Advertisment

କେବେ ବନେଇଛନ୍ତି ବାଇଗଣର ଏହି ସୁଆଦିଆ ରେସିପି

ଘରେ ନିରାମିଷରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବାଇଗଣରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ବାଇଗଣ ଟିକିରି’ ।

author-image
Pallipuspa Samal
ଅଦ୍ୟତନ ହୋଇଛି
brinajal tikiri

brinajal tikiri

ଆଜି ଆମେ ବାଇଗଣରେ ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ବାଇଗଣ ଟିକିରି’ । ଆପଣ ସୁଆଦିଆ ‘ବାଇଗଣ ଟିକିରି’ର ପ୍ରସ୍ତୁତି ପ୍ରଣାଳୀ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି, ତେବେ ଆଜି ହିଁ ଶିଖନ୍ତୁ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।

Advertisment

ଆବଶ୍ୟକ ସାମଗ୍ରୀ:

ବାଇଗଣ, ଦହି, ବେସନ, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ, କସୁରୀ ମେଥି, ଲୁଣ, ତେଲ, ଜିରା, କଟା ପିଆଜ, କଟା ରସୁଣ, ଟମୋଟୋ ପ୍ୟୁରୀ, ଧନିଆ ପତ୍ର ଓ ଜିରା ଗୁଣ୍ଡ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାଇଗଣକୁ କାଟି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଦହି, ବେସନ, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ, କସୁରୀମେଥି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ।ପରେ ତାୱାରେ ତେଲ ଗରମ କରି ମସଲା

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବାଇଗଣକୁ କାଟି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ।
  • ସେଥିରେ ଦହି, ବେସନ, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ, କସୁରୀମେଥି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ।
  • ପରେ ତାୱାରେ ତେଲ ଗରମ କରି ମସଲା ଗୋଳା ବାଇଗଣକୁ ଭଲଭାବରେ ଫ୍ରାଏ କରନ୍ତୁ।
  • ପୁଣି ତାୱାରେ ତେଲ ଗରମ କରି ସେଥିରେ ଜିରା, କଟା ପିଆଜ, କଟା ରସୁଣ ପକାନ୍ତୁ
  • ଏହାପରେ ଟମୋଟୋ ପ୍ୟୁରୀ, ଧନିଆଗୁଣ୍ଡ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ କଷନ୍ତୁ।
  • ମସଲା ଅଳ୍ପ କଷି ହେବା ପରେ ସେଥିରେ ଅଳ୍ପ ପାଣି ଦେଇ ବାଇଗଣ ଫ୍ରାଏକୁ ପକାନ୍ତୁ।
  • କିଛି ସମୟ ପରେ ସେଥିରେ ଜିରା ଗୁଣ୍ଡ ଓ ଧନିଆ ପତ୍ର ପକାଇ ଭଲ ଭାବରେ ଗୋଳାଇ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ବାଇଗଣ ଟିକିରି। ଏହି ରେସିପିଟିକୁ ରୁଟି କିମ୍ବା ଭାତ ସହ ଗରମା ଗରମ ବାଇଗଣ ଟିକିରିକୁ ପରଷନ୍ତୁ।

Andhra Brinjal Curry Recipe: How to make Gutti Vankaya Recipe at Home |  Homemade Andhra Brinjal Recipe - Times Food

Odia Food And Recipes
Advertisment
Advertisment