Advertisment

Alien Spacecraft: ଅନ୍ତରୀକ୍ଷରୁ ପୃଥିବୀକୁ ରହିଛି କି ବିପଦ ? ମାଡ଼ିଆସୁଛି ଏଲିଏନଙ୍କ ସ୍ପେସକ୍ରାଫ୍ଟ

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ତଥା ବୈଜ୍ଞାନିକ ଆଭି ଲୋଏବଙ୍କ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏଲିଏନମାନଙ୍କର ଏକ ମହାକାଶଯାନ 3I/ATLAS ପୃଥିବୀ ଆଡକୁ ଅତି ଦ୍ରୁତ ଗତିରେ ମାଡ଼ି ଆସୁଛି । ଏହି ବସ୍ତୁ ଏପରି ଏକ କକ୍ଷପଥରେ ଗତି କରୁଛି ଯେ ଏହା ୨୦୨୫ ନଭେମ୍ବର ମାସରେ ସୂର୍ଯ୍ୟଙ୍କ ବହୁତ ନିକଟତର ହୋଇଯିବ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Alien

Alien

ମହାକାଶ ତଥା ଏଲିଏନଙ୍କୁ ନେଇ ଏକ ନୂତନ ଅଧ୍ୟୟନ ଏବେ ସମଗ୍ର ପୃଥିବୀରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏଥିରେ ଦାବି କରାଯାଇଛି ଯେ ଏକ ମହାକାଶଯାନ ପୃଥିବୀ ଆଡକୁ ଅତି ଦ୍ରୁତ ଗତିରେ ମାଡ଼ି ଆସୁଛି । ଏହି ମାହାକାଶଯାନଟି ଆମ ପାଇଁ ସବୁବେଳେ ରହସ୍ୟ ହୋଇ ରହିଥିବା ବେଳେ ଏହା ଏଲିଏନମାନଙ୍କର ହୋଇଥାଇପାରେ ବୋଲି ଦାବି କରୁଛନ୍ତି ଏକାଧିକ ବୈଜ୍ଞାନିକ । ତେବେ ସବୁଠୁ ବଡ଼ କଥା, ଏହି ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ ନଭେମ୍ବର ସୁଦ୍ଧା ଏଲିଏନମାନେ ଆମ ଗ୍ରହରେ ପହଞ୍ଚି ଆକ୍ରମଣ କରିପାରନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ତୀବ୍ର ହେବାରେ ଲାଗିଛି ।

Advertisment

ଗବେଷକମାନେ ଦାବି କରିଛନ୍ତି, ପୃଥିବୀ ଆଡକୁ ଦ୍ରୁତ ଗତିରେ ଆସୁଥିବା 3I/ATLAS ଏକ ଏଲିଏନ୍ ବିମାନ ହୋଇଥାଇପାରେ, ଯାହା ପୃଥିବୀ ଉପରେ ଅଚାନକ ଆକ୍ରମଣ କରିପାରେ । ସେପଟେ 3I/ATLAS ନାମକ ଏହି ବସ୍ତୁକୁ ପ୍ରଥମେ ଚିଲିରେ ଏକ ଟେଲିସ୍କୋପରୁ ଦେଖାଯାଇଥିଲା । ଏହାର ଆକାର ପ୍ରାୟ ୨୦ କିଲୋମିଟର ହେବ ବୋଲି ଅନୁମାନ କରାଯାଉଛି । ଏହି ବସ୍ତୁଟି ସେକେଣ୍ଡ ପ୍ରତି ୬୦ କିଲୋମିଟର ବେଗରେ ଆମ ସୌରମଣ୍ଡଳ ଆଡ଼କୁ ଗତି କରୁଛି ବୋଲି ମତବ୍ୟକ୍ତ କରିଛନ୍ତି ବୈଜ୍ଞାନିକ ।

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ତଥା ବୈଜ୍ଞାନିକ ଆଭି ଲୋଏବ ଏହି ଅଧ୍ୟୟନ ରିପୋର୍ଟ ପ୍ରକାଶ କରିଛନ୍ତି । ଅନେକ ବୈଜ୍ଞାନିକ ଏହି ବସ୍ତୁଟି ଏକ ଗ୍ରହାଣୁ ହୋଇଥାଇପାରେ ବୋଲି ବିଶ୍ବାସ କରୁଥିବା ବେଳେ ହାର୍ଭାର୍ଡ ବୈଜ୍ଞାନିକ ଆଭି ଲୋଏବ କିନ୍ତୁ ଏହାକୁ ଏକ ଏଲିଏନ୍ ବିମାନ ବୋଲି ଦାବି କରିବା ସମସ୍ତଙ୍କୁ ଚକିତ କରିଛି । ଆଭି ଲୋଏବ, ମହାକାଶ ବିଶେଷ କରି ଏଲିଏନଙ୍କୁ ନେଇ ଗବେଷଣା କରିଥାନ୍ତି । ଆଉ ଅନେକ ସମୟରେ ଏସବୁକୁ ନେଇ ବିଭିନ୍ନ ରୋଚକ ତଥ୍ୟ ପଦାକୁ ଆଣିଛନ୍ତି । ସେ ଏଲିଏନ୍ ଉପରେ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି । ସେ ସଦାସର୍ବଦା ଦାବି କରିଆସିଛନ୍ତି ଯେ ପୃଥିବୀ ଉପରେ ଏଲିଏନଙ୍କ ଆକ୍ରମଣ ନିଶ୍ଚିତ ।

Advertisment

ତେବେ ଆଭି ଲୋଏବଙ୍କ ଦଳରେ ସାମିଲ ଲଣ୍ଡନ ସ୍ଥିତ ଇନିସିଏଟିଭ୍ ଫର୍ ଇଣ୍ଟରଷ୍ଟେଲାର୍ ଷ୍ଟଡିଜର ବୈଜ୍ଞାନିକ ଆଡାମ୍ ହିବର୍ଡ ଏବଂ ଆଡାମ୍ କ୍ରଲ୍ ମଧ୍ୟ 3I/ATLAS କୁ ନେଇ ସମାନ ଦାବି କରିଛନ୍ତି । ଏହି ବୈଜ୍ଞାନିକମାନେ କହିଛନ୍ତି , 3I/ATLAS ନାମକ ଏହି ବସ୍ତୁ ଏପରି ଏକ କକ୍ଷପଥରେ ଗତି କରୁଛି ଯେ ଏହା ୨୦୨୫ ନଭେମ୍ବର ମାସରେ ସୂର୍ଯ୍ୟଙ୍କ ବହୁତ ନିକଟତର ହୋଇଯିବ । ତେବେ ସବୁଠୁ ବଡ଼ କଥା, ଏପରି ପରିସ୍ଥିତିରେ ଏହା ପୃଥିବୀରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯିବ । ଏହି ସମୟ ମଧ୍ୟରେ, ସେ ଦେଖା ନଯାଇ ଅତି ଦ୍ରୁତ ଗତିରେ ଆକ୍ରମଣ କରିପାରେ ବୋଲି କହିଛନ୍ତି ବୈଜ୍ଞାନିକମାନେ ।

ସେପଟେ ଏହା କେବଳ ଏକ ଧାରଣା ବୋଲି କହିଛନ୍ତି ଏକାଧିକ ବୈଜ୍ଞାନିକ । ତଥାପି ଏହା ଅସାଧାରଣ ହୋଇଥିବାରୁ ଏହାକୁ ଯଥାଶୀଘ୍ର ଏବଂ ଅତି ନିକଟରୁ ଅଧ୍ୟୟନ କରାଯିବା ଆବଶ୍ୟକ ବୋଲି ଯୁକ୍ତି ବାଢ଼ିଛନ୍ତି ବିଶେଷଜ୍ଞ । ସେହିପରି ଯଦି ଏହି ଅଧ୍ୟୟନରେ କୌଣସି ସତ୍ୟତା ଥାଏ, ତେବେ ଏହା ମାନବଜାତି ପାଇଁ ଗମ୍ଭୀର ଏବଂ ବିନାଶକାରୀ ପରିଣାମ ଆଣିପାରେ ବୋଲି ମତବ୍ୟକ୍ତ କରିଛନ୍ତି ଗବେଷଣାରତ ବୈଜ୍ଞାନିକମାନେ ।

ଅଧିକ ପଢନ୍ତୁ: ଖର୍ଚ୍ଚ ହୋଇଛି ୧୦ ହଜାର କୋଟି, ବିଶ୍ୱର ସବୁଠୁ ମହଙ୍ଗା

Spacecraft Alien
Advertisment
Advertisment