Advertisment

ରକ୍ତର ହୋଲି ଖେଳୁଛି ଇସ୍ରାଏଲ୍; ଗାଜାର ଦୁଇଟି ସ୍କୁଲରେ ଏୟାରଷ୍ଟ୍ରାଇକ୍, ୩୦ମୃତ

ଗାଜା-ଇସ୍ରାଏଲ ଯୁଦ୍ଧ ଭିତରେ ବଳି ପଡୁଛି ନିରୀହ ଜୀବନ। ଗାଜାସିଟିର ଦୁଇଟି ସ୍କୁଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା ।ଏହି ହମଲାରେ ୩୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତ । ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି ।

author-image
Sonali Ojha
ଅଦ୍ୟତନ ହୋଇଛି
Israeli attack

Israeli attack

ଧ୍ୱଂସ ସ୍ତୁପରେ ପରିଣତ ହେଲାଣି ଗାଜା। ଗାଜା-ଇସ୍ରାଏଲ ଯୁଦ୍ଧ ଭିତରେ ବଳି ପଡୁଛି ନିରୀହ ଜୀବନ। ଗାଜାସିଟିର ଦୁଇଟି ସ୍କୁଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା ।ଏହି ହମଲାରେ ୩୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତ । ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି । ଯୁଦ୍ଧର ଭୟାବହତା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି।

Advertisment

ପାଲେଷ୍ଟାଇନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରବିବାର ଗାଜା ସହରର ଦୁଇଟି ସ୍କୁଲରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଛି। ମାତ୍ର ଇସ୍ରାଏଲ ସେନା ଏହାକୁ ଖଣ୍ଡନ କରିବା ସହ ସ୍କୁଲରେ ନିର୍ମିତ ହୋଇଥିବା ହମାସର ସାମରିକ କ୍ୟାମ୍ପକୁ ଟାର୍ଗେଟ୍ କରିଥିବା କହିଛି। ଏହାପୂର୍ବରୁ କେନ୍ଦ୍ରୀୟ ଗାଜାର ଏକ ଡାକ୍ତରଖାନା ପରିସରରେ ଥିବା ଏକ ଟେଣ୍ଟ କ୍ୟାମ୍ପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଥିଲା। ଗାଜାର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଏଥିରେ ପ୍ରାୟ ୪୪ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା କାଇରୋରେ ଗୋଟିଏ ରାଉଣ୍ଡ ଆଲୋଚନା ଶେଷ ହେବାର ଦିନକ ପରେ ଘଟିଛି।

ପଶ୍ଚିମ ଗାଜା ସିଟିରେ ଥିବା ହାସନ ସଲମା ଓ ଅଲ୍‌-ନାସର ସ୍କୁଲ ଉପରେ ଏହି ଆକ୍ରମଣ କରାଯାଇଛି। । ସେଠାରେ ବିସ୍ଥାପିତ ପାଲେଷ୍ଟାନୀୟ ଆଶ୍ରୟ ନେଇଥିଲେ । ପାଲେଷ୍ଟାଇନ ଗଣମାଧ୍ୟମରେ ପ୍ରସାରିତ ଭିଡିଓରେ ଅତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ବିଦ୍ୟାଳୟର ପ୍ରାଙ୍ଗଣରେ ମୃତଦେହ ବିଛା ଯାଇଥିବା ବେଳେ ଆହତ ଶିଶୁଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି।

Advertisment

ଇସ୍ରାଏଲ୍ ସେନା ରହିଛି, ବିଦ୍ୟାଳୟରେ ଥିବା ହାମାସ୍ କମାଣ୍ଡ ପୋଷ୍ଟ ଭିତରେ ଥିବା ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରାଯାଇଛି ଏବଂ ସେଠାରେ ସାଧାରଣ ନାଗରିକଙ୍କ ପ୍ରତି ବିପଦ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହାପୂର୍ବରୁ ଅଲ-ଆକସା ହସ୍ପିଟାଲରେ ଇସ୍ରାଏଲର ଆକ୍ରମଣ କରିବା ପରେ ସେଠାରେ ନିଆଁ ଲାଗିଯାଇଥିଲା ଏବଂ ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ଜଣ ଆହତ ହୋଇଥିଲେ ​​ବୋଲି ଜଣେ ଡାକ୍ତର କହିଛନ୍ତି।

ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି, ସେଠାରେ କାର୍ଯ୍ୟ କରୁଥିବା ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଏହି ହସ୍ପିଟାଲ୍ କମ୍ପ୍ଲେକ୍ସ ଡିଆର ଅଲ-ବାଲାରେ ଅଛି। ଏଠାରେ ହଜାର ହଜାର ଲୋକ ଥିଲେ ଯେଉଁମାନେ ଯୁଦ୍ଧ ପରେ ବିସ୍ଥାପିତ ହୋଇଛନ୍ତି। ଡେୟାର ଅଲ-ବାଲାହରରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼ ପରେ ତିନିଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଇସ୍ରାଏଲ ଆକ୍ରମଣରେ ଅନ୍ୟ ୮ ଜଣ ଏବଂ ଉତ୍ତର ଗାଜା ସହରର ଜବାଲିଆ କ୍ୟାମ୍ପରେ ଏକ କାର ଭିତରେ ତିନି ଜଣ ପ୍ରାଣ ହରାଇଥିଲେ।

ଗତବର୍ଷ ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ ସେନା ଗାଜାର ୧୭୨ଟି ଆଶ୍ରୟ କେନ୍ଦ୍ର ଉପରେ ଆକ୍ରମଣ କରିସାରିଲାଣି । ସେଥିରୁ ୧୫୨ଟି ସ୍କୁଲ ରହିଛି । ସ୍କୁଲ ଉପରେ ଇସ୍ରାଏଲ ସେନାର ଏହି ଆକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ୧୦୫୦ ଜଣ ପ୍ରାଣ ହରାଇଛନ୍ତି । ଗତ ୧୦ ମାସ ଧରି ଇସ୍ରାଏଲ ସେନା ପାଲେଷ୍ଟାନୀୟଙ୍କ ଉପରେ ଆକ୍ରମଣ ଜାରି ରଖିଛି । ହମାସ ଆତଙ୍କୀଙ୍କୁ ନିପାତ କରିବା ନାଁରେ ସାଧାରଣ ଲୋକ, ମହିଳା ଓ ଛୋଟ ପିଲାଙ୍କୁ ଟାର୍ଗେଟ କରି ହତ୍ୟା କରୁଛି ।

Airstrike Israel-Gaza Ceasefire
Advertisment
Advertisment