Advertisment

Nobel Peace Prize: ନୋବେଲ ଶାନ୍ତି ପୁରସ୍କାର ପାଇବେ କି ଟ୍ରମ୍ପ? ପାକିସ୍ତାନ ପରେ ସୁପାରିସ୍ କଲେ ନେତାନ୍ୟାହୁ

ଅନେକ ଦେଶ ବିଶେଷ କରି ମଧ୍ୟପ୍ରାଚ୍ୟରେ ଶାନ୍ତି ସ୍ଥାପନା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଆମେରିକା ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ସୁପାରିସ୍ କରିଛି ଇସ୍ରାଏଲ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Nobel

Nobel

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୃଢ ସମର୍ଥନ କରିଛି ଇସ୍ରାଏଲ । ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାଁ ସୁପାରିସ୍ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କୁ ମନୋନୀତ କରାଯାଇଥିବା କହିଛନ୍ତି ନେତାନ୍ୟାହୁ । ସୋମବାର ହ୍ୱାଇଟ ହାଉସରେ ବ୍ୟକ୍ତିଗତ ରାତ୍ରୀଭୋଜନ ପାଇଁ ଯାଇଥିବା ବେଳେ ବୈଠକ ସମୟରେ ଟ୍ରମ୍ପଙ୍କୁ ନୋମିନେସନ ଚିଠି ଦେଇଛନ୍ତି ନେତାନ୍ୟାହୁ । 

Advertisment

ଅଧିକ ପଢନ୍ତୁ: ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାଁ ସୁପାରିଶ କଲା ପାକିସ୍ତାନ

ନେତାନ୍ୟାହୁ କହିଛନ୍ତି, ନୋବେଲ ପୁରସ୍କାର କମିଟିକୁ ପଠାଇଥିବା ଚିଠିକୁ ଆପଣଙ୍କୁ ପ୍ରଦାନ କରିବାକୁ ଚାହୁଁଛି । ଆପଣଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଯେଉଁଥିପାଇଁ ଆପଣ ଯୋଗ୍ୟ ଓ ଆପଣ ଏହା ପାଇବା ଉଚିତ୍ । ଏହା ପରେ ନେତାନ୍ୟାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟ୍ରମ୍ପ ଓ ଏହାକୁ ବହୁତ ଅର୍ଥପୂର୍ଣ୍ଣ ବୋଲି କହିଛନ୍ତି । 

Advertisment

ଅନେକ ଦେଶରେ ଶାନ୍ତି ଓ ସୁରକ୍ଷା ପାଇଁ ଟ୍ରମ୍ପଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ନେତାନ୍ୟାହୁ । ବିଶେଷକରି ଟ୍ରମ୍ପଙ୍କ ନେତୃତ୍ୱରେ ମଧ୍ୟପ୍ରାଚ୍ୟରେ ଶାନ୍ତି ସ୍ଥାପନ ହୋଇଥିବା ସେ କହିଛନ୍ତି । ଆମେ ଶାନ୍ତି ସ୍ଥାପନ ପାଇଁ କହୁଥିବା ବେଳେ ଟ୍ରମ୍ପ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରରେ ଶାନ୍ତି ସ୍ଥାପନ କରିଛନ୍ତି । 

ସୂଚନାଯୋଗ୍ୟ, ଟ୍ରମ୍ପ ଦୀର୍ଘ ସମୟ ଧରି ନିଜକୁ ଶାନ୍ତି ସ୍ଥାପନକାରୀ ବୋଲି କହିବା ସହ ନୋବେଲ ଶାନ୍ତି ପୁରସ୍କାର ପାଇଁ ତାଙ୍କ ଇଚ୍ଛା ଜାହିର କରିଛନ୍ତି । ପୂର୍ବରୁ ପାକିସ୍ତାନ ମଧ୍ୟ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ସୁପାରିସ୍ କରିଥିଲା । ଟ୍ରମ୍ପଙ୍କ କୂଟନୈତିକ ରଣନୀତିକୁ ପ୍ରଶଂସା କରି ପାକିସ୍ତାନ ନୋବେଲ ଶାନ୍ତି ପୁରସ୍କାର ୨୦୨୬ ପାଇଁ ଟ୍ରମ୍ପଙ୍କ ନାମ ସୁପାରିସ୍ କରିଥିଲା ।

ଅଧିକ ପଢନ୍ତୁ: ଟ୍ରମ୍ପଙ୍କୁ ମନେ ପକାଇଦେଲେ ଥରୁର୍, ଭୁଲିଗଲଣି କି ୨୦୦୧ କଥା ?

Israeli PM Benjamin Netanyahu US President Donald Trump Nobel Peace Prize
Advertisment
Advertisment