trump
ଇସ୍ରାଏଲ ଓ ଇରାନ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଉଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ଘୋଷଣା କରିଛନ୍ତି । ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ନେଇ ଘୋଷଣା କରିଛନ୍ତି ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପଙ୍କ ତରଫରୁ ୧୨ ଦିନର ଯୁଦ୍ଧ ବନ୍ଦ ହୋଇଛି । ଇସ୍ରାଏଲ ଓ ଇରାନ ସମ୍ପୂର୍ଣ୍ଣ ଯୁଦ୍ଧ ବିରତି ପାଇଁ ସହମତି ହୋଇଥିବା ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଟ୍ରମ୍ପ ।
ଅଧିକ ପଢନ୍ତୁ: କାହିଁକି ଭାରତର ୬ଟି ରାଜ୍ୟକୁ ନଯିବାକୁ ମହିଳା ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା
ଟ୍ରମ୍ପ ଲେଖିଛନ୍ତି, ଆସନ୍ତା ୬ ଘଣ୍ଟା ମଧ୍ୟରେ ଅସ୍ତ୍ରବିରତି ଲାଗୁ ହେବ । ପ୍ରାୟ ୬ ଘଣ୍ଟାରେ ଇରାନ ଅସ୍ତ୍ରବିରତି ଆରମ୍ଭ କରିବ ଏବଂ ୧୨ ଘଣ୍ଟାରେ ଇସ୍ରାଏଲ ଅସ୍ତ୍ରବିରତି ଆରମ୍ଭ କରିବ । ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ । ଏଥିପାଇଁ ଇସ୍ରାଏଲ ଓ ଇରାନର ସହନଶକ୍ତି, ସାହସ ଓ ବୁଦ୍ଧିମତାକୁ ପ୍ରଶଂସା କରିଛନ୍ତି ଟ୍ରମ୍ପ । ଏହା ଏପରି ଏକ ଯୁଦ୍ଧ, ଯାହା ବର୍ଷ ବର୍ଷ ଧରି ଚାଲି ପାରିଥାନ୍ତା ଏବଂ ପୂରା ମଧ୍ୟପ୍ରାଚ୍ୟକୁ ଧ୍ୱଂସ କରିଥାଆନ୍ତା । କିନ୍ତୁ ଏମିତି ହେଲା ନାହିଁ କି କେବେ ବି ହେବ ନାହିଁ । ଭଗବାନ ଇସ୍ରାଏଲ, ଇରାନ, ମଧ୍ୟପ୍ରାଚ୍ୟ ଓ ଯୁକ୍ତରାଷ୍ଟ୍ର ଆମେରିକାର ମଙ୍ଗଳ କରନ୍ତୁ ବୋଲି ଟ୍ରମ୍ପ ଲେଖିଛନ୍ତି ।
ଗତ ୧୨ ଦିନ ଧରି ଇସ୍ରାଏଲ ଓ ଇରାନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିଲା । ଉଭୟ ପକ୍ଷରୁ ଘନଘନ ମିଜାଇଲ ଓ ଡ୍ରୋନ ଆଟାକ ହେଉଥିଲା । ଏହି ଯୁଦ୍ଧ ମଧ୍ୟରେ ଆମେରିକାର ଏଣ୍ଟ୍ରି ଯୁଦ୍ଧକୁ ଆହୁରି ତୀବ୍ର କରିଥିଲା । ଏହି ଯୁଦ୍ଧର ପରିଣାମ ସ୍ୱରୂପ ତୃତୀୟ ବିଶ୍ୱଯୁଦ୍ଧ ହେବାର ଆଶଙ୍କା କରାଯାଉଥିଲା । ସମସ୍ତ ଦେଶ ଉତ୍ତେଜନା ଆଡକୁ ଠେଲି ହେଇ ଯାଉଥିବା ବେଳେ ଉଭୟ ଦେଶଙ୍କ ମଧ୍ୟରେ ଏ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି ବିଶେଷଜ୍ଞମାନେ ଆକଳନ କରୁଥିବା ବେଳେ ଇରାନ ଏହି ଅସ୍ତ୍ରବିରତି ଘୋଷଣାକୁ ନେଇ ଏକ ବଡ ବୟାନ ରଖିଥିଲା । ଯାହା ବିଶ୍ୱ ରାଜନୀତିକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିଲା, ଯଦିଓ ପରେ ସେଥିରୁ ଓହରି ଯାଇଥିଲା ।
ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଆରାଘଚି ପ୍ରଥମେ ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଆରାଘଚି କହିଥିଲେ ଯେ, ଇସ୍ରାଏଲ ଓ ଇରାନ ମଧ୍ୟରେ ଏଭଳି କୌଣସି ଚୁକ୍ତି ହୋଇନାହିଁ । ଇରାନ ଉପରେ ଯୁଦ୍ଧ ଆରମ୍ଭ କରିଥିଲା ଇସ୍ରାଏଲ । ଏବେ ପର୍ଯ୍ୟନ୍ତ ଅସ୍ତ୍ରବିରତି ନେଇ କୌଣସି ଚୁକ୍ତି ହୋଇନାହିଁ ବୋଲି କହିଥିଲେ । ହେଲେ ପରେ ପୁଣି କହିଛନ୍ତି ଯେ, ଇରାନର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ କୌଣସି ଆଗ୍ରହ ନାହିଁ । କିନ୍ତୁ ଇସ୍ରାଏଲର ଆକ୍ରମଣ ଇରାନର ଲୋକଙ୍କ ବିରୋଧରେ ଏକ ଅବୈଧ ଆକ୍ରମଣ । ଯଦି ଭୋର ୪ଟା ସୁଦ୍ଧା (ସ୍ଥାନୀୟ ସମୟ) ଇସ୍ରାଏଲ ତା’ର ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରେ, ତାହାଲେ ଆମେ ମଧ୍ୟ ପ୍ରତିକ୍ରିୟାଶୀଳ ହେବୁ ନାହିଁ । ଏହା ପରେ ସାମରିକ କାର୍ଯ୍ୟକଳାପ ବନ୍ଦ କରିବା ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆରାଘଚି କହିଛନ୍ତି ।
ଅଧିକ ପଢନ୍ତୁ: ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ; ସବୁଠୁ ବଡ଼ ହସ୍ପିଟାଲରେ ମିଜାଇଲ୍ ଆଟାକ୍
ଅନ୍ୟପଟେ ଆମେରିକା ଅସ୍ତ୍ରବିରତି ଘୋଷଣା କରିବା ପୂର୍ବରୁ ଆମେରିକାଠାରୁ ପ୍ରତିଶୋଧ ନେଇଥିଲା ଇରାନ୍। କତାର ରାଜଧାନୀ ଦୋହାରେ ଥିବା ଆମେରିକୀୟ ଏୟାରବେସ୍ ଉପରେ ଇରାନ କରିଥିଲା ମିସାଇଲ୍ ଆଟାକ୍। ଆମେରିକୀୟ ଏୟାରବେସ୍ ଉପରେ ଭୟଙ୍କର ମିସାଇଲ୍ ମାଡ କରିଥିଲା। ମିସାଇଲ୍ ଆଟାକ୍ ପରେ ସାମୟିକ ଭାବେ ନିଜ ଏୟାରସ୍ପେସ୍ ବନ୍ଦ କରିଥିଲା କତାର। ଏହି ଆଟାକକୁ ନେଇ ଟ୍ରମ୍ପ କହିଥିଲେ ଯେ, ଇରାନର ମିଜାଇଲ୍ ହମଲାକୁ ନାକାମ କରିଥିଲା ଆମେରିକା। ୧୪ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଏଥିରୁ ୧୩ଟି ମିସାଇଲକୁ ଖସାଇ ଦେଇଥିଲା ଆମେରିକା। ଏହାପରେ ଦୋହାରେ ମିଜାଇଲ୍ ହମଲା ପରେ ସୁରକ୍ଷା ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ଅନ୍ୟପଟେ ମିଜାଇଲ ଆଟାକ୍ ପରେ କତାରରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଚଳିତ ନହୋଇ ଘରେ ତଥା ସୁରକ୍ଷିତ ସ୍ଥାନରେ ରହିବାକୁ ନାଗରିକଙ୍କୁ ଭାରତ ପରାମର୍ଶ ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/trump_1750732496.jpg)