/odishatv-khabar/media/post_attachments/uploadimage/library/16_9/16_9_0/Headache_1751965035.jpg)
Headache
ଆଜିକାଲି ପରିବର୍ତ୍ତିତ ଜୀବନଶୈଳୀ ଅନେକ ରୋଗର କାରଣ ସାଜିଛି । ଗ୍ୟାସ୍ ଓ ମୁଣ୍ଡବିନ୍ଧା ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଚିନ୍ତାର କାରଣ ସାଜିଛି । ଅତ୍ୟଧିକ ଗ୍ୟାସ୍ ହେଲେ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ । ବିଶେଷ କରି, ଖାଦ୍ୟ ଖାଇବାର ସମୟ ଠିକ୍ ନରହିଲେ ଏହି ସମସ୍ୟା ଦେଖାଦିଏ । ଆସନ୍ତୁ ଜାଣିବା ଏଥିରୁ ମୁକ୍ତି ପାଇବାର ସହଜ ଉପାୟ ।
ଗ୍ୟାସ୍ କାରଣରୁ କାହିଁକି ହୁଏ ମୁଣ୍ଡବିନ୍ଧା?
ଏହା ଏକ ପ୍ରକାର ଗ୍ୟାଷ୍ଟ୍ରୋ-ଇଣ୍ଟେଷ୍ଟାଇନାଲ୍ ସମସ୍ୟା । ଏହି ସମସ୍ୟା ଗ୍ୟାସ୍ ଓ ଏସିଡିଟିର କାରଣ ହୋଇପାରେ । ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଜଡିତ ରହିଥିବାରୁ ଗ୍ୟାସ୍ କାରଣରୁ ମୁଣ୍ଡବିନ୍ଧା ହୋଇଥାଏ ।
ଲେମ୍ବୁ ପାଣି:
ଲେମ୍ବୁ ମୁଣ୍ଡବିନ୍ଧାରୁ ଆଶ୍ୱସ୍ତି ଦେଇଥାଏ । କାରଣ ଲେମ୍ୱୁର ଆଣ୍ଟି-ଇମ୍ପଫ୍ଲେମେଟୋରୀ ଗୁଣ ରହିଛି । ସାମାନ୍ୟ ଗରମ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ଆରାମ ମିଳିଥାଏ ।
ଦହି ସରବତ:
ଘୋଳଦହି ସରବତ ମଧ୍ୟ ଗ୍ୟାସ କାରଣରୁ ହେଉଥିବା ମୁଣ୍ଡବିନ୍ଧାକୁ କମ୍ କରିଥାଏ ।
ଜଳୀୟାଂଶ ଅଧିକ ରହିବା ଦରକାର:
ପାଣି କମ୍ ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟା ହୋଇଥାଏ । ତେଣୁ ଅଧିକ ପାଣି ବି ଶରୀରକୁ ହାଇଡ୍ରେଟେଡ୍ ରଖିଲେ ଏହି ସମସ୍ୟାରୁ ମୁକ୍ତି ମିଳିବ ।
ତୁଳସୀ ପତ୍ର:
୭-୮ଟି ତୁଳସୀ ପତ୍ର ଖାଇବା ଦ୍ୱାରା ମୁଣ୍ଡବିନ୍ଧା କମିଥାଏ । ଏହାଦ୍ୱାରା ମାଂସପେଶୀକୁ ଆରାମ ମିଳିଥାଏ ।
(ବି.ଦ୍ର-ଏହା କେବଳ ସୂଚନା ପାଇଁ । କୌଣସି ରୋଗ ହେଲେ ଅଧିକ ତଥ୍ୟ ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)