/odishatv-khabar/media/post_attachments/uploadimage/library/16_9/16_9_0/dies_1758200408.jpg)
dies
ଆଜିର ଜୀବନ କାଲିକୁ ନାହିଁ । କେତେବେଳେ କଣ ଘଟିବ କେହି ଜାଣି ନାହାନ୍ତି । ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କର କାର୍ଡିଆକ ଆରେଷ୍ଟରେ ମୃତ୍ୟୁ ହୋଇଛି। ସେହି ବ୍ୟକ୍ତି ମାତ୍ର ୧୦ ମିନିଟ୍ ପୂର୍ବରୁ ତାଙ୍କ ବସ୍ଙ୍କୁ ମେସେଜ କରି କହିଥିଲେ ଯେ ତାଙ୍କ ଦେହ ଠିକ୍ ଲାଗୁନାହିଁ। ଏବଂ ୧୦ ମିନିଟ୍ ପରେ ତାଙ୍କ ମୃତ୍ୟୁ ଖବର ଆସିଥିଲା।
୧୩ ସେପ୍ଟେମ୍ବର ୨୦୨୫ରେ ଘଟିଥିବା ଏହି ଘଟଣା ସହକର୍ମୀ, ପରିବାର ଏବଂ ସୋସିଆଲ ମିଡିଆ ୟୁଜର୍ସଙ୍କୁ ଗଭୀର ଆଘାତରେ ଦେଇଛି। ଏହି ଘଟଣା ଦର୍ଶାଉଛି ଯେ କିପରି ସୁସ୍ଥ ଦେଖାଯାଉଥିବା ବ୍ୟକ୍ତି ମଧ୍ୟ ଅପ୍ରତ୍ୟାଶିତ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି।
କମ୍ପାନୀର ମ୍ୟାନେଜର କେଭି ଆୟାର କହିଛନ୍ତି ଶଙ୍କରଙ୍କୁ ଜଣେ "ସୁସ୍ଥ ଏବଂ ଫିଟ୍" ଟିମ୍ ସଦସ୍ୟ ଥିଲେ । ସେ ଛଅ ବର୍ଷ ଧରି କମ୍ପାନୀରେ କାମ କରୁଥିଲେ ଏବଂ ଏକ ସୁସ୍ଥ ଜୀବନଶୈଳୀ ଫଲୋ କରୁଥିଲେ । ସେ ବିବାହିତ ଥିଲେ, ଜଣେ ଛୋଟ ପିଲାର ପିତା ଥିଲେ ଏବଂ ଧୂମପାନ ଓ ମଦ୍ୟପାନଠାରୁ ଦୂରେଇ ରହୁଥିଲେ।
ଶଙ୍କର ସକାଳ ୮:୩୭ରେ ଆୟାରଙ୍କୁ ଏକ ମେସେଜ ପଠାଇଥିଲେ, ଯେଉଁଥିରେ ସେ ପିଠିରେ ତୀବ୍ର ଯନ୍ତ୍ରଣା ହେଉଛି ବୋଲି କହି ଛୁଟି ମାଗିଥିଲେ। ଆୟାର ଉତ୍ତରରେ ଲେଖିଥିଲେ, "ଠିକ୍ ଅଛି, ବିଶ୍ରାମ କର ।" ଦୁର୍ଭାଗ୍ୟବଶତଃ, ଠିକ୍ ୧୦ ମିନିଟ୍ ପରେ, ସକାଳ ୮:୪୭ରେ, ଶଙ୍କରଙ୍କୁ ହୃଦ୍ଘାତ ହୋଇଥିଲା। ଏହି ଖବର ସକାଳ ପ୍ରାୟ ୧୧ଟା ବେଳେ ଏକ ଫୋନ୍ କଲ୍ ମାଧ୍ୟମରେ ଆୟାରଙ୍କ ପାଖରେ ପହଞ୍ଚିଥିଲା, ଯାହାକୁ ସେ ପ୍ରଥମେ ଅବିଶ୍ୱାସ କରିଥିଲେ। ସେ ଅନ୍ୟ ଜଣେ ସହକର୍ମୀଙ୍କୁ ଯୋଗାଯୋଗ କରି ଶଙ୍କରଙ୍କ ଠିକଣା ପଚାରିଥିଲେ, ତା’ପରେ ତାଙ୍କ ଘରକୁ ପହଞ୍ଚିଥିଲେ। ଆଉ ଜାଣିଥିଲେ ଘଟଣାଟି ସତ ।
DEVASTATING INCIDENT WHICH HAPPENED TODAY MORNING :-
One of my colleague, Shankar texted me today morning at 8.37 am with a message
"Sir, due to heavy backpain I am unable to come today. So please grant me leave." Such type of leave requests, being usual, I replied "Ok take…— KV Iyyer - BHARAT 🇮🇳🇮🇱 (@BanCheneProduct) September 13, 2025
ସେ X ରେ ଲେଖିଥିଲେ, "ମୋର ଜଣେ ସହକର୍ମୀ, ଶଙ୍କର ଆଜି ସକାଳ ୮:୩୭ରେ ମୋତେ ଏକ ମେସେଜ ପଠାଇଥିଲେ । ସାର୍, ପିଠିରେ ବହୁତ ଯନ୍ତ୍ରଣା ହେଉଥିବାରୁ ମୁଁ ଆଜି ଆସିପାରିବି ନାହିଁ । ତେଣୁ ଦୟାକରି ମୋତେ ଛୁଟି ଦିଅନ୍ତୁ। ଛୁଟି ମାଗିବା ଏକ ସାଧାରଣ ଅନୁରୋଧ ଥିଲା । ତେଣୁ ମୁଁ ଉତ୍ତର ଦେଇଥିଲି, 'ଠିକ୍ ଅଛି, ବିଶ୍ରାମ କରନ୍ତୁ। ଦିନଟି ସାଧାରଣ ଭାବେ ଚାଲିଥିଲା। ସକାଳ ୧୧ଟା ବେଳେ ମୋତେ ଏକ ଫୋନ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି କହିଥିଲେ ଯେ ଶଙ୍କରଙ୍କର ମୃତ୍ୟୁ ହୋଇଛି। ମୁଁ ପ୍ରଥମେ ବିଶ୍ୱାସ କରିନଥିଲି। ମୁଁ ତାଙ୍କ ଘରର ଠିକଣା ଜାଣିବା ପାଇଁ ଅନ୍ୟ ଜଣେ ସହକର୍ମୀଙ୍କୁ ଫୋନ୍ କରିଥିଲି। ଠିକଣା ନେଇ ତାଙ୍କ ଘରେ ପହଞ୍ଚିଥିଲି। ସେ ଏବେ ଏହି ଦୁନିଆରେ ନାହାଁନ୍ତି ।
ଇଣ୍ଟରନେଟ ୟୁଜର୍ସ ମାନେ କହିଛନ୍ତି ଯେ ପ୍ରାରମ୍ଭିକ ହୃଦ୍ଘାତର ଲକ୍ଷଣ ଯେପରିକି ପିଠି ଯନ୍ତ୍ରଣା, ଥକାପଣ, ଝାଳ, ବାନ୍ତି, ପେଟ ସମସ୍ୟା ବା ସାଧାରଣ ଚାପ ପରି ଲାଗିପାରେ। ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ଜୀବନ ପ୍ରକୃତରେ ଅପ୍ରତ୍ୟାଶିତ ଏବଂ ଆମେ ଛୋଟ ଛୋଟ କଥାଗୁଡ଼ିକ ନେଇ ଝଗଡ଼ା କରୁଛୁ... ମୁଁ ଆଶା କରୁଛି ଆମେ ଆମର ଅଭାବଗୁଡ଼ିକ ସହ ତାଳ ମେଳାଇବାକୁ ଶିଖିବୁ ଏବଂ ଅନ୍ୟମାନଙ୍କର ଅଭାବକୁ ମଧ୍ୟ ଗ୍ରହଣ କରିବୁ... ଈଶ୍ୱର ଦିବଙ୍ଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)