ମାଆଙ୍କୁ ଘଣ୍ଟ, ଘଣ୍ଟା, ପାରମ୍ପରିକ ବାଦ୍ୟ ଓ ନୃତ୍ୟ ପଟୁଆର ଭିତରେ ମେଲାଣି ଦିଆଯାଉଛି। ସମସ୍ତଙ୍କ ନିକଟରୁ ମାଆ ପୁଣି ଗୋଟିଏ ବର୍ଷ ପାଇଁ ବିଦାୟ ନେଉଥିବାରୁ ଶ୍ରଦ୍ଧାଳୁଙ୍କ ଆଖିରେ ଆଖିଏ ଲୁହ...
Published By: Chandan Shishu
Last updated: 07 October 2022, 11:48 AM IST
ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଚରଣରେ ଆଜି କୋଟି କୋଟି ଭକ୍ତଙ୍କ ଗହଣରୁ ବିଦାୟ ନେଉଛନ୍ତି ଜଗତଜନନୀ ଦୁର୍ଗା
ଅସ୍ଥାୟୀ ପୋଖରୀ ଅଭିମୁଖେ ବାହୁଡ଼ୁଛନ୍ତି ଗୋଟିଏ ପରେ ଗୋଟିଏ ସୁସଜ୍ଜିତ ମେଢ଼
ଆଗେ ଆଗେ ଯାଉଛନ୍ତି ମାଆ, ପଛେ ପଛେ ଯାଉଛନ୍ତି ଭକ୍ତ
ଆଦିବାସୀ ଓ ପାରମ୍ପରିକ ନୃତ୍ୟରେ ଦୁଲୁକୁଛି ରାଜଧାନୀ ଭୁବନେଶ୍ୱର
ମାଆଙ୍କ ଭସାଣିଯାତ୍ରାର ସବୁଠୁ ମୁଖ୍ୟ ଆକର୍ଷଣ ସାଜିଛି ଢୋଲ ତାସା, ଯାହାକୁ ମହିଳାମାନେ ପରିବେଷଣ କରିଥିଲେ
ଅସତ୍ୟ ଉପରେ ମାଆଙ୍କ ବିଜୟ ପରେ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି
ମାଆଙ୍କ ଭସାଣ ଶୋଭାଯାତ୍ରାରେ ଡିଜେ ଓ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚୁଛନ୍ତି ଶ୍ରଦ୍ଧାଳୁ