Advertisment

US updates travel advisory: କାହିଁକି ଭାରତର ୬ଟି ରାଜ୍ୟକୁ ନଯିବାକୁ ମହିଳା ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା

ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ମେଘାଳୟକୁ ନଯିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା । ରାଜଧାନୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଗଲେ ସ୍ବତନ୍ତ୍ର ଅନୁମତି ନେବାକୁ ଆଡଭାଇଜରୀ ଜାରି କରି କହିଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
US Issues Travel Advisory

US Issues Travel Advisory

ଭାରତକୁ ଭ୍ରମଣ କରିବାକୁ ଆସୁଥିବା ଆମେରିକୀୟମାନଙ୍କୁ ସତର୍କ କରାଇଛି ଆମେରିକାର ବୈଦେଶିକ ମନ୍ତ୍ରଣାଳୟ । ଭାରତ ଯାତ୍ରା କରିବା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଆମେରିକା କହିଛି । ଅପରାଧ, ଦୁଷ୍କର୍ମ ଓ ଆତଙ୍କବାଦ କାରଣରୁ ଆମେରିକା ଜୁନ ୧୬ ତାରିଖରେ ଏ ନେଇ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲା । ଭ୍ରମଣ ପାଇଁ ଲେବଲ-୨ ସତର୍କତା ଜାରି କରିଛି ଆମେରିକା । 

Advertisment

ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି, ଭାରତରେ ସବୁଠୁ ବିପଦଜନକ ଭାବେ ବଢୁଥିବା ଅପରାଧ ହେଉଛି ଦୁଷ୍କର୍ମ । ଭାରତର ପର୍ଯ୍ୟଟନୀ ସ୍ଥଳୀ ଏବଂ ଅନ୍ୟାନ୍ୟ ସ୍ଥାନରେ ଯୌନ ନିର୍ଯାତନା ସମେତ ହିଂସାକାଣ୍ଡ ଭଳି ଅପରାଧ ବେଶୀ ଘଟୁଛି । ଆତଙ୍କବାଦୀମାନେ ବିନା ଆଲର୍ଟରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରି ପାରନ୍ତି । ଆତଙ୍କବାଦୀମାନେ ବିଶେଷ କରି ପର୍ଯ୍ୟଟନୀ ସ୍ଥଳୀ, ପରିବହନ କେନ୍ଦ୍ର, ମାର୍କେଟ ଉପରକୁ ଟାର୍ଗେଟ କରୁଛନ୍ତି । ଏହି ନିର୍ଦ୍ଦେଶାବଳୀରେ ଭାରତର ଗ୍ରାମାଞ୍ଚଳରେ ଥିବା ଆମେରିକୀୟ ନାଗରିକଙ୍କ ପାଇଁ ଜରୁରୀକାଳୀନ ସେବା ମଧ୍ୟ ଆରମ୍ଭ କରିଥିଲା । 

ଅଧିକ ପଢନ୍ତୁ: ଇରାନ ଯୁଦ୍ଧରେ ଫସିଥିଲେ, ଭାରତ ଫେରିଲେ ମହିଳା: ସ୍ୱାମୀ କହିଲେ ସେଠାରେ ସହିଦ ହୋଇଥିଲେ ଭଲ...

Advertisment

ତେଣୁ ଭାରତର ୬ଟି ରାଜ୍ୟକୁ ନଯିବାକୁ ମହିଳା ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା । ଏହି ସ୍ଥାନ ଗୁଡିକ ମଧ୍ୟରେ ପୂର୍ବ ମହାରାଷ୍ଟ୍ରଠାରୁ ଆରମ୍ଭ କରି ଉତ୍ତର ତେଲେଙ୍ଗାନା ଏବଂ ପଶ୍ଚିମ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ରହିଛି । ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ଏହି ଭ୍ରମଣ ଚେତାବନୀ ତାଲିକାରେ ଓଡ଼ିଶା ମଧ୍ୟ ରହିଛି। ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ମେଘାଳୟକୁ ମହିଳାମାନେ ଏକୁଟିଆ ଯାତ୍ରା ନକରିବାକୁ ଆଡଭାଇଜରୀ ଜାରି କରିଛି ଆମେରିକା । ଅପରାଧ, ଦୁଷ୍କର୍ମ ଓ  ଆତଙ୍କବାଦ କାରଣରୁ ସାବଧାନତା ଅବଲମ୍ବନ କରିବାକୁ ନିଜ ନାଗରିକମାନଙ୍କୁ ପରାମର୍ଶ ଦେଇଛି ଆମେରିକା । ଏହି ରାଜ୍ୟର ରାଜଧାନୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଗଲେ ସ୍ବତନ୍ତ୍ର ଅନୁମତି ନେବାକୁ କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ ଆମେରିକାର ବିଦେଶ ମନ୍ତ୍ରାଳୟ ଜମ୍ମୁ-କାଶ୍ମୀର, ଭାରତ-ପାକିସ୍ତାନ ବର୍ଡର, ମଧ୍ୟ-ପୂର୍ବ ଭାରତର କିଛି ଅଂଶକୁ ଅଧିକ ସମ୍ବେଦନଶୀଳ ଦର୍ଶାଇଛି। ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ଗସ୍ତ ସମୟରେ ମଧ୍ୟ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଉଲ୍ଲେଖ କରାଯାଇଛି।  

ନିର୍ଦ୍ଦେଶାବଳୀରେ କୁହାଯାଇଛି, ଭାରତରେ ସାଟେଲାଇଟ ଫୋନ ଓ ଜିପିଏସ ଡିଭାଇସ ରଖିବା ବେଆଇନ ହୋଇଥିବା ବେଳେ, ଯଦି ସେମିତି ପାଖରେ କେହି ରଖନ୍ତି, ତାହାଲେ ଉକ୍ତ ଲୋକଙ୍କୁ ୨୦୦ ଡଲାର (ଭାରତୀୟ ମୁଦ୍ରାରେ ୧୭,୩୨୮ ଟଙ୍କା) ଜୋରିମାନା କିମ୍ବା ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିଥାଏ ।ତେଣୁ  ବିଶେଷ କରି ମହିଳାମାନେ ଏକୁଟିଆ ବାହାରକୁ ଯାଆନ୍ତୁ ନାହିଁ । ଉପରୋକ୍ତ ୬ଟି ରାଜ୍ୟରେ ଯଦି ଆମେରିକାର କୌଣସି ସରକାରୀ କର୍ମଚାରୀମାନେ କାମ କରୁଛନ୍ତି, ତାହାଲେ ସେମାନଙ୍କୁ ସ୍ୱତନ୍ତ୍ର ଅନୁମତି ନେଇ ଯିବାକୁ କୁହାଯାଇଛି । 

ଏତଦବ୍ୟତୀତ, ଭାରତୀୟ ନାଗରିକମାନଙ୍କୁ ଭାରତ-ନେପାଳ ସୀମା ପାର ନ କରିବାକୁ ପରାମର୍ଶ ଦିଆଯାଇଛି । ସେଠାରେ ଅଟକ ରହିଯିବା ଏବଂ ଫାଇନ ଦେବାର ସମ୍ଭାବନା ଥିବାରୁ ନିଜ ଦେଶର ନାଗରିକମାନଙ୍କୁ ପରାମର୍ଶ କରିଛି । ତେବେ ବଡ଼କଥା ହେଉଛି ବିଶ୍ବରେ ସବୁଠୁ ବେଶୀ ଦୁଷ୍କର୍ମ ହେଉଥିବା ଦେଶ ହେଉଛି ଆମେରିକା ।

ଅଧିକ ପଢନ୍ତୁ: ପାକିସ୍ତାନ ସରକାରକୁ ଯିଏ ପାଉଛି ସିଏ ଧୋଉଛି, ବିକିଦେଲେ ମାନ ମହତ

India United States President Donald Trump
Advertisment
Advertisment