/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726125566.jpg)
paneer resmi recipe
ପ୍ରାୟତଃ ସମସ୍ତେ ଚାହାନ୍ତି ଘର ଖାଦ୍ୟରେ ମଧ୍ୟ ରେଷ୍ଟୁରାଣ୍ଟ ଭଳି ସ୍ୱାଦ ପାଇବା ପାଇଁ । ଆଜି ଆମେ ଆପଣଙ୍କ ପାଇଁ ପନିରର ରେଷ୍ଟୁରାଣ୍ଟ ଶୈଳୀରେ ଏକ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ପନିର ରେଶମି ।
Advertisment
ଆବଶ୍ୟକ ସାମଗ୍ରୀ:
ପନିର, ପିଆଜ, ଟମାଟୋ, ଶିମଳା ଲଙ୍କା, ଅଦା ରସୁଣ ପେଷ୍ଟ, ଜିରା, ଧନିଆ ପାଉଡର, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କ୍ରିମ୍, ଧନିଆପତ୍ର, ଗରମ ମସଲା, ତେଲ ଓ ଲୁଣ ସ୍ୱାଦ ଅନୁସାରେ।
ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ‘ତାୱା ପନିର’
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ପିଆଜ, ଟମାଟୋ ଓ ଶିମଲା ଲଙ୍କାକୁ ଲମ୍ବା କରି କାଟିଦିଅନ୍ତୁ।
- ତା’ ପରେ କରେଇରେ ତେଲ ଗରମ କରି ଜିରା ପକାନ୍ତୁ। ଜିରା ଫୁଟିବା ପରେ କଟା ପିଆଜକୁ ସେଥିରେ ପକାନ୍ତୁ।
- ଏହାପରେ ଏଥିରେ କଟା ହୋଇଥିବା ଟମାଟୋ ଏବଂ ଶିମଲା ଲଙ୍କା ପକାଇ କିଛି ସମୟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
- ଏହାପରେ ଅଦା ରସୁଣ ପେଷ୍ଟ, ଧନିଆ ପାଉଡର, ଲଙ୍କାଗୁଣ୍ଡ, ପନିର ମସଲା, ହଳଦିଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ କଷନ୍ତୁ।
- ମସଲା କଷି ହେବା ପରେ ଏଥିରେ ଅଳ୍ପ ପାଣି ସହିତ ପନିର ପକାଇ ଘୋଡ଼ାଇ ଦିଅନ୍ତୁ ।
- ସେଥିରେ କଟା ଧନିଆପତ୍ର ପକାଇ ତାକୁ ଗାର୍ନିସ କରନ୍ତୁ।
Advertisment
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ପନିର ରେଶମି’। ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହାକୁ ବନେଇ ଘର ଲୋକଙ୍କୁ ପରଷନ୍ତୁ ।
ଅଧିକ ପଢ଼ନ୍ତୁ: କେବେ ଖାଇଛନ୍ତି ପନିରର ଏହି ରେସିପି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)