• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟର ର କମାଣ ସମ୍ଭାଳୁ ସମ୍ଭାଳୁ ନୂଆ ବସ୍‌ ବଡ଼ ଆକ୍ସନ୍‌ ନେଇଛନ୍ତି । ଟ୍ୱିଟର କିଣିବା ପରଠାରୁ ଏଲନ ମସ୍କ  (Elon Musk) ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି । ପ୍ରଥମେ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ଏବଂ ତାଙ୍କ ଦଳକୁ ବାହାରିବାର ରାସ୍ତା ଦେଖେଇ ସାରିବା ପରେ ବର୍ତ୍ତମାନ ସେ ବୋର୍ଡର ସମସ୍ତ ନିର୍ଦ୍ଦେଶକଙ୍କୁ ହଟାଇ ଦେଇଛନ୍ତି । ସମସ୍ତ ନିର୍ଦ୍ଦେଶକଙ୍କୁ ହଟାଇ ସେ ନିଜେ ଟ୍ୱିଟରର ସର୍ବାସର୍ବା ହୋଇଯାଇଛନ୍ତି । ପଦରୁ ହଟିଥିବା ସଦସ୍ୟମାନଙ୍କ ମଧ୍ୟରେ ଅଛନ୍ତି ମାର୍ଥା ଲେନ୍‌ ଫାକ୍ସ , ଓମିଡି କୋର୍ଡେଷ୍ଟାନି, ଦେଭିଡ଼ ରୋସେନବ୍ଲେଷ୍ଟ୍‌, ପେଟ୍ରିକ ପିଚେଟ, ଏଗାଁନ ଡରବନ, ଫି-ଫି ଲି ଏବଂ ମିନି ଅଲମାଏହୋ ।

କେବଳ ଏତିକି ନୁହେଁ ନିଜ ହାତକୁ ଟ୍ୱିଟରର ଭାର ଆଣିବା ପରେ ଏକ ନୂଆ ଘୋଷଣା କରିଛନ୍ତି ମସ୍କ । ଟ୍ୱିଟରରେ ବ୍ଲୁ-ଟିକ ପାଇଥିବା ୟୁଜର୍ସଙ୍କୁ ଏଣିକି ଅଧିକ ଅର୍ଥ ଦେବାକୁ ପଡ଼ି‍ବ । ଖୁବ୍‌ ଅଧିକ ଅର୍ଥ ବିନିମୟରେ ଏଲୋନ ମସ୍କ ଟ୍ୱିଟରକୁ କିଣିଛନ୍ତି । ଆଉ ଏହି ଅର୍ଥର ସବୁ ମୂଲ୍ୟ ସୋସିଆଲ ମିଡିଆ ୟୁଜର୍ସଙ୍କ ପାଖରୁ ଆଦାୟ କରିବାକୁ ସେ ଅଣ୍ଟା ଭିଡିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଏଲୋନ ଏବେ କୌଣସି ଟ୍ୱିଟର ବ୍ଲୁ ୟୁଜର୍ସଙ୍କୁ ବ୍ଲୁ ଟିକ ଦେବା ପାଇଁ ମୋଟା ଅଙ୍କର ଅର୍ଥ ଅସୁଲ କରିବେ ।

ଅଧିକ ପଢ଼ନ୍ତୁ: ଟ୍ୱିଟରରୁ ୭୫% କର୍ମଚାରୀଙ୍କୁ ଛଟେଇ ପାଇଁ ଏଲନ ମସ୍କଙ୍କ ଯୋଜନା ! CEO ମଧ୍ୟ ବିଦା ହୋଇପାରନ୍ତି

ନଭେମ୍ବର ୭ ତାରିଖ ସୁଦ୍ଧା ନୂଆ ଫିଚର ଲ୍ଞ୍ଚ କରିବା ଲାଗି ଡେଡଲାଇନ ଦିଆଯାଇଛି । ସୋସିଆଲ ମିଡିଆ ଟ୍ୱିଟରକୁ ନେବାର ଦିନକ ପରେ ଏହି ଟ୍ୱିଟ୍‌ କରି ସେ କହିଛନ୍ତି, ଟ୍ୱିଟର୍‌ ତା’ର ଭେରିଫିକେସନ ପ୍ରୋସେସ ରିଭାଇଜ କରିବ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଏଲୋନ୍ ମସ୍କ କ’ଣ କରିବେ ଏହା ପୂର୍ବରୁ ସ୍ଥିର କରି ସାରିଛନ୍ତି ।

ଗତ ୨୮ ତାରିଖ ଠାରୁ ଟ୍ୱିଟରକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ଏଲୋନ୍ ମସ୍କ । ପ୍ରଥମେ ଟ୍ୱିଟରକୁ କିଣିବା ପାଇଁ ଏଲୋନ୍‌ ମସ୍କ ୪୪ ବିଲିୟନ ଡଲାରର ଚୁକ୍ତି କରିଥିଲେ । ହେଲେ ସ୍ପାମ ଏବଂ ଫେକ ଆକାଉଣ୍ଟକୁ ନେଇ ସେ ଏହି ଡିଲକୁ ଅଧାରୁ ଅଟକାଇ ଦେଇଥିଲେ । ଏହା ପରେ ଟ୍ୱିଟର ସିଇଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମସ୍କଙ୍କୁ ଏହି ଡିଲ୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅକ୍ଟୋବର ୨୭ ତାରିଖ ଯାଏ ସମୟ ଦେଇଥିଲେ ।

ପୂର୍ବରୁ ଡିଲ୍‌କୁ ନେଇ ପଛଘୁଞ୍ଚା ଦେଉଥିବା ମସ୍କ ଶେଷ ମୁହୂର୍ତ୍ତରେ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ କିଣି ନେଇଥିଲେ । ତେବେ ମାଲିକାନା ହାସଲ କରିବା ପରେ ପରେ ତୁରନ୍ତ କମ୍ପାନୀର CEO ପରାଗ ଅଗ୍ରୱାଲ ଓ CFO ନେଡ ସଗେଲଙ୍କୁ ବିଦା କରିଦେଇଥିଲେଏଲନ । ଏପରିକି ଉଭୟଙ୍କୁ କମ୍ପାନୀ ହେଡ କ୍ୱାଟରରୁ ବାହାର କରି ଦିଆଯାଇଥିଲା ।