Advertisment

Ayushman Scheme: ଆୟୁଷ୍ମାନରେ ଠିକରେ ଚିକିତ୍ସା ମିଳୁନଥିବା ଅଭିଯୋଗ,ବାୟୋମେଟ୍ରିକ୍ ଲିଙ୍କେଜ୍ ଏବଂ ଓଟିପି ସମସ୍ୟା

ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ ନେଇ ଅଭିଯୋଗ। ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରୋଗୀ ଓ ସମ୍ପର୍କୀୟ। ଅଭିଯୋଗ ହେଉଛି, ବିଏସକେୱାଇରେ ମିଳୁଥିବା କିଛି ସୁବିଧା ଆୟୁଷ୍ମାନରେ ମିଳୁନାହିଁ। ବାୟୋମେଟ୍ରିକ ଲିଙ୍କେଜ ଏବଂ ଓଟିପି ସମସ୍ୟାରେ ସନ୍ତୁଳି ହେଉଛନ୍ତି ରୋଗୀ। ଆଜି ଏନେଇ ଭୁବନେଶ୍ବରରେ ବିଭିନ୍ନ ରାଜନୈତିକ ଦଳ ଓ ଅନୁଷ୍ଠାନକୁ ନେଇ ବସିଥିଲା ଗୋଲ ଟେବୁଲ୍ ବୈଠକ। ସେପଟେ ବିରୋଧୀଙ୍କୁ କାଉଣ୍ଟର କରି ବିଜେପି ପ୍ରଶ୍ନ କରିଛି, ବିଜୁ ବାବୁଙ୍କ ନାଁ ହଟିଲାରୁ ଯୋଜନାରେ ତୁଚ୍ଛାକୁ ତ୍ରୁଟି ଦିଶୁଛି।

author-image
Manasranjan Mohanty
ayushman scheme

ayushman scheme

ରେନାଲ୍ କ୍ୟାନସରରେ ପୀଡ଼ିତ ୫୯ ବର୍ଷୀୟ ଭୁବନେଶ୍ବରର ପ୍ରମୋଦ କୁମାର ଦାସ। ତାଙ୍କ କହିବା କଥା, ବିଏସକେୱାଇରେ ୫ ଲକ୍ଷ ଯାଏଁ ମେଡିସିନ୍ ରିକ୍ୟୁଜେସନ୍ ପାଇଁ ଅସୁବିଧା ନଥିଲା। ପୂର୍ବ କାର୍ଡରେ ମିଳୁଥିବା ଇମ୍ୟୁନୋଥେରାପି ଓ କେମୋ ଥେରାପି ଆୟୁଷ୍ମାନରେ ମିଳୁନି। ମେଡିସିନ୍ ରିକ୍ୟୁଜେସନ୍ ବେଳେ ରହିବାକୁ ପଡୁଛି। ବେଳେବେଳେ ଲମ୍ବା ଲାଇନରେ ଠିଆ ହେବା ଯାତନା ରୋଗ କଷ୍ଟକୁ ବି ବଳି ଯାଉଛି। ... ଓଭାରି କ୍ୟାନସରରେ ପୀଡ଼ିତ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ବି ସମାନ। ଆବଶ୍ୟକ ଅର୍ଥରାଶି ଆପ୍ରୁଭ ହେଉ ନଥିବାରୁ କିଛି ଟ୍ରିଟମେଣ୍ଟ ବାଧ୍ୟ ହୋଇ ବାହାରେ କରୁଛନ୍ତି। ...

Advertisment

ଆୟୁଷ୍ମାନ ଭାରତ କାର୍ଡରେ ରୋଗୀଙ୍କୁ ଠିକରେ ଚିକିତ୍ସା ମିଳୁ ନଥିବା ଅଭିଯୋଗରେ ଆଜି ଭୁବନେଶ୍ବରରେ ଜନସ୍ବାସ୍ଥ୍ୟ ଅଭିଯାନର ଗୋଲଟେବୁଲ୍ ବୈଠକରେ ବି ଉଠିଥିଲା ସମାନ କଥା। ବିରୋଧୀ ଦଳର ନେତାଙ୍କ ସାମ୍ନାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରୁଥିବା ଅନୁଷ୍ଠାନ, ବ୍ୟକ୍ତିବିଶେଷ, ରୋଗୀ ଓ ସମ୍ପର୍କୀୟ ବଖାଣିଥିଲେ ଆୟୁଷ୍ମାନ କାର୍ଡର ସମସ୍ୟା। ଯେମିତିକି ବାୟୋମେଟ୍ରିକ ଲିଙ୍କେଜ ହେଉ ନଥିବାରୁ କାର୍ଡ ନେବାକୁ କିଛି ପ୍ରାଇଭେଟ୍ ହସ୍ପିଟାଲ ମନାକରିବା, ଓଟିପି ଆସିବାରେ ସମସ୍ୟା। ଚିକିତ୍ସା ଆରମ୍ଭ ପରେ ଉଚ୍ଚତ୍ତର ଚିକିତ୍ସା ପାଇଁ ଅନୁମତି ନମିଳିବା, ଲିଙ୍କେଜ ଓ ଆପ୍ରୁଭାଲ ଭଳି ଲମ୍ବା ପ୍ରୋସେସରେ କେବଳ ଅସୁବିଧା ଭୋଗୁଛି ରୋଗୀ। ସେହିପରି ଆୟୁଷ୍ମାନ ପାଇଁ ରାଜ୍ୟରେ କୌଣସି ନୋଡାଲ ଅଫିସର ନିଯୁକ୍ତ ନହେବା, କାର୍ଡରେ ସାପ କାମୁଡା, ସାଧାରଣ ରୋଗ ଓ ଆଉଟ ପେସେଣ୍ଟ କଭର ନହେବା ବି ଆଉ ଗୋଟିଏ ଗୋଟିଏ ବଡ଼ ସମସ୍ୟା ବୋଲି କହିଛି ଜନସ୍ବାସ୍ଥ୍ୟ ଅଭିଯାନ।...

ଅପରପକ୍ଷେ ଗୋଲ ଟେବୁଲ୍ ବୈଠକ ପରେ ଉଭୟ ବିଜେଡି ଓ କଂଗ୍ରେସ ସରକାରଙ୍କୁ ନିଶାନା କରିଛି। ଆୟୁଷ୍ମାନ ଯୋଜନାର ବିଫଳତାକୁ ନେଇ ଜନ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଂଗ୍ରେସ। ଯାହାର କଡ଼ା ଜବାବ ରଖିଛି ବିଜେପି।...

Advertisment

ତତ୍କାଳୀନ ବିଜେଡି ସରକାର ରାଜ୍ୟରେ ଆରମ୍ଭ କରିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ବିଜେପି ସରକାରକୁ ଆସିବା ପରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଛି।

Ayushman Bharat Pradhan Mantri Jan Arogya Yojana Odisha
Advertisment
Related Articles
Advertisment