Advertisment

Heart Attack in Women: ମହିଳାଙ୍କ ପାଇଁ ଅଧିକ ଘାତକ ହୃଦରୋଗ: ସାମାନ୍ୟ ଲକ୍ଷଣ ବି ଆଣିପାରେ ବିପଦ, ବିଶେଷଜ୍ଞ ଦେଲେ ୮ ଟିପ୍ସ...

ଲକ୍ଷଣ ଜଣାପଡିବନି, ହେଲେ ଜୀବନ ଯିବ । ଏହା ପୂର୍ବରୁ ହୋଇଯାଆନ୍ତୁ ସତର୍କ । କାରଣ କେତେକ ଲକ୍ଷଣ ସାମାନ୍ୟ ଜଣାପଡିଲେ ବି ଘାତକ ହୋଇଥାଏ । ଆଉ ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ହୃଦରୋଗ ଜନିତ ସମସ୍ୟା ଅଧିକ ଥିବା କହିଛନ୍ତି ବିଶେଷଜ୍ଞ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Heart Attack

Heart Attack

ହୃଦଘାତ ଜନିତ କିଛି ବି ରୋଗ ଥିଲେ ହୋଇଯାଆନ୍ତୁ ସତର୍କ । ବିଶେଷ କରି ମହିଳାଙ୍କ କ୍ଷେତ୍ରରେ ହୃଦଘାତର ସମ୍ଭାବନା ଅଧିକ ଥିବା ନେଇ ସୂଚନା ଦେଇଛନ୍ତି  ହୃଦରୋଗ ବିଶେଷଜ୍ଞ ଡାକ୍ତର ଡିମିଟ୍ରି ୟାରାନୋଭ । ଯଦି କୌଣସି ଲକ୍ଷଣ ଦେଖାଦିଏ ତେବେ ବେଳ ଥାଉ ଥାଉ ଚିକିତ୍ସା କରାଇନେବାକୁ ଡାକ୍ତର ସତର୍କ କରାଇଛନ୍ତି । ଏନେଇ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ୮ଟି ଗୁରୁତ୍ୱପୂର୍ଣ୍ଣ ସୂଚନା ଲେଖି ପୋଷ୍ଟ କରିଛନ୍ତି ଡାକ୍ତର ୟାରାନୋଭ । ହୃଦରୋଗ ସମସ୍ୟା ସମ୍ପର୍କିତ ଏହି ୮ଟି ଟିପ୍ସ ଉପରେ ବିଶେଷ କରି ମହିଳାମାନେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ।

Advertisment

୧. ସମସ୍ତଙ୍କ ଧାରଣା ଥାଏ ଯେ, ପୁରୁଷମାନଙ୍କ କ୍ଷେତ୍ରରେ ହୃଦରୋଗ ସମ୍ଭାବନା ଅଧିକ । ହେଲେ ତାହା ଏକ ଭ୍ରମ । ପ୍ରକୃତରେ ବହୁ ମହିଳାଙ୍କ କ୍ଷେତ୍ରରେ ହୃଦରୋଗ ଏକ ପ୍ରମୁଖ ସମସ୍ୟା ପାଲଟିଛି । ବହୁ ମହିଳାଙ୍କର ହୃଦରୋଗଜନିତ ମୃତ୍ୟୁ ହେଉଥିବାର ନଜିର ରହିଛି । 

୨. ମହିଳାଙ୍କ କ୍ଷେତ୍ରରେ ଯଦି ହାର୍ଟ ଆଟାକ୍ ହୁଏ, ତେବେ ସେହି ସମୟରେ ଛାତିରେ ଯେଉଁ ଯନ୍ତ୍ରଣା ଅନୁଭବ ହୁଏ ତାହା ସାଧାରଣ ଛାତି ଯନ୍ତ୍ରଣାଠୁ ହୁଏତ ସାମାନ୍ୟ ଭିନ୍ନ ହୋଇପାରେ । ଥଣ୍ଡା ହେବା, ଶ୍ୱାସକ୍ରିୟାରେ ସମସ୍ୟା ହେବା ବି ଏହାର ଲକ୍ଷଣ ହୋଇପାରେ । 

Advertisment

୩. ହାର୍ଟ ଆଟାକ୍ ମହିଳାଙ୍କ କ୍ଷେତ୍ରରେ ଅଧିକ ଘାତକ ସାବ୍ୟସ୍ତ ହୋଇପାରେ । ଯଦି କୌଣସି ମହିଳା ହୃଦଘାତର ଶିକାର ହେଉଛନ୍ତି, ତେବେ ଗୋଟିଏ ବର୍ଷ ଭିତରେ ତାଙ୍କର ମୃତ୍ୟୁ ହେବାର ସମ୍ଭାବନା ଅଧିକ । କାରଣ ଏହାର ଲକ୍ଷଣ ସାଧାରଣ ହୋଇଥିବାରୁ ସାଧାରଣତଃ କେହି ଜାଣିପାରନ୍ତି ନାହିଁ । ଯେଉଁ କାରଣରୁ ଚିକିତ୍ସାରେ ଅବହେଳା ହୋଇଥାଏ । 

୪. ମହିଳାଙ୍କ ଧମନୀରେ ପ୍ଲାକ୍ ଜମା ହୋଇଯାଇଥାଏ । ଫଳରେ ଧମନୀ ବ୍ଲକେଜ୍ ହେବା ମଧ୍ୟ ହୃଦରୋଗ ଏକ ପ୍ରମୁଖ କାରଣ । ପୁରୁଷଙ୍କ କ୍ଷେତ୍ରରେ ଟେଷ୍ଟ୍ କରାଗଲେ ହୃଦରୋଗ ସମସ୍ୟା ଯେତିକି ସହଜରେ ଜଣାପଡେ ମହିଳାଙ୍କ କ୍ଷେତ୍ରରେ ତାହା ହୋଇନଥାଏ । 

୫. ଏହାସହ ମାନସିକ ଚାପ ମଧ୍ୟ ଶରୀର ଉପରେ ପ୍ରଭାବ ପକାଇଥାଏ । ଡିପ୍ରେସନ, ଏନକ୍ସାଇଟି ବଢିଲେ ହୃଦରୋଗ ସମସ୍ୟା ଦେଖାଦିଏ । ଏହା ଏକ ସୁସ୍ଥ ହୃତପିଣ୍ଡକୁ ପ୍ରଭାବିତ କରିଥାଏ ।

୬. ମେନୋପସ୍ (ଋତୁସ୍ରାବ ବନ୍ଦ ହେବା ପରେ) ହୃତପିଣ୍ଡ ଉପରେ ପ୍ରଭାବ ପଡିବାର ଆଶଙ୍କା ଅଧିକ ରହିଥାଏ । କାରଣ ଏଷ୍ଟ୍ରୋଜେନ ହର୍ମୋନ ଦ୍ୱାରା ଏକ ଲେୟାର ନଷ୍ଟ ହୋଇଯାଏ । ଯାହା ଦ୍ୱାରା ରକ୍ତ ଚାପ ବଢିଥାଏ । ଉଚ୍ଚ ରକ୍ତଚାପ(High Blood Pressure) ଏବଂ କୋଲେଷ୍ଟ୍ରୋଲ ବୃଦ୍ଧି ହେଉଛି ହୃଦଘାତର ପ୍ରମୁଖ କାରଣ । 

୭. ଏହାବ୍ୟତୀତ CPR , ଷ୍ଟେଣ୍ଟ ଭଳି ଟ୍ରିଟମେଣ୍ଟ୍ ଯଦିଓ ମହିଳାଙ୍କ କ୍ଷେତ୍ରରେ ଅଧିକ ଆବଶ୍ୟକ କିନ୍ତୁ ସେମାନେ ସେହି ଚିକିତ୍ସା କରାଇନଥାନ୍ତି ।

୮. ଖୁସିର କଥା ହେଉଛି, ଅଧିକାଂଶ ହୃଦରୋଗ ଚିକିତ୍ସା ଦ୍ୱାରା ଉପଚାର କରାଯାଇପାରିବ । ହେଲଦି ହାର୍ଟ ପାଇଁ ଆବଶ୍ୟକ ହେଲଦି ଲାଇଫଷ୍ଟାଇଲ୍ । ଏହାସହ ରେଗୁଲାର ଚେକ୍ ଅପ୍ ଦ୍ୱାରା ଡାଇଗ୍ନୋସିସ କରାଯାଇ ଚିକିତ୍ସା ହୋଇପାରିବ । ଆଗୁଆ ଚିକିତ୍ସା କରାଗଲେ ହୃଦରୋଗର ଭୟ ରହିବ ନାହିଁ ।  

ଅଧିକ ପଢନ୍ତୁ : କୋଭିଡ ହୋଇଥିଲେ ହାର୍ଟଆଟାକ୍ ନିଶ୍ଚିତ

Cardiac Arrest Heart Attack Heart Disease Risk In Women
Advertisment
Related Articles
Advertisment