Advertisment

New Study: ବୈଜ୍ଞାନିକଙ୍କ ମତ; ଗୋଟିଏ ସିଗାରେଟ୍ ଟାଣିବା ଦ୍ୱାରା ୨୦ ମିନିଟ୍ ଆୟୁଷ କମେ

ନୂତନ ଅଧ୍ୟୟନରେ ସିଗାରେଟ୍ ବିଷୟରେ ଏପରି କିଛି ପ୍ରକାଶ ପାଇଛି, ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପ୍ରତିଦିନ କେବଳ ଗୋଟିଏ ସିଗାରେଟ୍ ଟାଣିବା ଦ୍ୱାରା ଆପଣଙ୍କ ଜୀବନର ୨୦ ମିନିଟ୍ ହ୍ରାସ ପାଇବ।

author-image
Pramod Behera
ଅଦ୍ୟତନ ହୋଇଛି
Smoking 1 cigarette cuts life expectancy by 20 minutes

Smoking 1 cigarette cuts life expectancy by 20 minutes

ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା ସମସ୍ତେ ଜାଣନ୍ତି, କିନ୍ତୁ ତଥାପି ସିଗାରେଟ୍ ଟାଣନ୍ତି। ଲୋକମାନେ ଭାବନ୍ତି ଯେ ଯଦି ସେମାନେ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ସିଗାରେଟ୍ ଟାଣିଦେବେ, ତେବେ ଏହା ଶରୀର ଉପରେ କୌଣସି କ୍ଷତି ପହଞ୍ଚାଇବ ନାହିଁ।

Advertisment

ବର୍ତ୍ତମାନ ଏକ ନୂତନ ଅଧ୍ୟୟନରେ ସିଗାରେଟ୍ ବିଷୟରେ ଏପରି କିଛି ପ୍ରକାଶ ପାଇଛି, ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପ୍ରତିଦିନ କେବଳ ଗୋଟିଏ ସିଗାରେଟ୍ ଟାଣିବା ଦ୍ୱାରା ଆପଣଙ୍କ ଜୀବନର ୨୦ ମିନିଟ୍ ହ୍ରାସ ପାଇବ।

ଅଧିକ ପଢ଼ନ୍ତୁ: ଆପଣ ଗାଧୋଇବା ବେଳେ ଏହି ଭୁଲ୍ କରୁଛନ୍ତି କି… ହୋଇପାରେ ବ୍ରେନ୍‌ଷ୍ଟ୍ରୋକ୍

Advertisment

ସୂଚନାଯୋଗ୍ୟ ଯେ ସିଗାରେଟ୍ ମହିଳାମାନଙ୍କ ପାଇଁ ଅଧିକ ବିପଜ୍ଜନକ ଏବଂ ଏହା ସେମାନଙ୍କ ଜୀବନକୁ କମ କରିପାରେ।

ରିପୋର୍ଟ:
ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ସିଗାରେଟ୍‌ ଟାଣିବା ଆୟୁଷ ଉପରେ ଖୁବ ଖରାପ ପ୍ରଭାବ ପକାଏ। ୟୁନିଭର୍ସିଟି କଲେଜ ଲଣ୍ଡନ (UCL) ର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଗୋଟିଏ ସିଗାରେଟ୍‌ ଟାଣିବା ଦ୍ୱାରା ବ୍ୟକ୍ତିର ଆୟୁ ପ୍ରାୟ ୨୦ମିନିଟ କମିଯାଏ।

ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ:

ଏହାର ଅର୍ଥ ହେଉଛି ଜଣେ ୨୦ଟି ସିଗାରେଟର ଏକ ପ୍ୟାକେଟ୍ ଟାଣେ ତେବେ ବ୍ୟକ୍ତିଙ୍କ ଜୀବନର ପ୍ରାୟ ୭ ଘଣ୍ଟା କମାଇପାରେ। ଅଦ୍ୟାବଧି କୌଣସି ଅନୁସନ୍ଧାନରେ ସିଗାରେଟ୍ ଏତେ ବିପଜ୍ଜନକ ବୋଲି ବିବେଚନା କରାଯାଇ ନଥିଲା, କିନ୍ତୁ ଏହି ଅନୁସନ୍ଧାନ ପରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

UCL ଅନୁସନ୍ଧାନ ଟିମ୍‌ର ମୁଖ୍ୟଙ୍କ ଅନୁସାରେ, ଲୋକମାନେ ଜାଣନ୍ତି ଯେ ଧୂମପାନ ବିପଜ୍ଜନକ, କିନ୍ତୁ ଏହା କେତେ କ୍ଷତି ଘଟାଏ ତାହା ସେମାନେ ଅନୁଭବ କରିପାରନ୍ତି ନାହିଁ। ଯେଉଁମାନେ ସାରା ଜୀବନ ସିଗାରେଟ୍ କିମ୍ବା ବିଡି ଟାଣନ୍ତି ସେମାନେ ତାଙ୍କ ଜୀବନର ପ୍ରାୟ ୧୦ ବର୍ଷ ହରାନ୍ତି। ଏହି ୧୦ ବର୍ଷ ସିଗାରେଟ୍ ଛାଡି ରକ୍ଷା କରାଯାଇ ପାରିବ।

ଏହି ଅଧ୍ୟୟନରୁ ଜଣାପଡିଛି ଯେ ଧୂମପାନ କେବଳ କର୍କଟ ଏବଂ ଅନ୍ୟାନ୍ୟ ଗୁରୁତର ରୋଗର କାରଣ ନୁହେଁ, ବରଂ ଏହା ଲୋକଙ୍କ ଜୀବନରୁ ମୂଲ୍ୟବାନ ସମୟ ମଧ୍ୟ ନେଇଥାଏ। ସାରା ବିଶ୍ୱରେ ଧୂମପାନ ଯୋଗୁଁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି।

ଅଧିକ ପଢ଼ନ୍ତୁ: ଶୀତ ଲହରୀ ଯୋଗୁଁ ବାହାରକୁ ଯାଇ କରିହେଉନି କି ବ୍ୟାୟାମ… ଘରେ କରନ୍ତୁ ଏହିସବୁ ଯୋଗ

ଗୋଟିଏ ସିଗାରେଟ୍ ବି ବିପଦ:

ଅନୁସନ୍ଧାନକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ଯଦି ବ୍ୟକ୍ତି ଧୂମପାନ ଛାଡିଦିଅନ୍ତି ତେବେ ଏହା ଖୁବ ଲାଭଦାୟକ ହେବ। ଗୋଟିଏ ସିଗାରେଟ୍ ଟାଣିବା ମଧ୍ୟ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଅନୁସନ୍ଧାନରୁ ଜଣାପଡିଛି ଯେ ଧୂମପାନ ଛାଡିବାର ଲାଭ ଖୁବ ଶୀଘ୍ର ମିଳେ ଏବଂ ଯେତେ ଶୀଘ୍ର କେହି ଧୂମପାନ ତ୍ୟାଗ କରନ୍ତି, ସେମାନଙ୍କ ଜୀବନ ଅଧିକ ଏବଂ ସ୍ୱାସ୍ଥ୍ୟକର ହୋଇଥାଏ।

ଏହାପୂର୍ବରୁ, ୨୦୦୦ରେ BMJ ରେ ପ୍ରକାଶିତ ଏକ ବିଶ୍ଳେଷଣରୁ ଜଣାପଡିଛି ଯେ ହାରାହାରି ସିଗାରେଟ୍ ଟାଣିବା ଦ୍ୱାରା ଆୟୁଷ ପ୍ରାୟ ୧୧ ମିନିଟ୍ ହ୍ରାସ ପାଇଥାଏ, ଯେତେବେଳେ ନିକଟରେ 'ଜର୍ଣ୍ଣାଲ୍ ଅଫ୍ ଆଡିକ୍ସନ୍'ରେ ପ୍ରକାଶିତ ଏକ ନୂଆ ବିଶ୍ଳେଷଣ ଏହି ସଂଖ୍ୟାକୁ ଦ୍ୱିଗୁଣିତ କରିଛି, ତେଣୁ ଏହା ବର୍ତ୍ତମାନ ୨୦ ମିନିଟ୍ ହୋଇଛି।

ମହିଳାମାନଙ୍କର ଆୟୁ ୨୨ ମିନିଟ୍ ହ୍ରାସ:

ଚିନ୍ତାର ବିଷୟ ହେଉଛି ଯେ ଗୋଟିଏ ସିଗାରେଟ୍ ଟାଣିବା ଦ୍ୱାରା ପୁରୁଷଙ୍କ ଆୟୁ ପ୍ରାୟ ୧୭ ମିନିଟ୍ ଏବଂ ମହିଳାମାନଙ୍କର ଆୟୁ ୨୨ ମିନିଟ୍ ହ୍ରାସ ହୋଇପାରେ। ଏଥିରୁ କୁହାଯାଇପାରେ ଯେ ସିଗାରେଟ୍ ଟାଣିବା ମହିଳାଙ୍କ ପାଇଁ ଅଧିକ କ୍ଷତିକାରକ ହୋଇପାରେ।

ଅଧିକ ପଢ଼ନ୍ତୁ: ଘିଅ ସହିତ ଏହି ୫ ଖାଦ୍ୟ ଖାଉଛନ୍ତି କି… ଆଜିଠାରୁ ଛାଡନ୍ତୁ, ହୋଇପାରେ ସାଂଘାତିକ

Cigarettes Health Tips
Advertisment
Advertisment