/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751960290.jpg)
Tariff hike
ଉପଭୋକ୍ତାଙ୍କୁ ଝଟକା । ଏଣିକି ରିରାର୍ଜ ଲାଗି ଅଧିକ ଟଙ୍କା ଦେବାକୁ ପଡ଼ିବ । ଚଳିତ ବର୍ଷ ଶେଷ ସୁଦ୍ଧା ବଢିବ ରିଚାର୍ଜ ଟାରିଫ । ଗତ କିଛି ମାସ ମଧ୍ୟରେ ବଢିବାରେ ଲାଗିଛି ଗ୍ରାହକଙ୍କ ସଂଖ୍ୟା । ଯାହାକୁ ନଜରରେ ରଖି ଟେଲିକମ୍ କମ୍ପାନୀ ଗୁଡ଼ିକ ରିଚାର୍ଜ ମୂଲ୍ୟରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ରିଚାର୍ଜର ମୂଲ୍ୟ ୧୦-୧୨ ପ୍ରତିଶତ ବଢାଇବା ପାଇଁ ଟେଲିକମ୍ କମ୍ପାନୀ ଗୁଡ଼ିକ ଯୋଜନା କରିଥିବା ଜଣାପଡ଼ିଛି ।
୨୦୨୫ ଶେଷ ସୁଦ୍ଧା ଏହି ଘୋଷଣା ହେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ଗତ ବର୍ଷ ଜୁଲାଇରେ ୧୧-୨୩ ପ୍ରତିଶତ ବଢିଥିଲା । ଆଗକୁ ମଧ୍ୟମ ଓ ପ୍ରିମିୟମ ପ୍ଲାନରେ ଦରବୃଦ୍ଧି ଘଟିବା ନେଇ ଆକଳନ କରାଯାଉଛି । କାରଣ ଦେଖିବାକୁ ଗଲେ ସର୍ବନିମ୍ନ ରିଚାର୍ଜର ମୂଲ୍ୟ ପୂର୍ବରୁ ଯଥେଷ୍ଟ ବଢିସାରିଛି । ଯଦି ଅଧିକ ବୃଦ୍ଧି ହୁଏ ତେବେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିପାରେ ।
ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ସମସ୍ତେ ଦୈନଦିନ ଜୀବନରେ ଇଣ୍ଟରନେଟ୍ର ବହୁଳ ବ୍ୟବହାର କରୁଛନ୍ତି । ପେମେଣ୍ଟରୁ ଆରମ୍ଭ କରି ଜରୁରୀ କାମ ଅନଲାଇନ ମାଧ୍ୟମରେ ହେଉଛି । ରିଚାର୍ଜର ମୂଲ୍ୟ ବୃଦ୍ଧି ଯୋଗୁ ମଧ୍ୟବିତ୍ତମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି ।
ଅଧିକ ପଢନ୍ତୁ: ଆପଣଙ୍କ ଫୋନରେ କାମ କରିବ ତ WhatsApp ? ଚେକ୍ କରିନିଅନ୍ତୁ ଲିଷ୍ଟ୍
Rasagola Dibasa 2025: ଆଜି ରସଗୋଲା ଦିବସ; ରଲଗୋଲା ଦେଇ ମାଆ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ…

United States Of America: ଆମେରିକା ରାଜନୀତିରେ ହଲ୍ଚଲ୍, ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ଏଲନ ମସ୍କ !

Mahabharat Story: ଅର୍ଜୁନଙ୍କ ଗୋଧନ ଉଦ୍ଧାର ଓ କର୍ଣ୍ଣଙ୍କ ଗର୍ବଭଙ୍ଗ କଥା
