Advertisment

ରାତିର ରୁଟି ବଳିପଡ଼ିଛି କି...ନଷ୍ଟ ନକରି ବନାନ୍ତୁ ସିଙ୍ଗଡ଼ା, ଜାଣନ୍ତୁ ପ୍ରଣାଳୀ

ସିଙ୍ଗଡ଼ା ବା ସମୋସା ସମସ୍ତଙ୍କୁ ପସନ୍ଦ । ଆଜି ଆମେ ଆପଣଙ୍କ ପାଇଁ ଏକ ନିଆରା ଶୈଳୀରେ ସିଙ୍ଗଡ଼ା ବା ସମୋସାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରୁଟି ସମୋସା’ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Samosa Rotis Recipe In Odia

roti samosa

ଘରେ ରୁଟି ବଳକା ରହିଗଲେ ଆମେ ସାଧାରଣତଃ ଏହାକୁ ନଖାଇ ଫୋପାଡି ଦେଇଥାଉ । କିନ୍ତୁ କଣ ଆପଣ ଜାଣନ୍ତି ବଳକା ରୁଟିରେ ଏକ ସୁଆଦିଆ ରେସିପି ପ୍ରସ୍ତୁତ ହୋଇପାରିବ ।  ଆଜି ଆମେ ରୁଟିରେ ସମୋସା ବା ସିଙ୍ଗଡ଼ା ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ‘ରୁଟି ସମୋସା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । 

Advertisment

ଅଧିକ ପଢ଼ନ୍ତୁ: ସଂଧ୍ୟା ଜଳଖିଆରେ ବନାନ୍ତୁ ସୁଆଦିଆ ‘ପଣସ କଟ୍‌ଲେଟ୍’

    ଆବଶ୍ୟକ ସାମଗ୍ରୀ:

    ରିଫାଇନ୍ ତେଲ, ସିଝା ଆଳୁ ଚକଟା, କଟା ବନ୍ଧାକୋବି, କଟା କ୍ୟାପସିକମ୍, ଗ୍ରୀନ ମଟର, ରୁଟି, କଟା ବିନ୍, ମଇଦା, କଟା ଟମାଟୋ, କଟା ଗାଜର, କୋରା ପନିର, ଗୋଲମରିଚ ଗୁଣ୍ଡ, ଗରମ ମସଲା ଓ ଲୁଣ।

    ପ୍ରସ୍ତୁତି ପ୍ରଣାଳୀ:

    • ପ୍ରଥମେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ।
    • ପିଆଜ ଭାଜି ହୋଇଗଲେ ପରେ ସେଥିରେ କଟା ବନ୍ଧାକୋବି, କଟା କ୍ୟାପସିକମ୍ ଓ ଗ୍ରୀନ ମଟର ପକାଇ ଭାଜନ୍ତୁ।
    • ପରେ ସେଥିରେ କଟା ବିନ୍, କଟା ଟମାଟୋ ଓ ଗାଜର ପକେଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
    • ପରିବା ସବୁ ଭାଜି ହୋଇଗଲା ପରେ ସେଥିରେ କୋରା ପନିର, ଗୋଲମରିଚ ଗୁଣ୍ଡ, ଗରମ ମସଲା ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ।
    Advertisment

    ଦେଖନ୍ତୁ ଭିଡିଓ | ଆପଣ ପିଇଛନ୍ତି କି ସୁଲେମାନୀ, ନୀଳଗିରି କି ଇରାନୀ ଚା’ ?

    • ଏହାପରେ ସିଝା ଆଳୁକୁ ଚକଟି ମସଲା ମିଶ୍ରଣରେ ପକେଇ ଭଲଭାବେ ଗୋଳେଇ ଦିଅନ୍ତୁ।
    • କିଛି ସମୟ ତାକୁ ଘୋଡେ଼ଇ ଦିଅନ୍ତୁ। ଏହାପରେ ଆଳୁ ପୁରକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
    • ଏହାପରେ ବଳକା ରୁଟିକୁ ଦୁଇ ଭାଗ କରି କୋନ ଆକାରରେ କରନ୍ତୁ।
    • ଏହାପରେ ଗୋଟିଏ ଚାମଚ ମଇଦାରେ ଅଳ୍ପ ପାଣି ଦେଇ ଏକ ବହଳିଆ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।
    • ମସଲା ଆଳୁ ପୁରକୁ ରୁଟି କୋନ୍‌ରେ ଭର୍ତ୍ତି କରି ତା’ ଉପରେ ମଇଦାକୁ ଲଗାଇ ଦିଅନ୍ତୁ।
    • ଏହାପରେ କରେଇରେ ତେଲ ଗରମ କରନ୍ତୁ।
    • ସମୋସାଗୁଡିକ ତେଲରେ ଟିକେ ନାଲି ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଏହା ଛାଣି ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

    ଏବେ ପ୍ରସ୍ତୁତ ହୋଇଗଲା ରୁଟି ‘ସମୋସା ବା ସିଙ୍ଗଡ଼ା’ । ଏହି ରେସିପିଟିକୁ ଆପଣ ସଂଧ୍ୟା ଜଳଖିଆ ପାଇଁ ବନେଇ ପାରିବେ । ଘରକୁ କୁଣିଆ ଆସିଲେ ଅଳ୍ପ ସମୟରେ ବନେଇ ଖାଆନ୍ତୁ ରୁଟି ‘ସମୋସା ବା ସିଙ୍ଗଡ଼ା’

    ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ଚଟ୍‌ପଟା ପନିର କଟ୍‌ଲେଟ୍

      Odia Food Recipes
      Advertisment
      Advertisment