Advertisment

Donald Trump: ପ୍ରଥମେ ‘ସବୁଠୁ ଖରାପ ବ୍ୟକ୍ତି’ ବୋଲି କହିଲେ, ପରେ ବିବାଦରେ ଫସିବା ଜାଣି ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ଟେକ୍ସାସରେ ବନ୍ୟା ସଂକ୍ରାନ୍ତରେ ସାମ୍ବାଦିକ ଏକ ପ୍ରଶ୍ନ କରିବାରୁ ଟ୍ରମ୍ପ ରାଗି ଯାଇ ସାମ୍ବାଦିକଙ୍କୁ ସବୁଠୁ ଦୁଷ୍ଟ ବ୍ୟକ୍ତି ବୋଲି କହିଥିଲେ । ପରେ ସାମ୍ବାଦିକଙ୍କୁ ଜଣେ ଭଲ ରିପୋର୍ଟର ବୋଲି କହି ପ୍ରଶଂସା କଲେ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Trump

Trump

ନିକଟରେ ଆମେରିକାର ଟେକ୍ସାସରେ ଭୟଙ୍କର ବନ୍ୟା ହୋଇଥିଲା । ଏହି ବନ୍ୟାରେ ଶତାଧିକ ଲୋକଙ୍କର ଜୀବନ ଯାଇଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉକ୍ତ ସ୍ଥାନକୁ ଯାଇ ସମ୍ପୂର୍ଣ୍ଣ ସ୍ଥିତି ସମୀକ୍ଷା କରିଥିଲେ । ତେବେ ଏହି ବନ୍ୟା ସମ୍ପର୍କିତ ଏକ ପ୍ରଶ୍ନ ଯେତେବେଳେ ସାମ୍ବାଦିକ ଟ୍ରମ୍ପଙ୍କୁ ପଚାରିଲେ, ଟ୍ରମ୍ପ ରାଗି ଯାଇଥିଲେ । ଜଣେ ସାମ୍ବାଦିକ ପଚାରିଥିଲେ ଯେ, ଯଦି ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇଥାନ୍ତା, ତାହାଲେ ହୁଏତ ଆହୁରି ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇ ପାରିଥାଆନ୍ତା । ଏହି ସମୟରେ ଟ୍ରମ୍ପ ରାଗି ଯାଇ ତାଙ୍କୁ ସବୁଠୁ ଦୁଷ୍ଟ ଲୋକ ବୋଲି କହିଥିଲେ । 

Advertisment

ଅଧିକ ପଢ଼ନ୍ତୁ: ଆମେରିକା ରାଜନୀତିରେ ହଲ୍‌ଚଲ୍, ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ଏଲନ ମସ୍କ !

ଯଦିଓ ଟ୍ରମ୍ପ ପ୍ରଥମେ ବନ୍ୟା ସମୟରେ ପ୍ରଶାସନର କାମକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ସମସ୍ତେ ବହୁତ ଭଲ କାମ କରିଥିଲେ । କିନ୍ତୁ ପରେ ରାଗିଯାଇ ଯେଉଁ ରିପୋର୍ଟର ଏହି ପ୍ରଶ୍ନ କରିଥିଲେ, ତାଙ୍କୁ କହିଥିଲେ ଯେ, କେବଳ ଜଣେ ଖରାପ ଏବଂ ଦୁଷ୍ଟ ବ୍ୟକ୍ତି ହିଁ ଏଭଳି ପ୍ରଶ୍ନ ପଚାରନ୍ତି । କେରଭିଲରେ ଏକ ଜରୁରୀକାଳୀନ ଅପରେସନ ସେଣ୍ଟରରେ ଥାଇ ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଥିବା ଉଦ୍ଧାରକାରୀ ଟିମକୁ ପ୍ରଶଂସା କରିଥିଲେ ଟ୍ରମ୍ପ । ଟ୍ରମ୍ପ କହିଥିଲେ ଯେଉଁମାନେ ନିଖୋଜ ହୋଇଥିବା ବ୍ୟକ୍ତିଙ୍କୁ ଖୋଜୁଛନ୍ତି, ଅବିଶ୍ୱସନୀୟ । ଏହା କହିବା ପରେ ତୁରନ୍ତ ଟ୍ରମ୍ପ ବିବାଦୀୟ ବୟାନ ଦେଇଥିଲେ । 

Advertisment

ଏହି ବିବାଦୀୟ ବୟାନରୁ ବର୍ତ୍ତିବା ପାଇଁ ଟ୍ରମ୍ପ ସଙ୍ଗେ ସଙ୍ଗେ ସେହି ରିପୋର୍ଟରଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ସେ ଜଣେ ବହୁତ ଭଲ ରିପୋର୍ଟର । ଭଲ ପ୍ରଶ୍ନ ପଚାରିଲେ ବୋଲି କହି ଟ୍ରମ୍ପ ତାଙ୍କ ବିବାଦୀୟ ବୟାନକୁ ଘୋଡାଇବାକୁ ଚେଷ୍ଟା କରିଥିଲେ । ତାଙ୍କ ପ୍ରଶାସନ ଟେକ୍ସାସରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ଆଗେଇ ଆସିଛନ୍ତି ଏବଂ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି ଟ୍ରମ୍ପ ।

ଅଧିକ ପଢ଼ନ୍ତୁ: ନୋବେଲ ଶାନ୍ତି ପୁରସ୍କାର ପାଇବେ କି ଟ୍ରମ୍ପ? ପାକିସ୍ତାନ ପରେ ସୁପାରିସ୍ କଲେ ନେତାନ୍ୟାହୁ

US President Donald Trump
Advertisment
Advertisment