• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଆଜି ଆମେ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ମିଠାର ଏକ ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଜିଲାପି । ଏହି ମିଠା ଖାଇବାକୁ ବହୁତ ସୁଆଦିଆ ଲାଗେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଆବଶ୍ୟକ ସାମଗ୍ରୀ:

ମଇଦା, ଚିନି, ଗୁଜୁରାତି ଗୁଣ୍ଡ, କେଶର, ଖାଇବା କଲର, ଘିଅ, ଖାଇବା ସୋଢ଼ା

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ପାତ୍ରରେ କିଛି ମଇଦା ନିଅନ୍ତୁ। ସେଥିରେ ଘିଅ ପକାଇ କିଛି ସମୟ ଗୋଳାନ୍ତୁ।
  • ପରେ ସେଥିରେ ପାଣି ଓ ଖାଇବା ସୋଢ଼ା ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ, ଯେପରି ମଇଦା ଭଲ ଭାବରେ ପାଣିସହ ମିଶିଯିବ।
  • ଏହା ବହଳିଆ ରହିବ। ତା’ପରେ ଏହି ମିଶ୍ରଣକୁ କିଛି ସମୟ ଘୋଡ଼ାଇ ରଖି ଦିଅନ୍ତୁ।
  • ପରେ କରେଇରେ ପାଣି ଗରମ କରନ୍ତୁ।
  • ପାଣି ଗରମ ହେବାପରେ ସେଥିରେ ଚିନି ପକାନ୍ତୁ। ପରେ ସେଥିରେ ଗୁଜୁରାତି ଗୁଣ୍ଡ, କେଶର ଓ କଲ୍‌ର ପକାଇ ଗୋଳାଇ ଦିଅନ୍ତୁ।
  • ଶିରା ହାତକୁ ଅଠାଳିଆ ଲାଗିଲେ ଗ୍ୟାସ ଚୁଲାକୁ ବନ୍ଦ କରି ଦିଅନ୍ତୁ।
  • କିଛି ସମୟ ଏହାକୁ ଥଣ୍ଡା କରିବାକୁ ଛାଡ଼ି ଦିଅନ୍ତୁ।
  • ଏହାପରେ କରେଇରେ ତେଲ ଗରମ କରନ୍ତୁ।
  • ତେଲ ଗରମ ହେବା ପରେ ପୂର୍ବରୁ ରଖିଥିବା ମଇଦା ମିଶ୍ରଣକୁ ଏକ କୋନ୍‌ରେ ଜିଲାପି ଆକାରରେ ସେଥିରେ ପକାନ୍ତୁ।
  • ଜିଲାପି ଅଳ୍ପ ଲାଲ ହୋଇଯିବା ପରେ ତାକୁ କାଢ଼ି ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶିରାରେ ପକାଇ କିଛି ସମୟ ରଖନ୍ତୁ।
  • ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଜିଲାପି।

ଏହାକୁ ପର୍ବପର୍ବାଣୀରେ ଭଗବାନଙ୍କ ପାଖରେ ଭୋଗ ଲଗାଇପାରିବେ।

File:Jalebi - Served in a Plate.JPG - Wikimedia Commons

OTV is now on Whatsapp

Join and get latest news update delivered to you via whatsapp

Join Now