Advertisment

ରଥଯାତ୍ରାରେ ଘରେ ବନାନ୍ତୁ ଜଗନ୍ନାଥଙ୍କ ପ୍ରିୟ ଭୋଗ ‘ଖଜା’

ଆଜି ପବିତ୍ର ରଥଯାତ୍ରା । ଜଗନ୍ନାଥ ମନ୍ଦିରରେ ପ୍ରସାଦ ଓ ଭୋଗରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଇତିହାସର ଝଲକ ମିଳିଥାଏ । ସେଥିପାଇଁ ଆଜି ଆମେ ଘରେ ବନେଇବା ଜଗନ୍ନାଥଙ୍କର ପ୍ରିୟ ଭୋଗ ‘ଖଜା’

author-image
Pallipuspa Samal
ଅଦ୍ୟତନ ହୋଇଛି
food and recipe

food and recipe

ଶ୍ରୀ ମନ୍ଦିରରେ ପ୍ରବେଶ କରିବା କ୍ଷଣି ‘ଖଜା’ ଭୋଗର ଆକର୍ଷଣୀୟ ସୁଗନ୍ଧ ଆପଣଙ୍କ ମନକୁ ପ୍ରଫୁଲ୍ଲିତ କରିଦେବ । ଏହି ପବିତ୍ର ରଥଯାତ୍ରା ଉପଲକ୍ଷେ ଆଜି ଆମେ ଘରେ ବନେଇବା ‘ପୁରୀ ଖଜା’ । ଏହାକୁ ଅତି ସହଜ ଓ ସରଳ ଉପାୟରେ ଆପଣ ବନେଇପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ଖଜା’ ବନେଇବା ପାଇଁ ଆବଶ୍ୟକୀୟ ସାମଗ୍ରୀ:

ମଇଦା, ଚାଉଳ ଗୁଣ୍ଡ, ଗୁଜରାତି ଗୁଣ୍ଡ, ଗୁଆଘିଅ, ଚିନି, ତେଲ

ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ କିଛି ମଇଦାକୁ ଏକ ପାତ୍ରରେ ନିଅନ୍ତୁ।
  • ସେଥିରେ ଅଳ୍ପ ଗୁଆ ଘିଅ ପକାଇ ଖାସ୍ତା ପାଇଁ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହାପରେ ତାକୁ ପାଣି ପକାଇ ଚକଟି କିଛି ସମୟ ରଖି ଦିଅନ୍ତୁ।
  • ଏହାପରେ ଚାଉଳଗୁଣ୍ଡରେ କିଛି ଗୁଆ ଘିଅ ପକାଇ ଲେୟାର ପ୍ରସ୍ତୁତ କରନ୍ତୁ।
  • ପରେ ଚକଟି ରଖିଥିବା ମଇଦାକୁ ରୁଟି ଆକାରେ ବେଲି ଦିଅନ୍ତୁ।
  • ଏପରି ୫ଟି ରୁଟି ବେଲି ରଖନ୍ତୁ। ପରେ ରୁଟି ଉପରେ ଲେୟାର ଦେଇ ଗୋଟାଏ ଉପରେ ଗୋଟାଏ ରୁଟି ରଖନ୍ତୁ।
  • ଏହାପରେ ରୋଲ ଆକାରରେ ଗୁଡ଼େଇ ଦିଅନ୍ତୁ। ଯେପରି ଏହା ନ ଖୋଲେ।
  • ଏହା ପରେ ରୋଲ ଆକାର ଥିବା ମଇଦାଟି ଗୋଟେ ଗୋଟେ ଇଞ୍ଚ ଅନୁପାତରେ କାଟି ଦିଅନ୍ତୁ।
  • ଏହାପରେ ଏହାକୁ ଖଜା ଷ୍ଟାଇଲରେ ହାଲକା ଭାବେ ବେଲନ୍ତୁ।
  • ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଏହାକୁ ହାଲକା ଫ୍ଲେମରେ ଛାଣନ୍ତୁ।
  • ଏହା ନାଲି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
  • ପରେ ଏକ ପାତ୍ରରେ ପାଣି ଗରମ କରନ୍ତୁ। ସେଥିରେ ଚିନି ଓ ଗୁଜରାତି ଗୁଣ୍ଡ ପକାଇ ଶିରା ପ୍ରସ୍ତୁତ କରନ୍ତୁ।
  • ଏହି ଶିରାରେ ଛଣା ହୋଇଥିବା ଖଜାକୁ ପକାନ୍ତୁ।
  • କିଛି ସମୟ ପରେ ତାକୁ ଉଠାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଜଗନ୍ନାଥଙ୍କ ପ୍ରିୟ ପୁରୀ ଖଜା । ପୁରୀ ଖଜାକୁ ବନେଇ ଘରେ ଜଗନ୍ନାଥଙ୍କୁ ଭୋଗ ଲଗାନ୍ତୁ ।

Advertisment
Odia Food And Recipes
Advertisment
Advertisment