/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721205842.jpg)
banana kofta
ଆଜି ଆମେ କଞ୍ଚା କଦଳୀରେ ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘କଦଳୀ କୋପ୍ତା’। ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
ଅଧିକ ପଢ଼ନ୍ତୁ: ସଂଧ୍ୟା ଜଳଖିଆରେ ବନାନ୍ତୁ ସୁଆଦିଆ ‘ପଣସ କଟ୍ଲେଟ୍’
ଆବଶ୍ୟକ ସାମଗ୍ରୀ:
କଞ୍ଚା କଦଳୀ, ଅଣ୍ଡା, ବେସନ, ଧଣିଆ ପତ୍ର, ଲଙ୍କା ଗୁଣ୍ଡ, ଲୁଣ, ପିଆଜ, ତେଲ ଆବଶ୍ୟକ ଅନୁୟାୟୀ ପିଆଜ ରସୁଣ ଅଦା ପେଷ୍ଟ ।
ପ୍ରସ୍ତୁତି ପ୍ରଣାଳୀ
- ପ୍ରଥମେ କଦଳୀକୁ କାଟି ଭଲଭାବରେ ଧୋଇ ତାକୁ ସିଝାଇ ଦିଅନ୍ତୁ।
- କଦଳୀ ସିଝିବା ପରେ ଚୁଲିରୁ କାଢ଼ି ଆଣନ୍ତୁ।
- ସିଝା କଦଳୀକୁ ଥଣ୍ଡା କରି ଚକଟି ଦିଅନ୍ତୁ
- ଏହାପରେ ଛୋଟ ଛୋଟ ଗୁଳା କରି ରଖନ୍ତୁ।
- ଏହାପରେ ଅନ୍ୟ ଏକ ପାତ୍ରରେ ବେସନ ସହ ଅଣ୍ଡାକୁ ଭାଙ୍ଗି ଭଲ ଭାବେ ଫେଣ୍ଟି ଦିଅନ୍ତୁ।
Advertisment
ଅଧିକ ପଢ଼ନ୍ତୁ: ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ 'ଜିରା ଛେନା ମସଲା'
- ଫେଣ୍ଟିବା ପରେ ଏଥିରେ ଧଣିଆ ପତ୍ର ଓ ଲୁଣ ମିଶାନ୍ତୁ।
- ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ।
- ସିଝା କଦଳୀ ଗୁଳାକୁ ଫେଣ୍ଟା ହୋଇଥିବା ବେସନରେ ବୁଡ଼ାଇ ଗରମ ତେଲରେ ଛାଣନ୍ତୁ।
- ହାଲକା ଲାଲ ରଙ୍ଗ ହେବା ଯାଏଁ ଛାଣନ୍ତୁ।
- ଏହାପରେ କଡେଇରେ ତେଲ ଗରମ କରନ୍ତୁ,ସେଥିରେ ପିଆଜ ରସୁଣ ବଟା, ହଳଦୀ ଗୁଣ୍ଡ,ଲଙ୍କାଗୁଣ୍ଡ,ଲୁଣ ଦେଇ ଅଳ୍ପ ସମୟ କଷନ୍ତୁ ।
- ଏହାପରେ ମସଲା ସିଝି ଗଲା ପରେ ସେଥିରେ କଟା ଧନିଆ ପତ୍ର ପକାଇ ଚୁଲିକୁ ବନ୍ଦ କରି ଦିଅନ୍ତୁ
ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା କଦଳୀ କୋପ୍ତା କରି। ଏହି ରେସିପିଟିକୁ ଭାତ ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)