• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଗତ ରାତିରେ ଋଷ ସେନା କବଳରୁ ମୁକ୍ତ ହୋଇଥିବା ଇଜିଅମ୍ ଅଞ୍ଚଳ ବୁଲି ଫେରୁଥିବା ବେଳେ ଗୋଟିଏ କାର୍ ଆସି ତାଙ୍କ ଗାଡ଼ି ଓ କାରକେଡକୁ ଧକ୍କା ଦେଇଥିଲା । ତେବେ ଏହି ଦୁର୍ଘଟଣାରରୁ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସେହିପରି ଏଥିରେ ଆଉ କେହି ଗୁରୁତର ଆହତ ହୋଇଥିବା ସୂଚନା ମଧ୍ୟ ନାହିଁ । ଦୁର୍ଘଟଣା ପରେ ଜେଲେନସ୍କିଙ୍କୁ ଆମ୍ବୁଲାନ୍ସ ଯୋଗେ ରାଷ୍ଟ୍ରପତିଙ୍କ ବାସଭବନକୁ ନିଆଯାଇଥିଲା । ବର୍ତ୍ତମାନ ସୁରକ୍ଷା ଏଜେନ୍ସି ଦୁର୍ଘଟଣାର ଅନୁସନ୍ଧାନ କରୁଛି ।

ରାଷ୍ଟ୍ରପତିଙ୍କ ଲୋକସଂପର୍କ ଅଧିକାରୀଙ୍କ ସୂଚନା ଅନୁସାରେ, ଗୁରୁବାର ପାହାନ୍ତିଆ ସମୟରେ ଜେଲେନସ୍କି ଙ୍କ କାରକେଡ୍ ଯାଉଥିବାବେଳେ ଗୋଟିଏ କାର୍ ଆସି କାରକେଡକୁ ଧକ୍କା ଦେଇ ରାଷ୍ଟ୍ରପତିଙ୍କ ଗାଡ଼ିରେ ପିଟି ହୋଇଥିଲା । ବିଶେଷ କିଛି ହୋଇନ ଥିଲେ ମଧ୍ୟ ଗାଡ଼ିଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ରାଷ୍ଟ୍ରପତିଙ୍କ ସାଙ୍ଗରେ ଯାଉଥିବା ଡାକ୍ତରୀ ଦଳ ଜେଲେନସ୍କିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ସେ ସୁସ୍ଥ ଓ ସୁରକ୍ଷିତ ଥିବା ଜଣାଇଛନ୍ତି ଲୋକସଂପର୍କ ଅଧିକାରୀ  ।  

ସେପଟେ ଋଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ଚମତ୍କାର ଟ୍ରେଣ୍ଡ୍‌ ଦେଖିବାକୁ ମିଳୁଛି । ୟୁକ୍ରେନ ସୈନ୍ୟମାନେ ଋଷୀୟ ସୈନିକମାନଙ୍କୁ ନିଜ ଦେଶରୁ ଘଉଡାଉଥିବା ଦେଖିବାକୁ ମିଳୁଛି । ଯୁଦ୍ଧରେ ଋଷ୍‌ ଦଖଲ କରିଥିବା କିଛି ସ୍ଥାନକୁ ପୁଣି ନିଜ ନିୟନ୍ତ୍ରଣକୁ ଆଣୁଛନ୍ତି । ପୁଟିନ୍ ସରକାରଙ୍କ ପାଇଁ ଏହା ଏକ ବଡ ଝଟକା । ଶନିବାର ଦିନ ୟୁକ୍ରେନ ସେନା ଇଜିୟମ୍ ସହରରେ ପ୍ରବେଶ କରିଥିଲେ । ଏହା ତାଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ତଥା ପ୍ରମୁଖ ସାମରିକ ବିଜୟ ବୋଲି କୁହାଯାଉଛି ।