Advertisment

Software Engineer:ରାତିଅଧରେ ଗୋଡ଼ାଇଲେ ବୁଲା କୁକୁର, ତାପରେ ଯାହା ଘଟିଲା କଳ୍ପନା ବାହାରେ

ନିଶବ୍ଦ ଅନ୍ଧାର ରାତି । ବେଙ୍ଗାଲୁରୁର ଶୁନଶାନ ରାସ୍ତାରେ ଘରକୁ ଫେରୁଥିଲେ ଯୁବକ । ହଠାତ ମାଡ଼ିଆସିଲେ ବୁଲା କୁକୁରଙ୍କ ପଲ । ଜୀବନ ବିକଳରେ ଆଉ କାହା ଘରେ ପଶିଗଲେ ଯୁବକ ।

author-image
Manasranjan Mohanty
Software Engineer

Software Engineer

ନିଶବ୍ଦ ଅନ୍ଧାର ରାତି । ବେଙ୍ଗାଲୁରୁର ଶୁନଶାନ ରାସ୍ତାରେ ଘରକୁ ଫେରୁଥିଲେ ଯୁବକ । ହଠାତ ମାଡ଼ିଆସିଲେ ବୁଲା କୁକୁରଙ୍କ ପଲ । ଜୀବନ ବିକଳରେ ଆଉ କାହା ଘରେ ପଶିଗଲେ ଯୁବକ । ଶେଷରେ ଯୁବକଙ୍କୁ ମହଙ୍ଗା ପଡ଼ିଛି ଏଭଳି ନିଷ୍ପତ୍ତି । ରାତି ଅଧରେ ହଟହଟା ହୋଇଛନ୍ତି ଜଣେ ଉଚ୍ଚଶିକ୍ଷିତ ଯୁବ ସଫ୍ଟୱେର୍ ଇଞ୍ଜିନିୟର ।

Advertisment

ବେଙ୍ଗାଲୁରୁରେ କାର୍ଯ୍ୟରତ ଜଣେ ସଫ୍ଟୱେର୍ ଇଞ୍ଜିନିୟର ରାତିରେ ଡ୍ରୁଟିରୁ ଘରକୁ ଫେରିବା ବେଳେ ବୁଲା କୁକୁରଙ୍କଠାରୁ ବର୍ତ୍ତିବା ପାଇଁ ଆଉ ଜଣଙ୍କ ଘର ଭିତରକୁ ପଶି ହଟହଟା ହୋଇଛନ୍ତି । ସବୁଠୁ ବଡ଼ କଥା ଏହି ସାମାନ୍ୟ ଭୁଲ ପାଇଁ ସମ୍ପୃକ୍ତ ଭୟଗ୍ରସ୍ତ ଯୁବକଙ୍କୁ ଚୋର ତଥା ଅପରାଧୀ ଭଳି ବ୍ୟବହାର କରିଛନ୍ତି ଘର ମାଲିକ । ଏନେଇ ସଫ୍ଟୱେର୍ ଇଞ୍ଜିନିୟର ଜଣକ ସୋସିଆଲ ମିଡିଆରେ ଅଭିମାନଭରା ଓ ଦୁଃଖଦ ପୋଷ୍ଟ କରି ଜଣାଇଛନ୍ତି ।

Chased by dogsChased by dogs

ଘଟଣାଟି ଏମିତି, ବେଙ୍ଗାଲୁରୁର HSR ଲେଆଉଟ ଅଞ୍ଚଳରେ ଏକ ସଫ୍ଟୱେର କମ୍ପାନୀରେ କାମ କରୁଥିବା ଜଣେ ଯୁବକ ପ୍ରତିଦିନ ଭଳି ଡ୍ୟୁଟିରୁ ଘରକୁ ଚାଲି ଚାଲି ଫେରୁଥିଲେ । ରାତି ପ୍ରାୟ ୧୧ଟାରେ ହଠାତ ତାଙ୍କୁ କିଛି ବୁଲା କୁକୁରମାନେ ଗୋଡ଼ାଇଥିଲେ । ପରେ ଯୁବକ ଜଣକ ଦୌଡ଼ିଥିଲେ ଓ ପାଖରେ ଥିବା ଏକ କାର ପଛପଟେ ଲୁଚିଯାଇଥିଲେ । ସେତେବେଳେ ତାଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା… କାର ଉପରକୁ ଡେଇଁପଡ଼ିବା କିମ୍ବା ତାଙ୍କ ପଛରେ ଥିବା ଏକ ଘରର ଗେଟ୍ ପାର ହୋଇ ନିଜକୁ ସୁରକ୍ଷିତ କରିବା । ଶେଷରେ କୁକୁରଙ୍କ ଦାଉରୁ ରକ୍ଷା ପାଇବା ପାଇଁ ସେ ଡେରି ନ କରି ନିକଟରେ ଥିବା ଫାଟକ ଡେଇଁ ଏକ ଆବାସିକ କମ୍ପାଉଣ୍ଡ ଭିତରକୁ ଚାଲିଯାଇଥିଲେ ।

Advertisment

ବାସ୍‌ ଏତିକି ଥିଲା ତାଙ୍କର ଭୁଲ… କିଛି ସେକେଣ୍ଡ ମଧ୍ୟରେ ସମ୍ପୃକ୍ତ ଘରର ମାଲିକଙ୍କ ସମେତ ୩ଜଣ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ । ସମ୍ପୃକ୍ତ ଯୁବକଙ୍କୁ ଚୋର ତଥା ଅପରାଧୀ ବୋଲି ଭାବି ନେଇଥିଲେ ଘର ମାଲିକ । ଯୁବକ ଜଣକ ସଙ୍ଗେ ସଙ୍ଗେ କ୍ଷମା ମାଗିବା ସହ ବୁଲା କୁକୁରମାନେ ଗୋଡ଼ାଉଥିବାରୁ ସେ ଜୀବନ ରକ୍ଷା ପାଇଁ ଫାଟକ ଡେଇଁ ଘର ଭିତରକୁ ଚାଲିଆସିଥିବା କହିଥିଲେ । ହେଲେ ଘର ମାଲିକ ତାଙ୍କୁ ବିଶ୍ୱାସ କରିନଥିଲେ । ବରଂ ସେ କାହିଁକି ଅନ୍ୟ ଜଣଙ୍କ ଘର ପରିସରରେ ଅନଧିକାର ପ୍ରବେଶ କଲେ ବୋଲି ପାଲଟା ପ୍ରଶ୍ନ କରିଥଲେ । ସମ୍ପୃକ୍ତ ଯୁବକ ନିଜକୁ ସଫ୍ଟୱେର୍ ଇଞ୍ଜିନିୟର ବୋଲି ପ୍ରମାଣ କରିବା ପାଇଁ ତାଙ୍କର ଡକ୍ୟୁମେଣ୍ଟ, ପାନ୍ ନମ୍ବର, ଆଧାର ନମ୍ବର, ଠିକଣା ମଧ୍ୟ କହିଥିଲେ । ଏହା ସହ ସିସିଟିଭି ଯାଞ୍ଚ କରନ୍ତୁ ଓ ପୋଲିସକୁ ଫୋନ କରିବାକୁ କହିଥିଲେ ଯୁବକ । ହେଲେ ଘର ମାଲିକ ମାନିବାକୁ ନାରାଜ ।

Chased by dogsChased by dogs

ଶେଷରେ ଯୁବକଙ୍କୁ ଚୋର ବୋଲି ସନ୍ଦେହ କରି ତାଙ୍କ ମୋବାଇଲ ଛଡ଼ାଇ ନେଇଯାଇଥିଲେ ଘରମାଲିକ । ଏହାସହ ସକାଳେ ସିସିଟିଭି ଯାଞ୍ଚ ପରେ ଫଇସଲା ହେବ ବୋଲି ଧମକ ଦେଇଥିଲେ । ତେବେ ପ୍ରାୟ ୩୦ ମିନିଟ୍ ପରେ ଘରମାଲିକ ତାଙ୍କ ପଡ଼ୋଶୀଙ୍କୁ ଡାକି ସିସିଟିଭି ଯାଞ୍ଚ କରିଥିଲେ । ସିସିଟିଭିରେ କୁକୁରଙ୍କ ଭୟରେ ଯୁବକ ଜଣକ ଘରର ପରିସର ଭିତରକୁ ପଶିଯାଇଥିବା ସ୍ପଷ୍ଟ ଭାବେ ଦେଖାଯାଇଥିଲା । ପରେ ଘର ମାଲିକ ଅସହାୟ ଯୁବକଙ୍କୁ ତାଙ୍କ ମୋବାଇଲ ଫେରାଇଦେଇଥିଲେ ଏବଂ ଯୁବକ ଜଣକ ଏକ ଭୟଙ୍କର ପରିସ୍ଥିତିରୁ ମୁକୁଳିଯାଇଥିଲେ ।

ସମ୍ପୃକ୍ତ ଯୁବକ ପରେ ସୋସିଆଲ ମିଡିଆରେ ଏନେଇ ଜଣାଇଥିଲେ । ସେ ଲେଖିଛନ୍ତି, ଏହି ଭୟଙ୍କର ଘଟଣା ମୋତେ ଥରାଇ ଦେଇଛି । ସେଦିନ ମୋ ଜୀବନ ପ୍ରତି ବିପଦ ଥିଲା, ବୁଲା କୁକୁରମାନେ ମୋର ପିଛା କରୁଥିଲେ, କିନ୍ତୁ ସହାନୁଭୂତି ବଦଳରେ, ମୋତେ ଜଣେ ଅପରାଧୀ ପରି ବ୍ୟବହାର କରାଯାଇଥିଲା । ତେବେ ତୁରନ୍ତ ବିପଦରୁ ରକ୍ଷା ପାଇବା ପାଇଁ ବିନା ଅନୁମତିରେ କୌଣସି ବ୍ୟକ୍ତିଗତ ସମ୍ପତ୍ତିରେ ପ୍ରବେଶ କରିବାକୁ IPCର ଧାରା ୮୧ ଓ ଧାରା ୯୭ ଅନୁମତି ଦେଇଥାଏ। ସେପଟେ ପୋଲିସର ସମ୍ପୃକ୍ତି ବିନା ତାଙ୍କ ଫୋନ୍ ଜବତ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ ।

Dogs Bengaluru Thief Viral Post
Advertisment
Related Articles
Advertisment