/odishatv-khabar/media/post_attachments/uploadimage/library/16_9/16_9_0/Big_Relief_1752581556.jpg)
Big Relief
ୟେମେନରେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା କେରଳ ନର୍ସ ନିମିଶା ପ୍ରିୟାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଆସନ୍ତାକାଲି ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଯିବାର ଥିଲା। ତାଙ୍କୁ ବଞ୍ଚାଇବାର କୌଣସି ଉପାୟ ଆଉ ନଥିବା ଭାରତ ସରକାର ମଧ୍ୟ କହିଥିଲେ। କିନ୍ତୁ ଆଜି ନିମିଶା ପ୍ରିୟାଙ୍କ ଫାଶୀ ଉପରେ ରୋକ ଲାଗିଛି ।
ନିମିଶା ଏବେ ହାଉତି କବଜାରେ ଥିବା ୟେମେନର ସାନା ସହରରେ ଅଛନ୍ତି । ହାଉତି ବିଦ୍ରୋହୀଙ୍କ ସହ ଭାରତର କୌଣସି ପ୍ରକାର କୂଟନୀତିକ ସଂପର୍କ ନାହିଁ । ଏଥିପାଇଁ ଭାରତ ସରକାର ନିମିଶାଙ୍କ ଫାଶୀ ଦଣ୍ଡ ବିରୋଧରେ କିଛି ବି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇ ଦେଇଥିଲେ।
ଏଥିସହ ବ୍ଲଡ ମନି ହିଁ ଫାଶୀ ଦଣ୍ଡ ଉପରେ ରୋକ ଲଗାଇବାର ଏକମାତ୍ର ବିକଳ୍ପ ବୋଲି କହିଥିଲେ। ପୀଡ଼ିତଙ୍କ ପରିବାର ସହ ବୁଝାମଣା ହୋଇପାରିଲେ ଫାଶୀ ଉପରେ ରୋକ ଲାଗି ପାରିବ ବୋଲି ସରକାର ମତ ରଖିଥିଲେ।
ଅଧିକ ପଢନ୍ତୁ: ଛୁରୀ ଭୁଷି ପରସ୍ପରର ଜୀବନ ନେଲେ ଦୁଇ ସାଙ୍ଗ, ତଦନ୍ତ ଘେରରେ ଡବଲ୍ ମର୍ଡର
ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କ ସହ ବୁଝାମଣା କରି ନିମିଶାଙ୍କ ଫାଶୀକୁ ସ୍ଥଗିତ କରି ଦିଆଯାଇଥିବା ଜଣାପଡ଼ିଛି। ଫାଶୀ ଦଣ୍ଡ ଉପରେ ରୋକ ଲାଗିଥିଲେ ବି ନିମିଶା ମୁକ୍ତ ହେବେ ନାହିଁ କିମ୍ବା ତାଙ୍କୁ ଏବେ ଭାରତ ପଠାଯିବ ନାହିଁ।
ଭାରତୀୟ ଅଧିକାରୀ ସେଠାକାର ସ୍ଥାନୀୟ ଜେଲ କର୍ତ୍ତୃପକ୍ଷ ଓ ପବ୍ଲିକ୍ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ସହିତ ନିୟମିତ ଯୋଗାଯୋଗରେ ଥିଲେ । ସେଥିପାଇଁ ଏହି ରୋକ୍ ଲଗାଯାଇପାରିଛି ।
କେରଳରେ ରହୁଥିବା ବାପା ମା’ଙ୍କୁ ଆର୍ଥିକ ସ୍ତରରେ ସହାୟତା କରିବା ପାଇଁ ନିମିଶା ପ୍ରିୟା ୟେମେନ ଯାଇ ନର୍ସ ଭାବେ କାମ ଆରମ୍ଭ କରିଥିଲେ। ପ୍ରଥମେ ସେ ଏକାଧିକ ହସ୍ପିଟାଲରେ କାମ କରିଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ନିଜସ୍ୱ କ୍ଲିନିକ ଖୋଲିଥିଲେ। ସ୍ଥାନୀୟ ଆଇନ ଅନୁସାରେ ସେ ନିଜ ବ୍ୟବସାୟରେ ସ୍ଥାନୀୟ ଅଞ୍ଚଳର ୩୭ ବର୍ଷୀୟ ମହଦିଙ୍କୁ ସାମିଲ କରିଥିଲେ।
ଉଭୟ ପାର୍ଟନର ଭାବେ କ୍ଲିନିକ ଚଳାଇଥିଲେ। ସମୟକ୍ରମେ ମହଦି ତାଙ୍କୁ ହଇରାଣ କରିଥିଲେ। ସେ ଟଙ୍କା ଚୋରି କରିବା ସହ ନିମିଶାଙ୍କ ପାସପୋର୍ଟ ଛଡ଼ାଇ ନେଇଥିଲେ। ତାଙ୍କୁ ୟେମେନ ବାହାରକୁ ଛାଡୁ ନଥିଲେ। ମହଦିଙ୍କ କବଜାରେ ଅଣନିଃଶ୍ୱାସୀ ହୋଇ ପଡ଼ିଥିଲେ ନିମିଶା ।
ଶେଷରେ କୌଣସି ବିକଳ୍ପ ନ ପାଇ ୨୦୧୭ରେ ମହଦିଙ୍କୁ ଗୋଟିଏ ନିଶା ଇଞ୍ଜେକସନ ଦେଇଥିଲେ ନିମିଶା। ସେ ଅଚେତ ହେବା ପରେ ନିମିଶା ନିଜ ପାସପୋର୍ଟ ହାସଲ କରି ଭାରତ ଫେରିଯିବେ ବୋଲି ଆଶା କରିଥିଲେ। କିନ୍ତୁ ଭୁଲ ବଶତଃ ଅଚେତ ହେବା ବଦଳରେ ମହଦିଙ୍କ ଜୀବନ ଚାଲି ଯାଇଥିଲା। ତଥାପି ନିମିଶା ୟେମେନ ଛାଡ଼ିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)