• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭୋକରେ ମହାପ୍ରଭୁ । ରଥ ଉପରେ ନୀତି ବିଳମ୍ବ ଯୋଗୁଁ ଏବେ ହୋଇପାରିନି ଶ୍ରୀଜିଉଙ୍କ ଗୋପାଳବଲ୍ଲଭ ନୀତି । ଆଜି ସକାଳେ ପୁଣି ଥରେ ରଥ ଟଣା ଯାଏ ଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ଅଣାଯାଇଥିଲା । ତେବେ ସକାଳେ କେବଳ ଅବକାଶ ନୀତି ସରିଥିଲେ ବି ହୋଇପାରିନି ଗୋପାଳବଲ୍ଲଭ । ଫଳରେ ଗତକାଲି ମହାପ୍ରଭୁ ଯାହା ରଥରେ ବସିବା ପୂର୍ବରୁ ଖାଇକି ଆସିଥିଲେ । ସେବେଠୁ ଏଯାଏଁ କିଛି ବି ଖାଇ ନାହାନ୍ତି ।

ଅଭିଯୋଗ ଅନୁସାରେ ସେବାୟତଙ୍କୁ ସୁରକ୍ଷାବଳୟରେ ଛଡ଼ା ନଯିବା, ଜେଟିପି ଏବଂ ଚର୍ଚ୍ଚା ପୋଲିସଙ୍କୁ ସୁରକ୍ଷାବଳୟ ଦେଇ ଆସିବାରେ ବିଳମ୍ବ ଯୋଗୁଁ ଏଭଳି ନୀତି ବିଳମ୍ବ ହୋଇଛି । ତେବେ ଏନେଇ ବିଧିବଦ୍ଧ ଭାବେ କେହି ବି ସୂଚନା ଦେଇ ନାହାନ୍ତି ।

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଛି ତିନି ରଥ। ଅଧାରେ ଅଟକିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଇ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଇଛନ୍ତି। ଗତକାଲି ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା।

Rath Jatra Live Updates: ରଥଯାତ୍ରାର ଟିକିନିଖି ଖବର ଜାଣିବା ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ...

ତେବେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବଡ଼ଶଙ୍ଖ ନିକଟରେ ଅଟକି ଥିଲା। ଆଜି ସକାଳୁ ପୁଣି ଥରେ ରଥଟଣା ଆରମ୍ଭ ହୋଇଥିଲା । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇ ରଥ ଟାଣିବାର ସୁଯୋଗ ପାଇଛନ୍ତି। ଆଜି ଓ ଆସନ୍ତାକାଲି ମଧ୍ୟ ଦିନ ତମାମ ଶ୍ରୀଜିଉଙ୍କୁ ରଥ ଉପରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। କାଲି ସଂଧ୍ୟାରେ ଶ୍ରୀଜିଉମାନେ ଗୋଟି ପହଣ୍ଡିରେ ଆଡପ ମଣ୍ଡପ ବିଜେ କରିବାକୁ ଥିବା ବେଳେ ଶୁକ୍ରବାର ଭକ୍ତମାନେ ଆଡପ ଅବଢ଼ା ପାଇବେ ।