/odishatv-khabar/media/post_attachments/uploadimage/library/16_9/16_9_0/AIR_STRIKE_1750577179.jpg)
AIR STRIKE
ଆମେରିକାର ଆକ୍ରମଣ ପରେ ଉଗ୍ର ହୋଇଛି ଇରାନ-ଇସ୍ରାଏଲ ଯୁଦ୍ଧ । ପ୍ରତିଶୋଧ ପରାୟଣ ହୋଇ ପଡିଛି ଇରାନ । ଇସ୍ରାଏଲ ଉପରେ ଇରାନ କରିଛି ଜବାବୀ ହମଲା । ରକ୍ତମୁଖା ଇରାନ ଇସ୍ରାଏଲ ଉପରେ ଘନ ଘନ ଆକ୍ରମଣ କରୁଛି । ଆମେରିକା ଇରାନର ତିନି ପରମାଣୁ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ କରି ଧ୍ୱଂସ କରିବାର କିିଛି ଘଣ୍ଟା ପରେ ଇସ୍ରାଏଲ ଉପରେ ଘନ ଘନ ମିସାଇଲ ଆଟାକ କରୁଛି । ଇସ୍ରାଏଲର ୧୦ଟି ସହର ଉପରେ ଆକ୍ରମଣ କରିଛି ଇରାନ।
ଅଧିକ ପଢନ୍ତୁ: ବଙ୍କରରେ ଲୁଚି ଉତ୍ତରାଧିକାରୀ ବାଛିଲେ ଇରାନର ସୁପ୍ରିମ ଲିଡର
ରାଜଧାନୀ ତେଲ ଅଭିଭ ଓ ହାଇଫା ସମେତ କିଛି ସହରରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଇରାନ୍ । କେନ୍ଦ୍ରୀୟ ଇସ୍ରାଏଲ ଓ ଉତ୍ତର ଇସ୍ରାଏଲର ତେଲ ଆଭିଭ, ହାଇଫା, ନେସ୍ ଜିଓନା ଏବଂ ରାଇଶନ ଲେଜିଓନ ଅଞ୍ଚଳରେ ସାଇରନ ବାଜିବା ପରେ ମିସାଇଲ ଆଟାକ କରିଛି ଇରାନ । ପ୍ରାୟ ୨୭ଟି ମିସାଇଲ ତେଲ ଅଭିଭ ଓ ହାଇଫା ଉପରେ ମାଡ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଥିରେ ୧୧ ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି।
ଇସ୍ରାଏଲ ଉପରେ ଇରାନ ୩୦ଟି ମିସାଇଲ ଆଟାକ୍ କରିଥିବା ବେଳେ ଇରାନର ମୁଖ୍ୟ ଟାର୍ଗେଟରେ ଥିଲା ବେନ୍ ଗରିଅନ ଆନ୍ତର୍ଜାତୀୟ ବିମାନବନ୍ଦର । ଇରାନର କ୍ଷେପଣାସ୍ତ୍ର ମାଡ଼ରେ ତେଲ୍ ଅଭିଭ୍ -ତେହରାନ୍ ଓ କେନ୍ଦ୍ରୀୟ ଇସ୍ରାଏଲର ଅନେକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି । ଇସ୍ରାଏଲ୍ର ଅନେକ ସ୍ଥାନରେ ଯୁଦ୍ଧ ସାଇରନ୍ ବାଜିଥିବା ଶୁଣାଯାଇଛି। ଏହା ପରେ ବୋମା ରକ୍ଷାକାରୀ ଆଶ୍ରୟସ୍ଥଳରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ଇସ୍ରାଏଲର ପ୍ରମୁଖ ସହରରେ ହାଇ ଆଲର୍ଟ ଜାରି କରାଯାଇଛି। ଇସ୍ରାଏଲ୍ରେ ସମସ୍ତ ବିମାନ ପାଇଁ ଏୟାରସ୍ପେସ୍ ବନ୍ଦ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଜୁନ ୨୭ ଯାଏଁ ଇସ୍ରାଏଲରେ ବିମାନ ଉଡ଼ାଣ ବାତିଲ୍ କରାଯାଇଛି । ଇରାନର ହାଇଫା ସହର ଉପରେ ଆକ୍ରମଣ ବେଳର ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସୂଚନାଯୋଗ୍ୟ, ଇରାନର ତିନିଟି ପରମାଣୁ କେନ୍ଦ୍ର ଫର୍ଡୋ, ନାତାଞ୍ଜ ଓ ଏସଫାହାନ ଉପରେ ଆଟାକ କରିଥିଲା ଆମେରିକା । ଆମେରିକା ବଙ୍କର ବଷ୍ଟର ବମରେ ଆଟାକ କରିଥିଲା । ଏହାକୁ GBU-57 ଅର୍ଡନାନ୍ସ ପେନେଟ୍ରେଟର ବୋଲି କୁହାଯାଏ । ବିଶ୍ବର ସବୁଠୁ ଘାତକ ପରମାଣୁ ବୋମାବର୍ଷୀ ବିମାନ B2 ଦ୍ୱାରା ଏହି ଆକ୍ରମଣ କରିଥିଲା ଆମେରିକା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)