/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721294046.jpg)
paneer sorisha recipe
ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ଦେଶୀ ସୁଆଦିଆ ରେସିପି ବନେଇବୁ ଯାହା ବନେଇବା ଅତି ସହଜ ଓ ସରଳ ଅଟେ ।
Advertisment
ଆବଶ୍ୟକ ସାମଗ୍ରୀ:
ପନିର, କଦଳୀପତ୍ର, ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କା ବଟା, ଲେମ୍ବୁ ରସ, ଲୁଣ, ତେଲ
ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ‘କଦଳୀ କୋପ୍ତା’
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ବଜାରରୁ କିଛି ପନିର ଆଣନ୍ତୁ। ତାଙ୍କୁ ଲମ୍ବା ଲମ୍ବା କରି କାଟି ରଖନ୍ତୁ।
- ପରେ କଦଳୀ ପତ୍ର ଆଣି ତାକୁ ନିଆଁରେ ସେକି ରଖନ୍ତୁ।
- ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପନିରକୁ ଛାଣନ୍ତୁ।
- ଏହା ଛାଣି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
- ଏହା ପରେ ପନିରରେ ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କା ବଟା, ଲେମ୍ବୁ ରସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।
- ପରେ ସେକା କଦଳୀ ପତ୍ରରେ ମସଲା ଗୋଳା ପନିରକୁ ଗୋଡ଼ାଇ ରଖନ୍ତୁ।
- ତା’ପରେ ତାୱାରେ ଅଳ୍ପ ତେଲ ପକାଇ ଗରମ କରନ୍ତୁ।
- ତେଲ ଗରମ ହେବାପରେ କଦଳୀପତ୍ର ଗୋଡ଼ା ପନିରକୁ ସେଥିରେ ପକାନ୍ତୁ।
- କିଛି ସମୟ ପରେ ତାକୁ ଓଲଟାଇ ଦିଅନ୍ତୁ। ଦୁଇ ପାଖ ହୋଇଯିବା ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
Advertisment
ଏବେ ପ୍ରସ୍ତୁତ ହୋଇଗଲା କଦଳୀପତ୍ର ଦିଆ’ସୋରିଷ ପନିର’। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ। ଏହାକୁ ବନେଇ ଘର ଲୋକଙ୍କୁ ପରଷନ୍ତୁ ।
ଅଧିକ ପଢ଼ନ୍ତୁ: ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ 'ଜିରା ଛେନା ମସଲା'
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)