଛି । ସେହିପରି ଟ୍ୱିଟରରେ ଅଧିକ ଟେକ୍ସଟ୍ ସଂଲଗ୍ନ କରିବାର ବୈଶିଷ୍ଟ୍ୟ ମଧ୍ୟ ଖୁବ ଶୀଘ୍ର ଯୋଡ଼ିହେବ । ଏହାସହ ସମସ୍ତ କଣ୍ଟେଣ୍ଟ୍‌ ପାଇଁ ମନିଟାଇଜେସନ୍ ଆରମ୍ଭ କରାଯିବ ।

ସୂଚନାଯୋଗ୍ୟ ଏଲୋନ୍‌ ମସ୍କ ୪୪ ବିଲିୟନ୍‌ ଡଲାରରେ ଟ୍ୱିଟର୍‌ ଡିଲ୍‌ ଫାଇନାଲ୍‌ କରିଛନ୍ତି । ଟ୍ୱିଟରର ମାଲିକାନା ନିଜ ହାତକୁ ନେବାପରେ ଏଲୋନ୍ କ୍ରମାଗତ ଏକାଧିକ ନୀତିଗତ ଓ ପରିଚାଳନା ଗତ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱବ୍ୟାପୀ ରାଜନେତା ଓ ଗଣମାଧ୍ୟମ ପ୍ରତିନିଧି ବ୍ୟବହାର କରୁଥିବା ଏହି ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହି ଆସିଛି । ଖାସ୍ କରି ବାକ୍ ସ୍ୱାଧୀନତା ପ୍ରସଙ୍ଗକୁ ନେଇ ବିବାଦରେ ରହିଛି ଟ୍ୱିଟର । ତେବେ ଟ୍ୱିଟରର ମାଲିକାନା ବଦଳିବା ପରେ ଦୀର୍ଘ ବର୍ଷ ଧରି ଚାଲିଥିବା ପ୍ରକ୍ରିୟାକୁ ବାଦ ଦେଇ ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାରକୁ ମସ୍କ ଅଗ୍ରାଧିକାର ଦେଇଛନ୍ତି । ଏପରିକି ସେ ଟ୍ୱିଟ୍ କରି ଲେଖିଛନ୍ତି, ନୀଳ ପକ୍ଷୀକୁ ମୁକ୍ତ କରାଗଲା ।