Advertisment

Rahul Gandhi : ରାହୁଲଙ୍କ ଟାର୍ଗେଟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ଭୋଟ ଚୋରିର ଦେଲେ ପ୍ରମାଣ

କର୍ଣ୍ଣାଟକ, ମହାରାଷ୍ଟ୍ର, ହରିୟାଣା, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଭୋଟର ତାଲିକାରୁ ଅନେକ ଭୋଟରଙ୍କ ନାଁ ବାଦ ଦେବା ଘଟଣାରେ ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାଣିଛନ୍ତି। ଯେଉଁମାନଙ୍କର ନାଁ ତାଲିକାରୁ ଡିଲିଟ କରାଯାଇଛି ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ସପ୍ତାହକ ମଧ୍ୟରେ ଦେବାକୁ ଦାବି କରିଛନ୍ତି ରାହୁଲ। ସେହିଭଳି ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଭୋଟ ଚୋରି ପ୍ରସଙ୍ଗରେ କର୍ଣ୍ଣାଟକ ଆଲାଣ୍ଡ ନିର୍ବାଚନମଣ୍ଡଳୀର ଉଦାହରଣ ଦେଇ ସେ ଭୋଟର ତାଲିକାରେ କିପରି ଏପଟ ସେପଟ କରାଯାଇଛି ସେକଥା ଉଠାଇଛନ୍ତି।

author-image
Jnanadarsi Sahoo
Rahul targets CEC

Rahul targets CEC

ବିରୋଧି ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଟାର୍ଗେଟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ତାଙ୍କୁ ଗଣତନ୍ତ୍ରର ହତ୍ୟାକାରୀ ବୋଲି କହିଛନ୍ତି ରାହୁଲ। କର୍ଣ୍ଣାଟକ, ମହାରାଷ୍ଟ୍ର, ହରିୟାଣା, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଭୋଟର ତାଲିକାରୁ ଅନେକ ଭୋଟରଙ୍କ ନାଁ ବାଦ ଦେବା ଘଟଣାରେ ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାଣିଛନ୍ତି। ଯେଉଁମାନଙ୍କର ନାଁ ତାଲିକାରୁ ଡିଲିଟ କରାଯାଇଛି ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ସପ୍ତାହକ ମଧ୍ୟରେ ଦେବାକୁ ଦାବି କରିଛନ୍ତି ରାହୁଲ। ସେହିଭଳି ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଭୋଟ ଚୋରି ପ୍ରସଙ୍ଗରେ କର୍ଣ୍ଣାଟକ ଆଲାଣ୍ଡ ନିର୍ବାଚନମଣ୍ଡଳୀର ଉଦାହରଣ ଦେଇ ସେ ଭୋଟର ତାଲିକାରେ କିପରି ଏପଟ ସେପଟ କରାଯାଇଛି ସେକଥା ଉଠାଇଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ପ୍ରାୟ ୬ ହଜାର ୧୮ ଭୋଟରଙ୍କୁ ବାଦ ଦିଆଯାଇଥିବା କଥା ସେ କହିଛନ୍ତି।

Advertisment

ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ସଫ୍ଟୱେର ଓ ଜାଲ ଆବେଦନପତ୍ର ଜରିଆରେ ଭୋଟରଙ୍କ ନାଁ ମନଇଚ୍ଛା ବାଦ ଦିଆଯାଉଛି। ଆଉ ଭୋଟ ଚୋରଙ୍କୁ ସୁରକ୍ଷା ଦେଉଛନ୍ତି ନିର୍ବାଚନ କମିଶନର ବୋଲି କହିଛନ୍ତି। ଏ କଳାଧଳା ପ୍ରମାଣ ମିଳିସାରିଛି, ଏଥିରେ କିଛି ଦ୍ବନ୍ଦ୍ବ ନାହିଁ ବୋଲି କହିଛନ୍ତି ରାହୁଲ।

ପୂର୍ବରୁ ରାହୁଲ ଏକ ଭୋଟର ଅଧିକାର ଯାତ୍ରାରେ ଖୁବଶୀଘ୍ର ହାଇଡ୍ରୋଜେନ ବମ ଛାଡିବେ ବୋଲି କହିଥିଲେ। ତେବେ ଆଜିର ସାମ୍ବାଦିକ ସମ୍ମିଳନୀରେ ଏହା ସେ ବମ ନୁହେଁ ଆଗକୁ ଅପେକ୍ଷା କରନ୍ତୁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ କହିଛନ୍ତି। ସେପଟେ ରାହୁଲଙ୍କ ପ୍ରତିଟି ପ୍ରଶ୍ନର ଜବାବ ରଖିଛି ବିଜେପି ।

Advertisment
CEC Rahul Gandhi Congress
Advertisment
Advertisment