• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟେସ୍‌ଲା ସିଇଓ ଏଲୋନ୍‌ ମସ୍କ । କୋଟିପତି ବ୍ୟବସାୟୀ ତଥା ଟେସଲା କମ୍ପାନୀର ସିଇଓ ଏଲୋନ୍ ମସ୍କ ସୋସିଆଲ ମିଡିଆ ରେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ସେ ଅଧିକାଂଶ ସମୟରେ ନିଜର ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହିଁ ଚର୍ଚ୍ଚାରେ ଥାନ୍ତି । ଖାଲି ଚର୍ଚ୍ଚା ନୁହେଁ ନିଜର ଅଜବ ଧରଣର ଅନ୍ଦାଜ ଓ ପୋଷ୍ଟ ପାଇଁ ତାଙ୍କୁ ଅନେକ ଥର ସମାଲୋଚନାର ଶିକାର ହେବାକୁ ପଡ଼ିଛି । ତେବେ କିଛି ଦିନ ପୂର୍ବରୁ ସେ ଟ୍ୱିଟର କିଣିବେ ବୋଲି କହିବା ସହ ଏଥିରେ ଅନେକ ପରିବର୍ତ୍ତନ କରିବେ ବୋଲି କହି ବେଶ୍‌ ଚର୍ଚ୍ଚାରେ ରହିଥିଲେ । 

ତେବେ ପୁଣି ଏମିତି କିଛି କାମ କରି ଏବେ ଲାଇମ୍‌ଲାଇଟ୍‌କୁ ଆସିଛନ୍ତି ଏଲୋନ୍‌ । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ରିତିମତ ସେ ଏମିତି କିଛି କାମ କରନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା କରାଯାଇଥାଏ । ଟ୍ୱିଟର କିଣିବା ଚର୍ଚ୍ଚା ପରେ ସେ ଆଉ ଏକ ପୋଷ୍ଟ ପାଇଁ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ।ସୋସିଆଲ ମିଡିଆରେ ସେ ଏମିତି ଏକ ପୋଷ୍ଟ କରିଥିଲେ ଯାହାକୁ ନେଇ ସମସ୍ତେ ଆଲୋଚନା କରିବାକୁ ଲୋକେ ବାଧ୍ୟ ହେଲେ । ସେ ପ୍ରଥମେ ଏକ ଟ୍ୱିଟ୍‌ କରିଥିଲେ ଯେ, ଇଲଣ୍ଡର ପୁଟ୍‌ବଲ୍‌ ଟିମ୍‌ ମଞ୍ଚେଷ୍ଟର ୟୁନାଇଟେଡ୍‌କୁ ସେ କିଣିବାକୁ ଯାଉଛନ୍ତି । ଏହାର କିଛି ସମୟ ପରେ ସେ ଆଉ ଏକ ଟ୍ୱିଟ୍‌ କଲେ । ଆଉ ସମସ୍ତଙ୍କୁ ଚକିତ କରିଦେଲେ । ସେଥିରେ ସେ ଲେଖିଥିଲେ ଯେ, ‘ନା ମୁଁ ତାକୁ କିଣିବାକୁ ଚାହୁଁନି । ମୁଁ ମଜାକ୍‌ କରୁଥିଲି ।’ ପ୍ରଥମ ପୋଷ୍ଟ କରିବାର ମାତ୍ର ୪ ଘଣ୍ଟା ପରେ ସେ ମଜାକ୍‌ କରୁଥିଲେ ବୋଲି ପୋଷ୍ଟ କରିଥିଲେ ।

ଅଧିକ ପଢ଼ନ୍ତୁ: ମଞ୍ଚେଷ୍ଟର ୟୁନାଇଟେଡ୍‌ ଫୁଟବଲ୍‌ କ୍ଲବ୍‌କୁ ନେଇ ସୋସିଆଲ ମିଡିଆରେ ମଜାକ୍‌ କଲେ ଏଲନ ମସ୍କ

ଏବେ ଯେଉଁ କାରନାମା କରିଛନ୍ତି ତାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ । କାରଣ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି କେବେ ଏଭଳି କାମ କରିପାରିବ ବୋଲି ଆପଣ ଭାବିନଥିବେ । ସ୍ପେସ୍‌ ଏକ୍ସ ଏବଂ ଟେସ୍‌ଲା କମ୍ପାନୀର ସିଇଓ ୫୧ ବର୍ଷିୟ ଏଲୋନ୍‌ ମସ୍କ ଯିଏ କି ବିଶ୍ୱର ସବୁଠୁ ବଡ଼ ଧନୀ, ଏବେ ନିଜକୁ ଜଣେ ପର୍ଫ୍ୟୁମ୍‌ ସେଲ୍‌ସ ମ୍ୟାନ୍‌ ବୋଲି ପରିଚୟ ଦେଇଛନ୍ତି । ସେ ଜଣେ ପର୍ଫ୍ୟୁମ୍‌ ସେଲ୍‌ସ ମ୍ୟାନ୍‌ ବୋଲି ସାରା ବିଶ୍ୱକୁ ଜଣାଇଛନ୍ତି ।

ସେ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରେ ନିଜର ପରିଚୟ ବଦଳାଇଛନ୍ତି । ପ୍ରୋଫାଇଲ୍‌ରେ ସେ ନିଜକୁ ପରଫ୍ୟୁମ୍‌ ସେଲ୍‌ସମ୍ୟାନ୍‌ ବୋଲି ଲେଖିଛନ୍ତି । ଏହାସହ ଏକ ପରଫ୍ୟୁମ୍‌ର ଆଡ୍‌ଭର୍ଟାଇଜ୍‌ ମଧ୍ୟ ସେ କରିଛନ୍ତି । ସେ ବରନ୍‌ଟ ହେୟାର ନାମକ ଏକ ପର୍ଫ୍ୟୁମ୍‌ର ଫଟୋ ସେୟାର କରିଛନ୍ତି । ସେଥିରେ ଲେଖିଛନ୍ତି ଏହା ପୃଥିବୀରେ ସବୁଠାରୁ ଫାଇନେସ୍ଟ ପରର୍ଫ୍ୟୁମ୍ । ଏହାର ଦାମ ୧୦୦ ଡଲାର । ଭାରତୀୟ ଟଙ୍କା ଅନୁସାରେ ଏହାର ଦାମ ୮୨୩୦ ଟଙ୍କା ରହିଛି ।