• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଘରେ ବନାନ୍ତୁ ଡାଲ୍ ମିଟ୍

ଆପଣ କେବେ ‘ଡାଲ୍ ମିଟ୍’ର ରେସିପି ଖାଇଛନ୍ତି କି ? ଆଜି ରାନ୍ଧଣାରେ ଘରେ ବନାନ୍ତୁ ‘ଡାଲ୍ ମିଟ୍’ । ଏହି ରେସିପିଟିକୁ ଅତି ସହଜ ସରଳ ଉପାୟରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଡାଲ୍ ମିଟ୍ ବନେଇବା ବାଇଁ ଆବଶ୍ୟକ ସାମଗ୍ରୀ:

ମଟନ, ବୁଟଡାଲି, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ଧନିଆପତ୍ର, ଲୁଣ, ହଳଦି, ସୋରିଷ ତେଲ, ରିଫାଇନ ତେଲ, ଦହି, ଡାଲଚିନ୍‌ ପାଉଡର, ଗୋଲମରିଚ, ତେଜପତ୍ର ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବୁଟ ଡାଲିକୁ ଭିଜାଇ ଅଧ ଘଣ୍ଟା ରଖି ଦିଅନ୍ତୁ।
  • ଏହାପରେ ଏକ ପାତ୍ରରେ ମଟନ, ସୋରିଷ ତେଲ, ଅଦାରସୁଣ ପେଷ୍ଟ, ପିଆଜ କଟା, ଲୁଣ, ଦହି ଆଦି ପକାଇ ଗୋଳାଇ ରଖି ଦିଅନ୍ତୁ।
  • ଏହାପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ ସେଥିରେ ରିଫାଇନ ତେଲ ପକାଇ ଗରମ କରନ୍ତୁ
  • ତେଲ ଗରମ ହେବା ପରେ ସେଥିରେ ପିଆଜ କଟା ପକାନ୍ତୁ।
  • ଏହାପରେ ପିଆଜ ଭାଜି ହୋଇଯିବା ପରେ ସେଥିରେ ଅଦା ରସୁଣ ପେଷ୍ଟ ପକାନ୍ତୁ।
  • ମସଲା କଷି ହେବା ପରେ ସେଥିରେ ମଟନ ପକାନ୍ତୁ।
  • ଏହାପରେ ସେଥିରେ ଲୁଣ, ହଳଦି, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ, ତେଜପତ୍ର ଆଦି ପକାନ୍ତୁ।
  • ଏହାକୁ ଭଲ ଭାବେ ଗୋଳାଇ ସେଥିରେ ବୁଟ ଡାଲି ପକାଇ ଗୋଳାନ୍ତୁ।
  • ଏହାପରେ ସେଥିରେ ପାଣି ପକାନ୍ତୁ। ଏହାପରେ ଏହାକୁ ସିଝିବାକୁ ଛାଡ଼ିଦିଅନ୍ତୁ। ବୁଟ ଡାଲି ଓ ମଟନ୍ ଭଲ ଭାବେ ସିଝି ଗଲା ପରେ ଗ୍ୟାସ୍‌କୁ ବନ୍ଦ କରି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଡାଲ୍‌ ମିଟ୍‌’ ରେସିପି। ସେଥିରେ ଧନିଆପତ୍ର ଓ ଡାଲଚିନି ପାଉଡର ପକାଇ ଗରମାଗରମ ପ୍ଲେଟକୁ ସର୍ଭ କରନ୍ତୁ। ଏହି ରେସିପିଟିକୁ ଭାତ କିମ୍ବା ରୁଟି ସହିତ ଖାଇଲେ ବେଶୀ ଭଲ ଲାଗିଥାଏ।