/odishatv-khabar/media/post_attachments/uploadimage/library/16_9/16_9_0/ASP_Killed_1749450586.jpg)
ASP Killed
ଛତିଶଗଡ ସୁକୁମାରେ ବଡ ଧରଣର ବିସ୍ଫୋରଣ କରିଛନ୍ତି ମାଓବାଦୀ । IED ବିସ୍ଫୋରଣରେ ସୁକୁମା କୋଣ୍ଟା ASP ଆକାଶ ରାଓ ଗିରିପୁଞ୍ଜେ ସହିଦ ହୋଇଛନ୍ତି । କୋଣ୍ଟା ଟିଆଇ ଓ ଏସଡିପିଓ ଆହତ ହୋଇଛନ୍ତି । କୋଣ୍ଟା ଥାନାର କିଛି ଯବାନ ଓ ଅଧିକାରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ସୁକମା ଜିଲ୍ଲା କୋଣ୍ଟା- ଏରାବୋରା ରାସ୍ତାରେ ବିସ୍ଫୋରଣ ହୋଇଛି । ନୂତନ କ୍ୟାମ୍ପ ସ୍ଥାପନ କରି ଫେରୁଥିବା ବେଳେ ଆଇଇଡି ବିସ୍ଫୋରଣ କରିଥିଲେ ମାଓବାଦୀ । ଏଏସପି ଆସୁଥିବା ଗାଡିକୁ ଲକ୍ଷ୍ୟ କରି ବିସ୍ଫୋରଣ କରିଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ଅଧିକ ପଢନ୍ତୁ: ଚଳନ୍ତା ଟ୍ରେନରୁ ଖସି ୫ ମୃତ, ଅନେକ ଯାତ୍ରୀ ଆହତ
ମିଳିଥିବା ସୂଚନା ମୁତାବକ, ଆସନ୍ତା କାଲି ମାଓବାଦୀମାନେ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ତା ପୂର୍ବରୁ ମାଓବାଦୀଙ୍କ ଦ୍ୱାରା କୌଣସି ହିଂସା ଆଶଙ୍କା କରି ASP ଆକାଶ ରାଓ ଗିରିପୁଞ୍ଜେ ଫୁଟ ପାଟ୍ରୋଲିଂ କରୁଥିଲେ । ପାଦ ଚଳା ରାସ୍ତାରେ ଯାଉଥିବା ବେଳେ ମାଟି ତଳେ ଥିବା ପ୍ରେସର ବୋମା ବ୍ଲାଷ୍ଟ ହୋଇଥିଲା । ତେବେ ଏହି ଘଟଣା ପରେ ଅପରେସନକୁ ଆହୁରି ଜୋରଦାର କରାଯାଇଛି । ଆହୁରି ବିସ୍ଫୋରକ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଲଗାତାର ମାଓବିରୋଧି ଅଭିଯାନ ଚାଲୁଥିବା ବେଳେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଚକମା ଦେବା ପାଇଁ ବିଶେଷ କରି ପ୍ରେସର ବୋମା ବ୍ୟବହାର କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)