Advertisment

Anti-aging Foods: ଭୁଲି ଯିବେ ଦାମୀ କ୍ରିମ , ଖାଆନ୍ତୁ ଏହି ସବୁ ଖାଦ୍ୟ...ଚମକିବ ଚେହେରା

ବଢୁଥିବା ବୟସର ପ୍ରଭାବ ସବୁବେଳେ ମୁହଁରେ ଦେଖାଯାଏ । ବୟସ ବଢ଼ିବା ସହ ମୁହଁର ଚମକ କମି କମି ଯାଏ । ମୁହଁରେ ଫାଇନ ଲାଇନ୍ସ ଦେଖିବାକୁ ମିଳେ । ଏଥିରୁ ବଞ୍ଚିବା ପାଇଁ ଅନେକ ଲୋକ ଦାମୀ କ୍ରିମ୍ ଲଗାଇବା ସହ ଟ୍ରିଟମେଣ୍ଟ ନିଅନ୍ତି ।

author-image
Manasranjan Mohanty
ଅଦ୍ୟତନ ହୋଇଛି
GLOWING SKIN

GLOWING SKIN Photograph: (OTV)

ବଢୁଥିବା ବୟସର ପ୍ରଭାବ ସବୁବେଳେ ମୁହଁରେ ଦେଖାଯାଏ । ବୟସ ବଢ଼ିବା ସହ ମୁହଁର ଚମକ କମି କମି ଯାଏ । ମୁହଁରେ ଫାଇନ ଲାଇନ୍ସ ଦେଖିବାକୁ ମିଳେ । ଏଥିରୁ ବଞ୍ଚିବା ପାଇଁ ଅନେକ ଲୋକ ଦାମୀ କ୍ରିମ୍ ଲଗାଇବା ସହ ଟ୍ରିଟମେଣ୍ଟ ନିଅନ୍ତି । କିନ୍ତୁ ମୁହଁରେ ଚମକ ସେତେବେଳେ ଆସେ ଯେତେବେଳେ ଆପଣଙ୍କ ଡାଏଟ ଭଲ ରହିଥାଏ ।ଯଦି ଆପଣ ଚାହୁଛନ୍ତି ଆପଣଙ୍କ ସ୍କିନ ଲମ୍ବା ସମୟ ଧରି ଭଲ ରହୁ ତେବେ ଆପଣ ନିଜର ଡାଏଟରେ ଏହି ସବୁ ଖାଦ୍ୟ ସାମିଲ କରନ୍ତୁ ।

Advertisment
GOOD FOR SKINGOOD FOR SKIN

କନ୍ଦମୂଳ

ଏଥିରେ ବହୁ ପରିମାଣରେ ବିଟା କେରୋଟିନ ଥାଏ । ଯାହା ଶରୀରକୁ ଯାଇ ଭିଟାମିନ ଏ ରେ ପରିଣତ ହୋଇଥାଏ । ଭିଟାମିନ ଏ ସ୍କିନ୍ ତିଆରିରେ ସାହାଯ୍ୟ କରେ । ଚର୍ମକୁ ନରମ ଓ ଚମକଦାର କରେ । କନ୍ଦମୂଳ ଖାଇବା ଦ୍ବାରା ମୁହଁରେ ଫାଇନ ଲାଇନ୍ସ ଆସିନଥାଏ । ଆପଣ ଏହାକୁ ସିଝେଇ ଖାଇପାରିବେ । ଅଳ୍ପ ମସଲା ଦେଇ ଚାଟ କରି ଖାଇପାରିବେ

GOOD FOR SKINGOOD FOR SKIN

ଦେଶୀ ଘିଅ

ଏହା ଶରୀରକୁ ହେଲଦି ରଖିଥାଏ । ସ୍କିନର ବି ଧ୍ୟାନ ରଖିଥାଏ । ଶରୀରକୁ ଭିଟାମିନ ଏ ଓ ଇ ଭଳି ସ୍କିନ ଫ୍ରେଣ୍ଡଲି ନ୍ୟୁଟ୍ରିଏଣ୍ଟସକୁ ଭଲ ଭାବରେ ନେବାରେ ସାହାଯ୍ୟ କରେ । ଘିଅ ଶରୀରରେ କୋଲେଜନକୁ ବୃଦ୍ଧି କରିଥାଏ । କୋଲେଜନ ସ୍କିନକୁ ଟାଇଟ ରଖିଥାଏ ।

Advertisment
GOOD FOR SKINGOOD FOR SKIN

ଅଳାଁ

ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ଥାଏ । ଯାହାକି କୋଲେଜନ ତିଆରିରେ ଜରୁରି ଅଟେ । ଆପଣଙ୍କ ଶରୀରରେ କୋଲେଜନ ଯେତେ ଅଧିକ ମଜବୁତ ହେବ ଫାଇନ ଲାଇନ୍ସ ମୁହଁରେ ସେତେ କମ ଆସିବ । ଜୁସ ନହେଲେ ଚଟଣି ବନାଇ ଅଳାଁ ଖାଇପାରିବେ ।

GOOD FOR SKINGOOD FOR SKIN

କଖାରୁ ମଞ୍ଜି

ଏଥିରେ ଅନେକ ଗୁଡିଏ ପୋଷକ ତତ୍ତ୍ବ ରହିଥାଏ । ଏଥିରେ ଜିଙ୍କ, ଭିଟାମିନ, ପ୍ଲାଣ୍ଟ ପ୍ରୋଟିନରେ ଭରପୁର ଥାଏ । ଯାହା ଚର୍ମକୁ ସୁସ୍ଥ ରଖିବା ସହ ଟାଇଟ୍ ରଖିଥାଏ । ଉପମା, ସାଲାଡ ସହ କଖାରୁ ମଞ୍ଜି ଖାଇପାରିବେ ।

Advertisment
Related Articles
Advertisment