Advertisment

Chaula Bara Recipe: ସଂଧ୍ୟା ଜଳଖିଆ ପାଇଁ ଘରେ ବନାନ୍ତୁ ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ 'ଚାଉଳ ବରା'

ଶୀତୁଆ ପାଗରେ ସଂଧ୍ୟା ଟିଫିନ୍ ପାଇଁ ଗରମାଗରମ ଜଳଖିଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଗରମାଗରମ ଚଟପଟା ଜଳଖିଆ ରେସିପି । ଏହି ରେସିପିର ନାଁ ହେଉଛି ‘ଚାଉଳ ବରା' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Chaula Bara Oriya Recipe

chaula bara

ଆପଣ ସଂଧ୍ୟା ଜଳଖିଆ ପାଇଁ କଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ ଅଛନ୍ତି । ତାହେଲେ ଆଜି ହିଁ ଘରେ ବନାନ୍ତୁ ଗରମାଗରମ ଖାସ୍ତା ‘ଚାଉଳ ବରା' । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।

Advertisment

ଆବଶ୍ୟକ ସାମଗ୍ରୀ:

ଉଷୁନା ଚାଉଳ, ବିରି, କଞ୍ଚାଲଙ୍କା, ରସୁଣ, ଅଦା, ତେଲ, ଖାଇବା ସୋଡ଼ା ଓ ଲୁଣ।

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ‘ଜିଲାପି’, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ପ୍ରସ୍ତୁତି ପ୍ରଣାଳୀ:

  • ଉଷୁନା ଚାଉଳ ଓ ବିରିକୁ ୫-୬ ଘଣ୍ଟା ବତୁରାଇ ଦିଅନ୍ତୁ।
  • ସେଥିରେ ଅଦା, ରସୁଣ, କଞ୍ଚାଲଙ୍କା ଦେଇ ଭଲ ଭାବରେ ଚିକ୍କଣ କରି ବାଟି ଦିଅନ୍ତୁ।
  • ସେଥିରେ ସ୍ୱାଦ ଅନୁସାରେ ଲୁଣ, କଟା ଧନିଆପତ୍ର ଏବଂ ଅଳ୍ପ ଖାଇବାସୋଡ଼ା ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।
  • ବର୍ତ୍ତମାନ କଡ଼େଇରେ ତେଲ ଗରମ କରନ୍ତୁ।
  • ତେଲ ଗରମ ହୋଇଗଲେ ଗୋଳା ହୋଇଥିବା ଆଣରେ ଗୋଲଗୋଲ ଛୋଟ ବରା ଛାଣନ୍ତୁ।
  • କମ୍‍ ଆଞ୍ଚରେ ବରାଗୁଡ଼ିକୁ ଛାଣନ୍ତୁ। ବରା ଟିକିଏ ବାଦାମୀ ରଙ୍ଗ ହୋଇଗଲେ କଡ଼େଇରୁ କାଢ଼ି ଆଣନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା, 'ଟଚପଟା ଚାଉଳ ବରା ' । ଏହି ରେସିପିଟିକୁ ଆପଣ ସସ୍‌ କିମ୍ବା ପୋଦିନା ଚଟଣୀ ସହ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Advertisment

ଆମର ପଶ୍ଚିମ ଓଡିଶା ଚାଉଳ ବରା ଆଉ ଦୁଇଟି ଫେମସ୍ ଚଟଣୀ, Chaula Bara oriya recipe  ,Chawal wada with chatny

ଅଧିକ ପଢ଼ନ୍ତୁ: କେବେ ବନେଇଛନ୍ତି ବାଇଗଣର ଏହି ସୁଆଦିଆ ରେସିପି

Odisha Odia Food And Recipes
Advertisment
Advertisment