Advertisment

ବାଂଲାଦେଶରେ ବଢ଼ୁଛି ହିଂସା, ଦେଶ ଛାଡ଼ିଲେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

ଶେଖ୍ ହାସିନାଙ୍କ ତତ୍କାଳ ଇସ୍ତଫା ଦାବିରେ ଲୋକଙ୍କୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଅଫିସ୍, ହସ୍ପିଟାଲ, ଦୋକାନବଜାର ଆଦି ବନ୍ଦ ରଖିବାକୁ ଡାକରା ଦିଆଯାଇଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bangladesh PM Sheikh Hasina Resigns

Sheikh Hasina

ବାଂଲାଦେଶରେ ହିଂସା ଉଗ୍ରରୂପ ନେଇଥିବା ବେଳେ ଏବେ ସେଠାରୁ ଆସୁଛି ଏକ ବଡ଼ ଖବର । ପଦ ଛାଡ଼ିଲେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ବିଦେଶୀ ମିଡିଆ ରିପୋର୍ଟ ଅନୁସାରେ ବାଂଲାଦେଶରେ ଛାତ୍ର ଅଶାନ୍ତି ପରବର୍ତ୍ତୀ ହିଂସା ବଢିବା ପରେ ପଦ ଛାଡ଼ିଛନ୍ତି ଶେଖ୍ ହସିନା । କେବଳ ସେତିକି ନୁହେଁ ସେ ଢାକା ଛାଡ଼ି କୌଣସି ଏକ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିବା ଖବର ମଧ୍ୟ ବିଦେଶୀ ମିଡିଆରେ ଖବର ପ୍ରକାଶ ପାଇଛି । ଏପରିକି ସେ ଭାରତରେ ଶରଣ ନେବାକୁ ଆସୁଥିବା ଖବର ମଧ୍ୟ ଜଣାପଡ଼ିଛି ।

Advertisment

ଅଧିକ ପଢନ୍ତୁ : ପୁଣି ଜଳିଲା ବାଂଲାଦେଶ; ବହୁ ପୋଲିସ କର୍ମଚାରୀଙ୍କ ସମେତ ଏକାଧିକ ମୃତ...

ସୂଚନା ଥାଉ କି ବିବାଦୀୟ କୋଟା ପ୍ରସଙ୍ଗରେ ମାସେ ହେବ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଜାରି ରହିଛି । ଏହାକୁ ରୋକିବାକୁ ହସିନା ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ପରେ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସାର ସୂତ୍ରପାତ ହୋଇଥିଲା । ଏଥିରେ ଅନେକ ଜୀବନହାନି ହୋଇଥିବା ବେଳେ ଗତକାଲି ସ୍ଥିତି ଅଧିକ ସଂଗୀନ ହୋଇଥିଲା । ତେବେ ଆଜି ପ୍ରଧାନମନ୍ତ୍ରୀ ଦେଶ ଛାଡ଼ିବା ପରେ ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏହି ଭଙ୍ଗାରୁଜାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

Advertisment

ଗତକାଲି ପୁଣି ଅଧିକାଂଶ ଛାତ୍ର ସଂଗଠନ ଏବଂ ପ୍ରମୁଖ ବିରୋଧ ଦଳ BNP ସମର୍ଥିତ ସଂଗଠନ ଗୁଡ଼ିକ ପକ୍ଷରୁ ଅସହଯୋଗ ଆନ୍ଦୋଳନ କରାଯାଇଥିଲା । ଶେଖ୍ ହାସିନାଙ୍କ ତତ୍କାଳ ଇସ୍ତଫା ଦାବିରେ ଲୋକଙ୍କୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଅଫିସ୍, ହସ୍ପିଟାଲ, ଦୋକାନବଜାର ଆଦି ବନ୍ଦ ରଖିବାକୁ ଡାକରା ଦିଆଯାଇଥିଲା ।


— Amitabh Chaudhary (@MithilaWaala) August 5, 2024

ଅଧିକ ପଢନ୍ତୁ : ରକ୍ତର ହୋଲି ଖେଳୁଛି ଇସ୍ରାଏଲ୍; ଗାଜାର ଦୁଇଟି ସ୍କୁଲରେ ଏୟାରଷ୍ଟ୍ରାଇକ୍, ୩୦ମୃତ

Bangladesh Protest
Advertisment
Advertisment