Advertisment

Missile strike on hospital: ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ; ସବୁଠୁ ବଡ଼ ହସ୍ପିଟାଲରେ ମିଜାଇଲ୍ ଆଟାକ୍

ଦକ୍ଷିଣ ଇସ୍ରାଏଲର ବିରସହେବାରେ ଥିବା ସବୁଠୁ ବଡ଼ ହସ୍ପିଟାଲ ସରୋକା ମେଡିକାଲ ଉପରକୁ ମିଜାଇଲ୍ ଆଟାକ୍ କରିଛି ଇରାନ । ଏଥିରେ ୪୭ ଜଣ ଆହତ ହୋଇଛନ୍ତି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Israeli hospital hit

Israeli hospital hit

ଇସ୍ରାଏଲ ଉପରେ ବଡ ଧରଣର ଆକ୍ରମଣ କରିଛି ଇରାନ । ଦକ୍ଷିଣ ଇସ୍ରାଏଲର ସବୁଠୁ ବଡ଼ ହସ୍ପିଟାଲରେ ମିଜାଇଲ୍ ଆଟାକ୍ କରିଛି ଇରାନ । ବିରସହେବାରେ ଥିବା ହଜାରେ ବେଡ୍ ବିଶିଷ୍ଟ ସରୋକା ମେଡିକାଲ ସେଣ୍ଟରକୁ ବାଲିଷ୍ଟିକ୍ ମିଜାଇଲରେ ଟାର୍ଗେଟ କରିଛି ଇରାନ୍। ଭୟଙ୍କର ବିସ୍ଫୋରଣ, ବ୍ୟାପକ କ୍ଷୟକ୍ଷତି ଓ ଆତଙ୍କର ଫଟୋ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଧୂଆଁଭର୍ତ୍ତି କରିଡରରେ ପ୍ରାଣ ବିକଳରେ ଦୌଡ଼ୁଛନ୍ତି ମେଡିକାଲ ଷ୍ଟାଫ୍। ଚଟାଣରେ ପଡ଼ିଛି ଭଙ୍ଗା କାଚ ଓ ଅନ୍ୟାନ୍ୟ ସରଞ୍ଜାମ। ଏଥିରେ ୪୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏମର୍ଜେନସି ଟିମ୍ ତୁରନ୍ତ ରୋଗୀଙ୍କୁ ଉଦ୍ଧାର କରିଥିଲେ। 

Advertisment

ଅଧିକ ପଢନ୍ତୁ: ଧ୍ୱଂସ ହେବ ଇରାନ; ଭିତିରି ପ୍ଲାନିଂ କରୁଛନ୍ତି ଟ୍ରମ୍ପ

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନ୍ୟାହୁ ଏଭଳି ହସ୍ପିଟାଲ ଉପରେ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିବା ସହ, ଇରାନକୁ ଏଥିପାଇଁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ହସପିଟାଲ ଉପରେ ଆକ୍ରମଣ ନେଇ ସ୍ପଷ୍ଟୀକରଣ ରଖି ଇରାନ କହିଛି, ମିଜାଇଲ୍ ଇସ୍ରାଏଲର ସାମରିକ ଠିକଣାକୁ ଟାର୍ଗେଟ୍ କରିଛି। 

ସୂଚନା ଅନୁସାରେ ଏହି ହସ୍ପିଟାଲ ଉପରେ ଅଞ୍ଚଳର ପ୍ରାୟ ୧୦ ଲକ୍ଷ ଲୋକ ନିର୍ଭର କରିଥାନ୍ତି । ଇରାନର ଆରାକ୍ ହେଭିୱାଟର୍ ନ୍ୟୁକ୍ଲିଅର ରିଆକ୍ଟର ଉପରେ ଇସ୍ରାଏଲ୍ ଆକ୍ରମଣ କରିବା ପରେ ଇରାନ ହସ୍ପିଟାଲକୁ ଟାର୍ଗେଟ କରିଥିବା କୁହାଯାଉଛି।

Advertisment

ଗୁରୁବାର ସକାଳେ ଇସ୍ରାଏଲ ଉପରେ ଇରାନ କରିଥିବା ଆକ୍ରମଣରେ ୨୪୦ ଜଣ ଆହତ ହୋଇଥିବା ବେଳେ କେବଳ ହସ୍ପିଟାଲରେ ୭୦ରୁ ଅଧିକ ଆହତ ହୋଇଛନ୍ତି । 

ଅଧିକ ପଢନ୍ତୁ: ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ:୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ଗଠନ କଲା ବୈଦେଶିକ ମନ୍ତ୍ରାଳୟ

Israeli PM Benjamin Netanyahu Israel
Advertisment
Advertisment