Advertisment

ପୁଣି ଜଳିଲା ବାଂଲାଦେଶ; ବହୁ ପୋଲିସ କର୍ମଚାରୀଙ୍କ ସମେତ ଏକାଧିକ ମୃତ...

ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତି ଓ ହିଂସାକାଣ୍ଡ। ବହୁ ପୋଲିସ କର୍ମଚାରୀଙ୍କ ସମେତ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Bangladesh Violence

Bangladesh Violence

ପୁଣି ଜଳିଲା ବାଂଲାଦେଶ। ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତି ଓ ହିଂସାକାଣ୍ଡ। ବହୁ ପୋଲିସ କର୍ମଚାରୀଙ୍କ ସମେତ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ସରକାର ତିଷ୍ଠିବା ନେଇ ମଧ୍ୟ ଉପୁଜିଛି ସନ୍ଦେହ। 

Advertisment

ଅଳ୍ପ କିଛି ଦିନ ତଳେ ନିଯୁକ୍ତିରେ ସଂରକ୍ଷଣ ବିରୋଧରେ ଛାତ୍ର ଆନ୍ଦୋଳନରେ ୨ଶହରୁ ଅଧିକ ଜୀବନ ଯାଇଥିଲା । ତେବେ ଆଜି ପୁଣି ଅଧିକାଂଶ ଛାତ୍ର ସଂଗଠନ ଏବଂ ପ୍ରମୁଖ ବିରୋଧ ଦଳ BNP ସମର୍ଥିତ ସଂଗଠନ ଗୁଡ଼ିକ ପକ୍ଷରୁ ଅସହଯୋଗ ଆନ୍ଦୋଳନ କରାଯାଇଥିଲା । ଶେଖ୍ ହାସିନାଙ୍କ ତତ୍କାଳ ଇସ୍ତଫା ଦାବିରେ ଲୋକଙ୍କୁ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଅଫିସ୍, ହସ୍ପିଟାଲ, ଦୋକାନବଜାର ଆଦି ବନ୍ଦ ରଖିବାକୁ ଡାକରା ଦିଆଯାଇଥିଲା ।

ତେବେ ଢାକାର ଶାହବାଗ ସ୍କୋୟାର ସମେତ ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନ ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ। ଏଥିସହ ବିଭିନ୍ନ ଅଫିସ୍ ଭଙ୍ଗାରୁଜା ସହିତ ଗାଡ଼ି ଜାଳିଦିଆଯାଇଥିବା ମଧ୍ୟ ଦେଖିବାକୁ ମିଳିଛି। କିଛି ସ୍ଥାନରେ ବୋମା ବିସ୍ଫୋରଣ ଓ ବନ୍ଧୁକ ଫୁଟିଥିବା ମଧ୍ୟ ସୂଚନା ମିଳିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ କର୍ଫ୍ୟୁ ଜାରି କରିଛନ୍ତି ବାଂଲାଦେଶ ସରକାର। କିଛି ସ୍ଥାନରେ ହାଇସ୍ପିଡ୍ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ଉପରେ କଟକଣା ଲାଗୁ କରାଯାଇଛି।

Advertisment

Bangladesh Violence
Advertisment
Advertisment