• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରୁଷିଆ-ୟୁକ୍ରେନ୍ ଯୁଦ୍ଧର ପରିଣାମ ଯେ କେତେ ଭୟାନକ, ସାମ୍ନାକୁ ଆସିଲା ତାର ଆଉ ଏକ ଛାତିଥରା ଚିତ୍ର । ପୂର୍ବ ୟୁକ୍ରେନ୍‌ର ଖାର୍‌କିଭ୍ ପ୍ରଦେଶ ଅନ୍ତର୍ଗତ ଇଜିୟମର ଏକ ଜଙ୍ଗଲରେ ଠାବ ହୋଇଛି ୪୪୦ରୁ ଅଧିକ ମୃତଦେହ । ରୁଷୀୟ ସେନା ଖାର୍‌କିଭ୍‌କୁ କବ୍‌ଜା କରିବା ପରେ ଏହି ଅଞ୍ଚଳ ବି ଆସିଥିଲା ସେମାନଙ୍କ ଅଧୀନକୁ ।

କିଛି ଦିନ ତଳେ ୟୁକ୍ରେନ୍ ସେନାର ଅତର୍କିତ ଆକ୍ରମଣକୁ ସାମ୍ନା କରିନପାରି ରୁଷୀୟ ସେନା ଖାର୍‌କିଭ୍‌ର କିଛି ଅଞ୍ଚଳରୁ ଛତ୍ରଭଙ୍ଗ ଦେଇଥିବା ଏବଂ ଅସ୍ତ୍ରଶସ୍ତ୍ର ଛାଡ଼ି ପଳାଇଥିବା କୁହାଯାଉଛି । ୟୁକ୍ରେନ୍ ସେନା ଇଜିୟମକୁ ଅଧିକାରକୁ ନେବା ପରେ ସେଠାରେ ଏହି ଗଣସମାଧିସ୍ଥଳ ଠାବ କରିଥିବା ଦାବି କରିଛି । ମୃତଦେହ ଗୁଡ଼ିକ ଯାଞ୍ଚ କରାଯିବା ପରେ ସେଥିମଧ୍ୟରୁ ଅଧିକାଂଶ ମୃତ୍ୟୁ ବୋମାବର୍ଷଣ ଓ ଏୟାରଷ୍ଟ୍ରାଇକ୍‌ରେ ହୋଇଥିବା ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ।

ସେଥିରୁ କିଛି ଦେହାବଶେଷର ହାତ ବନ୍ଧାଯାଇଥିବା, ବେକ ଚାରିପଟେ ରସି ଗୁଡ଼ାଯାଇଥିବା ଏବଂ ହାତଗୋଡ଼ ଭାଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିଛି । ତେଣୁ ରୁଷୀୟ ସେନା ସାଧାରଣ ନାଗରିକଙ୍କୁ ନିର୍ଯାତନା ଦେଇ ଅତି ନିର୍ମମ ହତ୍ୟା କରିଥିବା ଅଭିଯୋଗ ଉଠିଛି । ଏହା ରୁଷର ଯୁଦ୍ଧ ଅପରାଧ ବୋଲି ଅଭିଯୋଗ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି । ଏନେଇ ରୁଷର ପ୍ରତିକ୍ରିୟା ମିଳିପାରିନାହିଁ ।