Advertisment

ସାଲବେଗ, ବନ୍ଧୁ ମହାନ୍ତିଙ୍କୁ ମହାପ୍ରଭୁଙ୍କ ଅପେକ୍ଷା !

ପୁରୀ ରଥଯାତ୍ରାରେ ଗତକାଲି ତିନି ଦିଅଁଙ୍କ ରଥ ଶରଧାବାଲିରେ ପହଞ୍ଚି ନ ପାରିବା ପ୍ରସଙ୍ଗରେ ରଂଜନ ଦାଶ ଏହି ଥିଓରିର ଅବତାରଣା କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
SJTA Chief Ranjan Das

SJTA Chief Ranjan Das

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସାଲବେଗ, ବନ୍ଧୁ ମହାନ୍ତି ଥିଓରି। ପୁରୀ ରଥଯାତ୍ରାରେ ଗତକାଲି ତିନି ଦିଅଁଙ୍କ ରଥ ଶରଧାବାଲିରେ ପହଞ୍ଚି ନ ପାରିବା ପ୍ରସଙ୍ଗରେ ରଂଜନ ଦାଶ ଏହି ଥିଓରିର ଅବତାରଣା କରିଛନ୍ତି। ଗତକାଲି ନିର୍ଦ୍ଧାରିତ ସମୟ ଆଗରୁ ତିନି ଦିଅଁ ରଥାରୁଢ଼ ହୋଇଥିଲେ, ରଥ ଟଣା ମଧ୍ୟ ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଥିଲା। ତଥାପି କେବଳ ବଳଭଦ୍ରଙ୍କ ରଥ ଶରଧାବାଲିରେ ପହଞ୍ଚି ପାରିଥିଲା । ବାଟରେ ଅଟକି ରହିଥିଲା ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ ।

Advertisment

ଅଧିକ ପଢ଼ନ୍ତୁ: ରଥଯାତ୍ରା: ନୀତିରେ ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ

ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ହୁଏତ କେଉଁ ସାଲବେଗ କି ବନ୍ଧୁ ମହାନ୍ତିଙ୍କୁ ଅପେକ୍ଷା କରିଥିଲେ ମହାପ୍ରଭୁ । ସେମାନଙ୍କୁ ଦର୍ଶନ ଦେବାକୁ ହୁଏତ ବାଟରେ ଅଟକି ରହିଥିଲେ କାଳିଆ ଠାକୁର । ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ରଙ୍କ ସୂଚନା ଅନୁସାରେ ରଥ ଉପରେ ଆବଶ୍ୟକତାଠାରୁ ଅଧିକ ଲୋକ ରହିଥିଲେ। 

ରଥ କର୍ଡନ ଭିତରେ ବିନା ପାସ୍‌ରେ ଅନେକ ଲୋକ ଉପସ୍ଥିତ ଥିଲେ । ଏସବୁ ଘଟଣାର ତର୍ଜମା ହେବ ବୋଲି କହିଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ।

Advertisment

Rath Jatra Live Updates: ରଥଯାତ୍ରାର ଟିକିନିଖି ଖବର ଜାଣିବା ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ...

Ratha Jatra
Advertisment
Advertisment