Advertisment

Drone Flies Over Srimandir: ପ୍ରଶାସନ-ପୋଲିସକୁ ଖୋଲା ଚ୍ୟାଲେଞ୍ଜ...ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ସୁଟ୍ ହେଲା ଭିଡିଓ

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ି ଭିଡିଓ ସୁଟ୍ ହୋଇଥିବାର ଏକ ଭିଜୁଆଲ୍ ଭାଇରାଲ ହେବାରେ ଲାଗିଛି । ଷ୍ଟୋରୀ ବାଏ ନରୁ ଗୋପାଳ ନାମକ ଏକ ଇନଷ୍ଟା ଆଇଡିରେ ଗତ ମେ ୩୦ ତାରିଖରେ ଏହାକୁ ପୋଷ୍ଟ କରାଯାଇଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Drone Flies Over Srimandir

Drone Flies Over Srimandir

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍... ପ୍ରଶାସନ ଓ ପୋଲିସକୁ ଖୋଲା ଚ୍ୟାଲେଞ୍ଜ... ଶ୍ରୀମନ୍ଦିର ଉପର ନୋ ଫ୍ଲାଇଂ ଜୋନ୍ ସତ୍ତ୍ବେ ଘୁରି ବୁଲିଲା ଡ୍ରୋନ୍। ସବୁ ନିୟମକୁ ଫୁ’ କରି, ବ୍ୟବସ୍ଥା ଆଖିରେ ଆଙ୍ଗୁଠି ଗେଞ୍ଜି ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ଶହ ଶହ ଭକ୍ତଙ୍କ ସାମ୍ନାରେ ଶ୍ରୀମନ୍ଦିରର ଖୁବ୍ ନିକଟରେ ଡ୍ରୋନ୍ ସହାୟତାରେ ଭିଡିଓ ସୁଟ୍ କରାଯାଇଛି।

Advertisment

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ସୁଟ୍ ହେଲା ଭିଡିଓ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ି ଭିଡିଓ ସୁଟ୍ ହୋଇଥିବାର ଏକ ଭିଜୁଆଲ୍ ଭାଇରାଲ ହେବାରେ ଲାଗିଛି । ଷ୍ଟୋରୀ ବାଏ ନରୁ ଗୋପାଳ ନାମକ ଏକ ଇନଷ୍ଟା ଆଇଡିରେ ଗତ ମେ ୩୦ ତାରିଖରେ ଏହାକୁ ପୋଷ୍ଟ କରାଯାଇଛି । 

ଅଧିକ ପଢନ୍ତୁ : ତୁଟିଲା ଲିଙ୍ଗରାଜଙ୍କ ନୀତି ବିବାଦ; ୨୪ ଘଣ୍ଟାରେ ADM ଦେବେ ରିପୋର୍ଟ

Advertisment

ଡ୍ରୋନ୍ ଭାଇରାଲ୍ ଭିଡିଓରେ ଜଣେ ଚୁନରା ସେବକ ସାମ୍ନାକୁ ଆସିଛନ୍ତି । ଚୁନରା ସେବକ ବାନା ଧରି ନମସ୍କାର ମୁଦ୍ରାରେ ରହିବା ଏବଂ ଶ୍ରୀମନ୍ଦିର ଉପରକୁ ଚଢି ୧୪ ହାତିଆ ମୁଖ୍ୟ ବାନା ବାନ୍ଧିବା ସମୟର ସ୍ପଷ୍ଟ ଦୃଶ୍ୟ ଡ୍ରୋନରେ କଏଦ୍ ହୋଇଛି । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ବ୍ୟାନ୍ ହୋଇଥିବାବେଳ ଖୋଲମଖୁଲା ଡ୍ରୋନ୍ ଉଡ଼ାଇ ଏବଂ ସ୍ପଷ୍ଟ ଚିତ୍ର କଏଦ୍ କରି ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଛି । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସକ କିମ୍ବା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି ।  

ଶ୍ରୀମନ୍ଦିର ପରିସର ହେଉଛି ନୋ ଫ୍ଲାଇଂ ଜୋନ୍। ତଥାପି ସବୁ ନିୟମକୁ ଫୁ’ କରି ଉଡ଼ାଯାଉଛି ଡ୍ରୋନ୍। ଖାଲି ଡ୍ରୋନ୍ ନୁହେଁ ରିତିମତ ମୋବାଇଲ୍ ବି ପ୍ରବେଶ କରୁଛି ଶ୍ରୀମନ୍ଦିରକୁ। ବେଫିକର୍ ଭାବେ ସୋସିଆଲ୍ ମିଡିଆରେ ଅପଲୋଡ୍ କରାଯାଉଛି ଫଟୋ ଆଉ ଭିଡିଓ। ହେଲେ ଏଭଳି ତ୍ରୁଟି ସବୁ କେମିତି ଘଟୁଛି? ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ୍ ଅଧିକାରୀ କରୁଛନ୍ତି କଣ? ପରିକ୍ରମା ପ୍ରକଳ୍ପ ନିର୍ମାଣ ହେବା ପରେ ଶ୍ରୀମନ୍ଦିର ଚାରିପଟେ ଥିବା ୱାଚ୍ ଟାୱାରକୁ ହଟାଇ ଦିଆଯାଇଛି, ତାହା ବି ଶ୍ରୀମନ୍ଦିର ପ୍ରତି ବିପଦ ବଢ଼ାଇଛି। ଏଥର ସିନା ଡ୍ରୋନ୍ ଉଡ଼ିବା ସମୟର ଭିଡିଓ ମିଳିଲା, ଅନେକ ସମୟରେ ଡ୍ରୋନ୍ ଉଡ଼ିବା ଘଟଣା ବି ଜଣାପଡ଼େନି।

Jagannath Temple Drone Shree Jagannath Temple Administration Lord Jagannath Puri Jagannath Temple
Advertisment
Related Articles
Advertisment