/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751115514.jpg)
Cristiano Ronaldo Salary
ପୁଣି ଚର୍ଚ୍ଚ।ରେ କ୍ରିଷ୍ଟ୍ରିୟାନୋ ରୋନାଲ୍ଡୋ । ସାଉଦି ଆରବର ଫୁଟବଲ କ୍ଲବ ଅଲ ନାସର ସହ କ୍ରିଷ୍ଟ୍ରିୟାନୋ ରୋନାଲ୍ଡୋଙ୍କ କଣ୍ଟ୍ରାକ୍ଟ ଆଉ ୨ବର୍ଷ ବଢିଛି । ୨୦୨୭ ଯାଏ ରୋନାଲ୍ଡୋ ଏହି କ୍ଲବ ସହ ରହିବେ । ତେବେ ସବୁଠୁ ବଡ଼ କଥା ହେଲା ରୋନାଲ୍ଡୋଙ୍କୁ ଏହି ୨ବର୍ଷରେ ଏତେ ଟଙ୍କା ମିଳିବ ଯାହାର କଳ୍ପନା କରିବା ସହଜ ନୁହେଁ । ଚାଲନ୍ତୁ ଜାଣିବା ରୋନାଲ୍ଡୋଙ୍କୁ କେତେ ଟଙ୍କା ଦରମା ମିଳିବା ସହ ବୋନସ ମିଳିବ ।
କ୍ରିଷ୍ଟ୍ରିୟାନୋ ରୋନାଲ୍ଡୋଙ୍କୁ ବର୍ଷକୁ ଦରମା ପାଖାପାଖି ୨୦୦୦କୋଟି ( ୧୭୮ ମିଲିୟନ ପାଉଣ୍ଡ) ମିଳିବ । ଏହା ସହ ସାଇନିଂ ବୋନସ ପ୍ରଥମ ବର୍ଷ ୨୬୪.୬ କୋଟି(୨୪.୫ ମିଲିୟନ ପାଉଣ୍ଡ) ଓ ଦ୍ବିତୀୟ ବର୍ଷରେ ୪୧୦.୪ କୋଟି( ୩୮ ମିଲିୟନ ପାଉଣ୍ଡ) ମିଳିବ ।
ରୋନାଲ୍ଡୋ ସାଉଦି ପ୍ରୋ ଲିଗ ଜିତିଲେ ୮ମିଲିୟନ ପାଉଣ୍ଡ ଅର୍ଥାତ ୮୬.୪କୋଟି ଟଙ୍କା ବୋନସ ପାଇବେ । ଏହା ଛଡା ଏସିଆନ ଚାମ୍ପିୟନ୍ସ ଲିଗ ଜିତିଲେ ୬.୫ ମିଲିୟନ ପାଉଣ୍ଡ ଅର୍ଥାତ ୭୦.୨ କୋଟି ଟଙ୍କା ମିଳିବ ।
ରୋନାଲ୍ଡୋ ଯଦି ଗୋଲ୍ଡେନ ବୁଟ୍ ଜିତନ୍ତି ତାଙ୍କୁ ୪୩.୨ କୋଟି ଟଙ୍କା ମିଳିବ । କେବଳ ଏତିକି ନୁହେଁ ପ୍ରତି ଗୋଲ୍ ପିଛା ତାଙ୍କୁ ପ୍ରଥମ ବର୍ଷ ୮୬.୪ ଲକ୍ଷ ଟଙ୍କା ଓ ଦ୍ବିତୀୟ ବର୍ଷ ୧କୋଟିରୁ ଅଧିକ ଟଙ୍କା ମିଳିବ । ଗୋଲ୍ କରିବାରେ ସାହାଯ୍ୟ କରିବାରେ ପ୍ରଥମ ବର୍ଷ ୪୩.୨ ଲକ୍ଷ ଓ ଦ୍ବିତୀୟ ବର୍ଷ ୫୦ ଲକ୍ଷରୁ ଅଧିକ ଟଙ୍କା ମିଳିବ ।
ରୋନାଲ୍ଡୋ ଅଲ ନାସରରେ ୧୫ ପ୍ରତିଶତ ଅଂଶୀଦାର ରହିବେ । ଯାହାର ମୂଲ୍ୟ ୩୫୬.୪ କୋଟି ଟଙ୍କା ରହିଛି । ଏହା ବାଦ ତାଙ୍କର ସ୍ପନସରସିପ ଡିଲ୍ ରହିଛି ୬୪୮ କୋଟି ଟଙ୍କା । ଏହା ସହ ପ୍ରାଇଭେଟ ଜେଟ୍ ଉପରେ ଖର୍ଚ୍ଚ କରିବାକୁ ୪୩.୨ କୋଟି ଟଙ୍କା ମିଳିବ । ଏହିଭଳି ଭାବେ କ୍ରିଷ୍ଟ୍ରିୟାନୋ ରୋନାଲ୍ଡୋ ଏବେ ବିଶ୍ବରେ ସର୍ବାଧିକ ରୋଜଗାର କରୁଥିବା ଆଥଲେଟ ପାଲଟିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)