/odishatv-khabar/media/post_attachments/uploadimage/library/16_9/16_9_0/Asim_Munir_1755077938.jpg)
Asim Munir
ଅପରେସନ ସିନ୍ଦୂର ପରଠୁ ବିଳିବିଳାଉଥିବା ପାକିସ୍ତାନ ଏବେ ଆମେରିକା ବଳରେ ବଳୀୟାନ୍ ଦେଖାଇହେଉଛି । ଟ୍ରମ୍ପଙ୍କ ସହ ଟାରିଫ୍ ତିକ୍ତତା ଭିତରେ ଭାରତକୁ ପରମାଣୁ ଆକ୍ରମଣକ ଧମକ ଦେଇଛନ୍ତି ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନୀର୍, ତା ପୁଣି ଆମେରିକା ମାଟିରୁ... ଏପରିକି ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ବି ନିଶାନା କରିଛନ୍ତି ମୁନୀର ।
ଆମେରିକା ଗସ୍ତରେ ଥିବା ଆସିମ୍ ମୁନୀର୍ ଫ୍ଲୋରିଡାରେ ଏକ ଡିନର୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠି ମୁନୀର ଭାରତ ସହ ଶିଳ୍ପପତି ଅମ୍ବାନୀଙ୍କୁ ବି ଧମକ ଦେଇଥିବା ଜଣାପଡିଛି । ମୁନୀର୍ କହିଥିଲେ, ଭାରତ ସହିତ ଉତ୍ତେଜନା ବେଳେ ପାକିସ୍ତାନ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜର ଜାମନଗର ରିଫାଇନାରୀକୁ ଟାର୍ଗେଟ କରିଥିଲା । ତେଣୁ ଆଗକୁ କିଛି ବି ହୋଇପାରେ । ଅର୍ଥାତ୍ ଯଦି ଭାରତ ଓ ପାକିସ୍ତାନ ଭିତରେ ପୁଣି ସଂଘର୍ଷ ହୁଏ ତାହେଲେ ପାକ୍ ସେନା ଜାମନଗର ରିଫାଇନାରୀକୁ ଉଡାଇଦେବ ବୋଲି ପରୋକ୍ଷରେ ଧମକାଇଥିଲେ ମୁନୀର୍ ।
ଆସିମ୍ ମୁନୀରଙ୍କ ଏକ ଧମକକୁ ଅତି ଗୁରୁତ୍ୱର ସହ ନିଆଯାଉଛି । କାରଣ ଜାମନଗର ରିଫାଇନାରୀ ବିଶ୍ୱର ସବୁଠୁ ବଡ ତୈଳ ରିଫାଏନାରୀ । ଭାରତୀୟ ଅର୍ଥନୀତିରେ ଏହାର ଯୋଗଦାନ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏପରି ସ୍ଥିତିରେ ପାକିସ୍ତାନ ସେନା ମୁଖ୍ୟ ଜାମନଗର ରିଫାଇନାରୀକୁ ଟାର୍ଗେଟ କରିବା ଭାରତ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇପାରେ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)