• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଘରେ ପନିରର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ପନିର ଏକ ନୂଆ ରେସିପି ନେଇ ଆସିଛୁ । ଏହି ରେସିପିର ନାଁ ହେଉଛି 'ଜିରା ଛେନା ମସଲା'। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।

ଆବଶ୍ୟକ ସାମଗ୍ରୀ:

କ୍ଷୀର, କଞ୍ଚା ଲଙ୍କା, ଟମାଟୋ କଟା, ପିଆଜ କଟା, ଅଦା ପେଷ୍ଟ୍‌, ରସୁଣ ପେଷ୍ଟ୍‌, ଗୋଟା ଜିରା, ଗରମ ମସଲା (ଡାଲଚିନି, ଗୁଜୁରାତି ଓ ଜିରାରେ ପ୍ରସ୍ତୁତ), ରିଫାଇନ୍‌ ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଲେମ୍ବୁ, ପାଣି ଓ ଧନିଆ ପତ୍ର

ଅଧିକ ପଢ଼ନ୍ତୁ: ସଂଧ୍ୟା ଜଳଖିଆରେ ବନାନ୍ତୁ ସୁଆଦିଆ ‘ପଣସ କଟ୍‌ଲେଟ୍’

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଛେନା ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ କ୍ଷୀର ଢାଳି ଚୁଲିରେ ବସାଇ ଫୁଟିବାକୁ ଛାଡ଼ିଦିଅନ୍ତୁ।
  • କ୍ଷୀର ଫୁଟିଯିବା ପରେ ସେଥିରେ ଲେମ୍ବୁ ରସ ପକାନ୍ତୁ। କ୍ଷୀର ଛିଣ୍ଡି ଛେନା ପ୍ରସ୍ତୁତ ହୋଇଯିବା ପରେ ସେହି ଛେନାକୁ ଛାଣି ଏକ ପାତ୍ରରେ ରଖନ୍ତୁ।
  • ଏବେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ।
  • ତେଲ ଗରମ ହୋଇଯିବା ପରେ ସେଥିରେ ଜିରା ପକାନ୍ତୁ। ତା’ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ।
  • ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ କଞ୍ଚା ଲଙ୍କା ଓ ଟମାଟୋ ପକାଇ ଭାଜନ୍ତୁ।
  • ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ୍‌ ପକାଇ ଭଲଭାବେ କଷନ୍ତୁ।
  • ମସଲା କଷି ହୋଇଯିବା ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ ଓ ୨ ମିନିଟ୍‌ ସେମିତି ଛାଡ଼ି ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ଚଟ୍‌ପଟା ‘ସୋୟା ମଞ୍ଚୁରିଆନ’

  • ମସଲା କଡ଼େଇରେ ନ ଲାଗିବା ପାଇଁ ଅଳ୍ପ ପାଣି ଦେବେ। କିନ୍ତୁ ମସଲା ପାଣିଆ କରିବେନି ଶୁଖିଲା ହିଁ ରଖିବେ।
  • ମସଲା ପ୍ରସ୍ତୁତ ହୋଇଯିବା ପରେ ସେଥିରେ ଛେନାକୁ ଗୁଣ୍ଡକରି ପକାନ୍ତୁ। ତା’ପରେ ତାକୁ ଭଲଭାବେ ଗୋଳାଇ ଦିଅନ୍ତୁ।
  • ମସଲାରେ ଛେନା ଭଲ ଭାବେ ମିଶିଯିବା ପରେ ଚୁଲିରୁ କଡ଼େଇ ଓହ୍ଲାଇ ଦିଅନ୍ତୁ।
  • ତା’ପରେ ତାକୁ ଏକ ପାତ୍ରରେ କାଢ଼ି ଦେଇ ଉପରେ ଅଳ୍ପ ଧନିଆ ପତ୍ର ପକାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା 'ଜିରା ଛେନା ମସଲା'। ଏହି ରେସିପିଟିକୁ ରୁଟି କିମ୍ୱା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।  ଏହି ରେସିପିଟିକୁ ଘରେ ତିଆରି କରି ଘର ଲୋକଙ୍କୁ ପରଷନ୍ତୁ । 

OTV is now on Whatsapp

Join and get latest news update delivered to you via whatsapp

Join Now