/odishatv-khabar/media/post_attachments/uploadimage/library/16_9/16_9_0/DSP__1731907269.jpg)
DSP
ସଫଳତା ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼େ । ବହୁ ବାଧାବିଘ୍ନ ଏଡ଼ାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହୁଏ। ତେବେ ଜୀବନର ଉତଥାନ ପତନ ବେଳେ ଯେଉଁମାନେ ସାଂଗରେ ଥାଆନ୍ତି ସେମାନଙ୍କୁ କେବେ ଭୁଲି ହୁଏନି। ନିଜର କଠିନ ପରିଶ୍ରମ ବାଦ୍ ସେମାନଙ୍କ ସାହାଯ୍ୟ ଓ ସହାନୁଭୂତି ଯେ ଏହି ସଫଳତା ପଛର କାରଣ ଏହା କ୍ୱଚିତ୍ ଲୋକ ବୁଝନ୍ତି। ତେବେ ଅନେକ ସମୟରେ ଲୋକ ସଫଳ ହେବା ପରେ ସେ ସବୁ ଭୁଲି ଯାଆନ୍ତି। ମାତ୍ର ମଧ୍ୟପ୍ରଦେଶର ଭୋପାଳର ଏପରି ଏକ ଭିଡିଓ ଭାଇରାଲ୍ହେବାରେ ଲାଗିଛି ଯାହାକୁ ଦେଖିବା ପରେ ଆପଣ ବି ପ୍ରଶଂସା ନକରି ରହିପାରିବେ ନାହିଁ।
ଆଜିକାଲି, ଲୋକମାନେ କୃତଘ୍ନ ହୋଇଯାଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିଥିବା ଲୋକଙ୍କୁ ପ୍ରତିଦାନ ତ ଦେବା ଦୂରର କଥା ସେମାନଙ୍କୁ ଅଚିହ୍ନା ପରି ବ୍ୟବହାର କରୁଛନ୍ତି। ମାତ୍ର ଗ୍ୱାଲିୟରର DSP ସନ୍ତୋଷ ପଟେଲ ତାଙ୍କର ସଂଘର୍ଷର ଦିନଗୁଡ଼ିକୁ ଭୁଲି ନାହାଁନ୍ତି । ତାଙ୍କୁ ସାହାଯ୍ୟ କରିଥିବା ପରିବା ବିକାଳିଙ୍କୁ ଧନ୍ୟବାଦ ଦେବାକୁ ପହଞ୍ଚିଯାଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲଗିଛି। ଯେଉଁଠି ଦୀର୍ଘ ୧୪ ବର୍ଷ ପରେ DSP ସନ୍ତୋଷ ତାଙ୍କୁ ଭେଟିବା ସହ ଆଲିଙ୍ଗନ କରି ପୁରୁଣା କଥା ମନେ ପକାଇଛନ୍ତି।
ଅଧିକ ପଢ଼ନ୍ତୁ: Viral Video: ମଦ୍ୟପଙ୍କ ରିଲ୍ସ ନିଶା; ଭଡ଼ାରେ ଆଣି ରେଲୱେ ଟ୍ରାକ୍ରେ ଚଲାଇଲେ Thar
ବାସ୍ତବରେ, ସନ୍ତୋଷ ଇଞ୍ଜିନିୟରିଂ ପଢୁଥିବା ସମୟରେ ଭୋପାଳରେ ରହୁଥିଲେ । ସେତେବେଳେ ତାଙ୍କର ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିଲା। ଟଙ୍କା ଅଭାବରୁ, ସେ ସବୁ ପନିପରିବା କିଣି ଖାଇବା ବି କଷ୍ଟକର ଥିଲା। ମାତ୍ର ନିକଟରେ ଏକ ପନିପରିବା ଷ୍ଟଲ ଚଲାଉଥିବା ସଲମାନ ବେଳେବେଳେ ମାଗଣାରେ ବାଇଗଣ ଓ ଟମାଟୋ ଦେଉଥିଲେ। ଯାହା ତାଙ୍କୁ ସେତେବେଳେ ଖର୍ଚ୍ଚ ପରିଚାଳନାରେ ବହୁତ ସାହାଯ୍ୟ କରିଥିଲା।
ସନ୍ତୋଷ ବର୍ତ୍ତମାନ DSP ହୋଇଯାଇଛନ୍ତି। ତାଙ୍କ ପାଖରେ ସବୁ ସୁଖ ସୁବିଧା ଉପଲବ୍ଧ ଅଛି। ହେଲେ ସେ ପୂରୁଣା ଦିନ ସବୁ ଭୁଲି ନାହାନ୍ତି। ଆଜିବି ସେ ପରିବା ବିକାଳି ସଲମାନଙ୍କୁ ମନେ ରଖିଛନ୍ତି । ସେଥିପାଇଁ ତ ସେ ୧୪ ବର୍ଷ ପରେ ସେହି ରାସ୍ତାରେ ଯିବା ବେଳେ ଅଟକି ଯାଇଥିଲେ। ସଲମାନ ପ୍ରଥମେ ସରକାରୀ ଗାଡି ଦେଖିବା ପରେ ଟିକେ ଡରି ଯାଇଥିଲେ। କିନ୍ତୁ ଯେତେବେଳେ ସେ ସନ୍ତୋଷଙ୍କୁ ଦେଖିଲେ, ସେ ବି ପୁରୁଣା କଥା ମନେ ପକାଇଲେ ।
सलमान ख़ान से भोपाल में इंजीनियरिंग की पढ़ाई के समय मुलाक़ात हुई थी। ये हमारी भावनाओं को समझकर फ्री में सब्ज़ी दे दिया करते थे।14 साल बाद जब अचानक मिले तो दोनों बहुत खुश हुए।बुरे समय में साथ निभाने वाले को भूल जाना किसी पाप से कम नहीं।बंदे में एक दोष न हो, बंदा ऐहसान फ़रामोश न हो pic.twitter.com/FMTdOW5cBH
— Santosh Patel DSP (@Santoshpateldsp) November 10, 2024
DSP ସନ୍ତୋଷ ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାର ବାସିନ୍ଦା। ସୋସିଆଲ ମିଡିଆରେ ବହୁତ ସକ୍ରିୟ | ସ୍କୁଲ୍ ପଢା ପରେ ସେ ଏକ ସରକାରୀ କଲେଜରେ ଇଞ୍ଜିନିୟରିଂ ପଢିଥିଲେ । ଏହା ପରେ ଅଗଷ୍ଟ ୨୦୧୫ରେ ମଧ୍ୟପ୍ରଦେଶ PSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ୧ ଅକ୍ଟୋବର ୨୦୧୬ରେ DSP ଭାବରେ ପୋଷ୍ଟିଂ ପାଇଲେ।
ସନ୍ତୋଷ ପଟେଲଙ୍କ ବିବାହ ନେଇ ମଧ୍ୟ ସେ ଚର୍ଚ୍ଚାରେ ଥିଲେ। ୨୦୨୧ ନଭେମ୍ବରରେ ତାଙ୍କର ବିବାହ ହୋଇଥିଲା। ଏହାପରେ ସେ ନିଜ ପତ୍ନୀଙ୍କୁ ସାଇକେଲରେ ବସାଇ ସେଠାରୁ ଘରକୁ ଯାଇଥିଲେ। ନିକଟରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ସେ ନିଜ ମା’ଙ୍କ ସହିତ କ୍ଷେତରେ ବସି ବୁନ୍ଦେଲଖଣ୍ଡି ଭାଷାରେ କଥାବାର୍ତ୍ତା କରୁଥିଲେ। ଭିଡିଓରେ ସେ ତାଙ୍କ ମା’ଙ୍କୁ ଚାଷ ଛାଡି ସହରକୁ ଆସିବାକୁ କହୁଥିଲେ। କିନ୍ତୁ ତାଙ୍କ ମା ମନା କରି ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)