Advertisment

Metapneumovirus: କରୋନାର ୫ ବର୍ଷ ପରେ ପୁଣି ଆସିଲା ନୂଆ ଭାଇରସ୍‌; ଖେଳାଉଛି ଆତଙ୍କ, ଚିନ୍ତାରେ ଲୋକେ !

କରୋନା ମହାମାରୀର ୫ ବର୍ଷ ପରେ ଚୀନ୍‌ରେ ପୁଣି ଏକ ଭାଇରସ୍‌ ଆତଙ୍କ ଖେଳାଇଛି। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍' ବା ଏଚ୍‌ଏମ୍‌ପିଭି (HMPV) ସମେତ ଆଉ କେତେକ ନୂଆ ଭୂତାଣୁ ଚୀନର ଚିନ୍ତା ବଢ଼ାଇଛି।

ଅଦ୍ୟତନ ହୋଇଛି
China Faces New Virus

China Faces New Virus

Advertisment

ପୁଣି ଆସିଲା ନୂଆ ଭାଇରସ୍‌...ବଢିଲା ଚିନ୍ତା...ଆତଙ୍କିତ ଲୋକ...କରୋନା ମହାମାରୀର ୫ ବର୍ଷ ପରେ ଚୀନ୍‌ରେ ପୁଣି ଏକ ଭାଇରସ୍‌ ଆତଙ୍କ ଖେଳାଇଛି। ‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍' ବା ଏଚ୍‌ଏମ୍‌ପିଭି (HMPV) ସମେତ ଆଉ କେତେକ ନୂଆ ଭୂତାଣୁ ଚୀନର ଚିନ୍ତା ବଢ଼ାଇଛି । ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ଓ ୧୭୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ସୋସିଆଲ ମିଡିଆରେ ଡାକ୍ତରଖାନା ଭିଡ଼ର ଅନେକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସୁଛି । ଭାଇରସ୍‌ ବ୍ୟାପିବା ଖବରକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା କରାଯାଉଛି। ଚୀନର ଅନେକ ସ୍ଥାନରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରାଯାଇଥିବା କୁହାଯାଉଛି । ତଥାପି ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ ।

Advertisment

‘ହ୍ୟୁମାନ ମେଟାନ୍ୟୁମୋଭାଇରସ୍'ର ଫ୍ଲୁ ଭଳି ଲକ୍ଷଣ ରହିଛି ବୋଲି କୁହାଯାଉଛି। ଏମିତିକି ଏହାର କରୋନା ଭାଇରସ୍ ପରି ମଧ୍ୟ ଲକ୍ଷଣ ରହିଛି। ତେବେ ଏହା ବୟସ୍କ ଲୋକଙ୍କୁ ଅତ୍ୟଧିକ ସଂକ୍ରମଣ ହେବାରେ ଆଶଙ୍କା ରହିଛି। ତେବେ ଏହି ଭାଇରସ୍ ପ୍ରବଳ ମାତ୍ରରେ ବ୍ୟାପିବାରେ ଲାଗିଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ଅଧିକାରୀମାନେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ସୂଚନା ମିଳିଛି।

Advertisment


ଅଧିକ ପଢ଼ନ୍ତୁ: ବୈଜ୍ଞାନିକଙ୍କ ମତ; ଗୋଟିଏ ସିଗାରେଟ୍ ଟାଣିବା ଦ୍ୱାରା ୨୦ ମିନିଟ୍ ଆୟୁଷ କମେ

ବିଶ୍ୱବ୍ୟାପୀ ସଂକ୍ରମଣର ସମ୍ଭାବନା ଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ - ହୁ (WHO) ଖୁବଶୀଘ୍ର ଏ ବାବଦରେ ନିର୍ଦ୍ଦେଶାବଳୀ ଜାରି କରିବା ସମ୍ଭାବନା ରହିଛି । ‘ଏକ୍ସ’ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚୀନରେ ଏକାଧିକ ଭୂତାଣୁଜନିତ ମହାମାରୀ ବ୍ୟାପିବା ବିଷୟରେ ଖବର ପ୍ରକାଶ ପାଇଛି। ଚୀନ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ବୋଲି କଳ୍ପନାଜଳ୍ପନା ମଧ୍ୟ ଚାଲିଛି । ତଥାପି ଦେଶର ହସ୍ପିଟାଲଗୁଡ଼ିକୁ ଅତ୍ୟଧିକ ପ୍ରଭାବିତ କରୁଥିବା ରୋଗ ଯୋଗୁଁ ଚୀନ୍ ଜରୁରୀ ପରିସ୍ଥିତି ଲାଗୁ କରିଛି ବୋଲି ଯେଉଁ ଦାବି କରାଯାଉଛି ସେଥି ପାଇଁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

Advertisment

'ସାଇଣ୍ଟିଷ୍ଟ ଅର୍ଗ' ଅନୁଯାୟୀ, ଚୀନରେ ବ୍ୟାପିଥିବା ନୂତନ କରୋନା ଭାଇରସ୍ ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ବିବେଚନା କରିଛି । ଜେନେଭା ସାମ୍ବାଦିକ ସମ୍ମିଳନୀରେ ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ ଏହି ସୂଚନା ଦେଇଛନ୍ତି । ଏହି ନୂତନ ଭୂତାଣୁ ୧୮ଟି ଭିନ୍ନ ଭିନ୍ନ ଦେଶରେ ୭,୮୩୪ ଜଣଙ୍କୁ ସଂକ୍ରମିତ କରିଛି । ଏଥିରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ସମସ୍ତେ ଚୀନର ବୋଲି କୁହଯାଉଛି ।

ଅଧିକ ପଢ଼ନ୍ତୁ: ଆପଣ ଗାଧୋଇବା ବେଳେ ଏହି ଭୁଲ୍ କରୁଛନ୍ତି କି… ହୋଇପାରେ ବ୍ରେନ୍‌ଷ୍ଟ୍ରୋକ୍

China COVID Crisis Virus Covid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ